ନୂଆଦିଲ୍ଲୀ,୨୩।୩: ସରକାରଙ୍କୁ ସମାଲୋଚନା କରିବା ପଡିଲା ଭାରି। ଇଣ୍ଡୋନେସିଆର ଏକ ପତ୍ରିକା କାର୍ଯ୍ୟାଳୟକୁ ପଠାଗଲା କଟା ଘୁଷୁରୀ ମୁଣ୍ଡ ଓ ମୂଷା। ଏହାପରେ ଇଣ୍ଡୋନେସିଆରେ ପ୍ରେସର ସ୍ବାଧିୀନତା ରକ୍ଷା ବଢିଛି ଚିନ୍ତା। ପତ୍ରିକା ପକ୍ଷରୁ ଏହି ପୁରା ଘଟଣାରେ ତଦନ୍ତ କରିବାକୁ ଦାବି ହୋଇଛି। ୧୯୭୦ ଦଶକରେ ଇଣ୍ଡୋନେସିଆରେ ପ୍ରକାଶିତ ହେଉଥିବା ସାପ୍ତାହିକ ପତ୍ରିକା ‘ଟେମ୍ପୋ’ର କାର୍ଯ୍ୟାଳୟରେ ଏହି ଘଟଣା ସାମନାକୁ ଆସିଛି।
ଏଏଫ୍ପିର ରିପୋର୍ଟ ଅନୁସାରେ, ‘ଟେମ୍ପୋ’କୁ ବର୍ତ୍ତମାନ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଭୋ ସୁବିଆଣ୍ଟୋଙ୍କ ନୀତିର ଆଲୋଚନା କରିବା ପାଇଁ ଜଣାଯାଏ। ରାଷ୍ଟ୍ରପତି ସୁବିଆଣ୍ଟୋ ଇଣ୍ଡୋନେସିଆ ସେନାର ଜଣେ ପୂର୍ବତନ ଜେନେରାଲ, ଯାହାଙ୍କ ଉପରେ ବହୁ ଗ୍ରୁପ ପୂର୍ବତନ ଏକଛତ୍ରବାଦୀ ସୁହାନ୍ତୋଙ୍କ ଶାସନ ବେଳେ କ୍ରୁରତା କରିବାର ଅଭିଯୋଗ ରହିଛି। ଶନିବାର ଟେମ୍ପୋର କାର୍ଯ୍ୟାଳୟରେ ସେତେବେଳେ ଚିନ୍ତା ବଢିଯାଇଥିଲା ଯେତେବେଳେ ସଫେଇ କର୍ମଚାରୀଙ୍କୁ ଡବା ଭିତରେ ଏସବୁ ମିଳିଥିଲା। ଏହି ଡବାକୁ ଖୋଲି ଦେଖିବା ପରେ ୬ଟି ମୂଷା ରଖାଯାଇଥିଲା। ଯାହାର ମୁଣ୍ଡକୁ କାଟି ଦିଆଯଇଥିଲା।
ପତ୍ରିକା ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି, ଏହା ପୂର୍ବରୁ ଗୁରୁବାର ମଧ୍ୟ ଜଣେ ସାମ୍ବାଦିକଙ୍କୁ କଟାଯାଇଥିବ ଘୁଷୁରୀ ମୁଣ୍ଡ ଉପହାରରେ ପଠାଯାଇଥିଲା, ଏହାର କାନ ମଧ୍ୟ କଟି ଯାଇଥିଲା। କମିଟି ଟୁ ପ୍ରୋଟେଷ୍ଟ ଜର୍ଣ୍ଣାଲିଷ୍ଟସ୍ରେ ଏସିଆର ପ୍ରମୁଖ ବେହ ଲିହ ୟି ଶନିବାର କହିଛନ୍ତି ଡରାଇବାକୁ ଏହା ବିପଦଜନକ ପଦ୍ଧତି। ଏଭଳି ଘଟଣା ଜାଣିଶୁଣି କରାଯାଉଛି। ଇଣ୍ଡୋନେସିଆର ସାମ୍ବାଦିକଙ୍କୁ ପ୍ରତିଶୋଧର ଡର ବିନା ସ୍ବାଧିନତାର ସହ ଓ ସୁରକ୍ଷିତ ଭାବରେ ନିଜର କାମ କରିବାରେ ସକ୍ଷମ ହେବା ଦରକାର।