ନୂଆଦିଲ୍ଲୀ,୨୩।୩: ଦକ୍ଷିଣ ଇଂଲଣ୍ଡ ଓ ଇଷ୍ଟ ମିଡଲ୍ୟାଣ୍ଡସ୍ରେ ପ୍ରକୃତିର ତାଣ୍ଡବ। ଅଚାନକ ଆସିଥିବା ପ୍ରବଳ ବର୍ଷା ଓ ବଜ୍ରପାତ ପରେ ସ୍ଥିତି ଖୁବ୍ ଭୟଙ୍କର ହୋଇଛି। ପ୍ରାୟ ୪୦୦ ରୁ ଅଧିକ ବଜ୍ରପାତ ହୋଇଥିବା ଜଣାପଡିଛି। ପାଣିପାଗ ବିଭାଗ କହିଛି ବର୍ଷା ୨୦ ମିନିଟ୍ରୁ ଅଧିକ ଏକ ଘଣ୍ଟା ଜାରି ରହିବ। ପାଣିପାଗ ବିଭାଗ ଭବିଷ୍ୟବାଣୀ କରିଛି ଯେ, ବଢୁଥିବା ଜଳବାୟୁ ପରିବର୍ତ୍ତନର କାରଣ ଏଭଳି ଘଟଣାର ସମ୍ଭାବନାକୁ ଆହୁରି ବଢାଇପାରେ।
ବ୍ରିଟେନ ପାଣିପାଗ ବିଭାଗ କହିଛି ଅନ୍ୟ କିଛି ଭାଗରେ ବନ୍ୟା ମଧ୍ୟ ହୋଇଛି। ସେଭଳି ନ୍ୟାସନାଲ ହାଇଓ୍ବେ କହିଛି ଶନିବାର ୟାର୍କଶହରରେ ଏମ୍୧୮ର କିଛି ସ୍ଥାନ ବନ୍ଦ କରି ଦିଆଯାଇଛି। ରବିବାର ଭାର୍ଭିକ ନିକଟରେ ଏମ୍୪୦ର କିଛି ଅଂଶକୁ ମଧ୍ୟ ବନ୍ଦ ରଖାଯାଇଛି। ପାଣିପାଗ ବିଜ୍ଞାନୀ ଏଲି ଗ୍ଲୋଜିୟର କହିଛନ୍ତି, ଲଣ୍ଡନ ଓ ବଙ୍କିଙ୍ଗହମଶାୟରର କିଛି ଅଞ୍ଚଳରେ ବର୍ଷା ଓ ବଜ୍ରପାତ ହୋଇଥିଲା। ସେଭଳି ଆହୁରି ଅଧିକ ଝଡ-ବର୍ଷା ପୂର୍ବ ମିଡିଲ୍ସରୁ ନେଇ ଦକ୍ଷିଈ ଲିଙ୍କନଶାୟର ପର୍ଯ୍ୟନ୍ତ ବ୍ୟାପିଯାଇଥିଲା।’
ଏହି ଘଟଣା ସେତେବେଳେ ହୋଇଛି ଯେବେ ଇଂଲଣ୍ଡରେ ୧୯୭୨ ପରେ ଏପର୍ଯ୍ୟନ୍ତର ସବୁଠାରୁ ଗରମ୍ ଦିନ ରହିଛି। ଏହି ସମୟରେ ଦେଶର ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ପହଁଞ୍ଚିଥିଲା। ଯଦିଓ ମାର୍ଚ୍ଚରେ ୧୮ ଡିଗ୍ରୀ ସେଲସିୟସ୍ ତାପମାତ୍ରା ହେବା ଏବେ ସ୍ବାଭାବିକ ନୁହେଁ। ଗ୍ଲୋଜିୟର କହିଛନ୍ତି ବଢୁଥିବା ଜଳବାୟୁ ପରିବର୍ତ୍ତନ କାରଣରୁ ଏବେ ଏଭଳି ହେବା ସାମାନ୍ୟ ଘଟଣା। ୨୨ଟି ସ୍ଥାନରେ ବନ୍ୟା ଚେତାବନୀ ଜାରି କରାଯାଇଛି, ଯେଉଁଥିରେ ନର୍ଥ ହେମ୍ପଶାୟର, ସଲିସବରୀ ଓ ହର୍ଟଫୋର୍ଡଶାୟର ମଧ୍ୟ ରହିଛି।