ପ୍ରମୂଖ ଖବର
  • ଗାଁ ନିକଟରେ ବୁଲୁଛନ୍ତି ଗୋଠଛଡ଼ା ମା’-ଛୁଆ ହାତୀ, ଭୟଭୀତ ଲୋକେ
  • ||
  • ଝିଅ ବାହାଘର ପାଇଁ ଜମି ବିକ୍ର କରି ରଖିଥିଲେ ଟଙ୍କା ଏବଂ ସୁନା, କଳାକନା ବୁଲାଇଦେଲେ ଦୁର୍ବୃତ୍ତ
  • ||
  • ବ୍ଲାକ୍‌ମେଲ୍‌ ଓ ସେକ୍ସଟର୍ସନ୍‌ର ଶିକାର ମହିଳା ଡାକ୍ତରଙ୍କ ଆତ୍ମହତ୍ୟା ମାମଲା, ୫ ଦିନିଆ ରିମାଣ୍ଡରେ ନାଇଜେରୀୟ ଠକ
  • ||
  • ବିଧାନସଭା ବଜେଟ ଅଧିବେଶ, ଗିନି ଘଣ୍ଟମାଡ଼ ଧୋଇଗଲା ପ୍ରଶ୍ନକାଳ, ଦିନ ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ
  • ||
  • ଆଇପିଏଲ୍ ୨୦୨୫: ଆଜି ଗୁଜରାଟ ଟାଇଟନ୍ସ-ପଞ୍ଜାବ କିଙ୍ଗ୍‌ସ ଲଢ଼େଇ, ଫୋକସ୍‌ରେ ପଣ୍ଟିଂ-ଆୟର ଯୋଡ଼ି
  • ||
  • ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼, ଫ୍ଲାଟରୁ ନଗଦ ୧୭ ଲକ୍ଷ ଠାବ
  • ||
  • ବିଧାନସଭାରେ ଅଚଳାବସ୍ଥା ଜାରି, ଶାସକ-ବିରୋଧୀଙ୍କ ଜିଦ ଯୋଗୁଁ ଚାଲିପାରୁନି ଗୃହ
  • ||
  • ନନ୍ଦନକାନନ ଅସ୍ଥାୟୀ କର୍ମଚାରୀଙ୍କ ଧାରଣା, ସ୍ଥାୟୀ ନିଯୁକ୍ତି ଦାବିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
  • ||
  • ରାଜ୍ୟରେ ବଦଳିବ ପାଗର ମିଜାଜ୍, ଉପରମୁହାଁ ​‌ହେବ ପାରଦ: ୩ ଦିନରେ ୫ ଡିଗ୍ରୀ ବଢ଼ିବ ତାତି
  • ||

ବାଂଲାଦେଶରେ ଆୱାମୀ ଲିଗ୍ କୁ ଫେରିବାକୁ ସାହାଯ୍ୟ କରୁଛି ସେନା; ଏନସିପି କରିଲା ଦାବି

Published By : Bijay Swain | March 23, 2025 11:01 PM

ନୂଆଦିଲ୍ଲୀ: ବାଂଲାଦେଶ ସେନା ରବିବାର ନ୍ୟାସନାଲ ସିଟିଜେନ୍ ପାର୍ଟି (ଏନସିପି) ନାମକ ଛାତ୍ର ନେତୃତ୍ୱାଧୀନ ଦଳର ଏକ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି। ଏନସିପି ନେତା ହସନାତ ଅବଦୁଲ୍ଲାହ ଶନିବାର ସେନାକୁ ନେଇ ଏକ ଅଜବ ଦାବି କରିଥିଲେ। ବାଂଲାଦେଶ ସେନା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅୱାମୀ ଲିଗ୍‌କୁ ପୁଣି ଥରେ ଶାସନ ଭାରରେ ଆଣିବାକୁ ଚକ୍ରାନ୍ତ ଚଳାଇଛି ବୋଲି ସେ ଅଭିଯୋଗ ଅଣିଛନ୍ତି। ତେବେ ତାଙ୍କର ଏହି ଅଭିଯୋଗକୁ ସେନା ଖଣ୍ଡନ କରିବା ସହ ଏହାକୁ ଏକ ହାସ୍ୟାସ୍ପଦ କଥା କହିଛି। 

ବାଂଲାଦେଶର ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସଙ୍କ ସମର୍ଥନରେ ଏନସିପି ଦଳ ଗଠିତ ହୋଇଛି ବୋଲି ଅନୁମାନ କରାଯାଉଛି। ଏହି ଛାତ୍ରଦଳ ଶନିବାର ଢାକା ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସେନା ସରକାର ପଛରେ ଷଡ଼ଯନ୍ତ୍ର କରୁଛି ବୋଲି ସ୍ଲୋଗାନ ଦିଆଯାଇଥିଲା। ଛାତ୍ରନେତା ଅବଦୁଲ୍ଲା କହିଥିଲେ ଯେ, "ସେନା ନିଜ ସୀମା ମଧ୍ୟରେ ରହି କାର୍ଯ୍ୟ କରିବା କଥା। 'ବିପ୍ଳବ ପରବର୍ତ୍ତୀ ବାଂଲାଦେଶ'ରେ ସେନାର କୌଣସି ହସ୍ତକ୍ଷେପ ଗ୍ରହଣ କରାଯିବ ନାହିଁ।" 

ଏନସିପି ସଂଯୋଜକ ନାହିଦ ଇସଲାମ ଅବଦୁଲ୍ଲାହଙ୍କୁ ସମର୍ଥନ କରିଛନ୍ତି। ସେନା କିମ୍ବା ଅନ୍ୟ କୌଣସି ରାଷ୍ଟ୍ରୀୟ ସଂସ୍ଥାର ରାଜନୀତି ପ୍ରସ୍ତାବ କିମ୍ବା ନିଷ୍ପତ୍ତି ନେବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି। ସେନା ଏହି ମାମଲାରେ ଶାନ୍ତ ରହିବା ସହ ବିକ୍ଷୋଭକାରୀଙ୍କ ସହ ସଂଘର୍ଷରୁ ଦୂରେଇ ରହିଥିଲା। 

ଏହି ଘଟଣା ବାଂଲାଦେଶରେ ରାଜନୈତିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ଆପଣଙ୍କୁ ଜଣାଇରଖୁ ଯେ, ଗତ ବର୍ଷ ଅଗଷ୍ଟ ମାସରେ ଛାତ୍ର ଆନ୍ଦୋଳନ ପରେ ଶେଖ ହସିନାଙ୍କ ସରକାରର ପତନ ହୋଇଥିଲା। ଏନସିପି ଅୱାମୀ ଲିଗ୍‌ର ଘର ବାହୁଡାକୁ ଦୃଢ଼ ବିରୋଧ କରୁଛି। ଯାହା ଦେଶରେ ଏକ ନୂତନ ରାଜନୈତିକ ସଂଘର୍ଷର ସମ୍ଭାବନାକୁ ଦର୍ଶାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.