ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ଆମେରିକାର ଲାସ୍ କ୍ରୁସ୍‌ରେ ଆଖିବୁଜା ଗୁଳିମାଡ଼, ୩ମୃତ, ୧୫ରୁ ଅଧିକ ଗୁଳିମାଡ଼

Published By : prameya | March 23, 2025 9:24 AM

ନୂଆଦିଲ୍ଲୀ,୨୩ /୦୩:   ଆମେରିକାର ନ୍ୟୁ ମେକ୍ସିକୋରେ ଅଘଟଣ । ଲାସ୍ କ୍ରୁସ୍ ସହରର ଥିବା ଏକ  ପାର୍କରେ ଆଖିବୁଜା ଗୁଳିମାଡ଼।  ଦୁର୍ବୃତ୍ତର ଗୁଳିମାଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାଟି ଶୁକ୍ରବାର ରାତି ପ୍ରାୟ ୧୦ଟା ସମୟରେ ୟଙ୍ଗ ପାର୍କରେ ଘଟିଥିଲା ।  ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାର ଭିଡିଓ ଏବଂ ସେୟାର କରିବାକୁ ପୋଲିସ ସାଧାରଣ ଜନତାଙ୍କୁ ନିବେଦନ କରିଛି।

ଏହା ମଧ୍ୟ ପଢନ୍ତୁ- ହରିୟାଣାରେ ଭୟଙ୍କର ବିସ୍ଫୋରଣ , ଗୋଟିଏ ପରିବାରର ୪ ମୃତ

ସୂଚନାନୁସାରେ,  ରାତି ପ୍ରାୟ ୧୦ଟାରେ ପାର୍କରେ ଏକ ଲୋକପ୍ରିୟ ସଙ୍ଗୀତ ଏବଂ ମନୋରଞ୍ଜନର ଆସର ଜମିଥିଲା। ଠିକ୍ ସେହି ସମୟରେ ପାର୍କରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଏବେବି ୧୫ରୁ ଅଧିକ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁଳିକାଣ୍ଡରେ ଆହତ ହୋଇଥିବା ଲୋକମାନଙ୍କୁ ଲାସ୍ କ୍ରୁସେସ୍‌ର ତିନୋଟି ସ୍ଥାନୀୟ ହସ୍ପିଟାଲ୍ ଏବଂ ଏଲ୍ ପାସୋର ବିଶ୍ୱବିଦ୍ୟାଳୟ ମେଡିକାଲ୍ ସେଣ୍ଟରରେ ଚିକିତ୍ସା କରାଯାଉଛି।ମେମୋରିଆଲ ମେଡିକାଲ ସେଣ୍ଟର ମୁଖପାତ୍ର ଏଣ୍ଡ୍ରିୟୁ କମିନ୍ସଙ୍କ ଅନୁଯାୟୀ ଆହତଙ୍କ ମଧ୍ୟରୁ ୬ ଜଣଙ୍କୁ ଆମ୍ବୁଲାନ୍ସ ଏବଂ ଘରୋଇ କାର ଯୋଗେ ଲାସ କ୍ରୁସର ମେଡିକାଲକୁ ଅଣାଯାଇଥିଲା। ସେଥିମଧ୍ୟରୁ ପାଞ୍ଚଜଣଙ୍କୁ ଏଲ ପାସୋକୁ ହସ୍ପିଟାଲକୁ ପଠାଯାଇଥିଲା । ଅନ୍ୟପଟେ ଏହି ଘଟଣାକୁ ନେଇ   କ୍ରୁସ୍ ସିଟି କାଉନସିଲର ତଥା ମେୟର ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ମୁଁ କେବେ ଭାବି ନଥିଲି ଯେ ଆମ ସହରରେ ଏଭଳି ଘଟଣା ଘଟିବ। କିନ୍ତୁ ବର୍ତ୍ତମାନ ଏହି ଭୟାନକ ଘଟଣା ସତ ପାଲଟିଛି। ପ୍ରତି ମୁହୂର୍ତ୍ତରେ ଏପରି ଦୁଃଖଦ ଘଟଣାର ସମ୍ଭାବନା ଅଛି ଏବଂ ଆମେ ଏହା ପ୍ରାର୍ଥନା କରୁ ଯେ ଏହା ନହଉ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.