ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

Trump: ସୁନୀତା ଓ ବୁଚ୍ ଉଇଲମୋରଙ୍କ ପାଇଁ ଟ୍ରମ୍ପଙ୍କ ବଡ ଘୋଷଣା; ନିଜ ପକେଟରୁ ଦେବେ ଓଭରଟାଇମ୍ ଦରମା

Published By : Bijay Swain | March 22, 2025 9:00 PM

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେବେ ଓଭରଟାଇମ୍ ଦରମା। ନାସାର ମହାକାଶଚାରୀ ସୁନୀତା ଉଇଲିୟମ୍ସ ଓ ବୁଚ୍ ଉଇଲମୋରଙ୍କୁ ତାଙ୍କ ନିଜ ପକେଟରୁ ଓଟି ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ଟ୍ରମ୍ପ। ଏହି ଦୁଇ ମହାକାଶଚାରୀ ଗତ ଜୁନ୍ ୨୦୨୪ରେ ଏକ ସପ୍ତାହ ପାଇଁ ମହାକାଶକୁ ଯାଇଥିଲେ। କିନ୍ତୁ ବୋଇଙ୍ଗ ଷ୍ଟାରଲାଇନର ମହାକାଶଯାନରେ ଆସିଥିବା ତ୍ରୁଟି କାରଣରୁ ସେମାନଙ୍କ ମିଶନ୍ କୁ ୯ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ସେମାନେ ଅଧିକ ୨୭୮ ଦିନ ମହାକାଶରେ ରହିବା ପରେ ଚଳିତ ସପ୍ତାହରେ ପୃଥିବୀକୁ ଫେରିଛନ୍ତି।

ଆଜି ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ଏହି ଅବସରରେ ତାଙ୍କୁ ମହାକାଶଚାରୀଙ୍କୁ ଅତିରିକ୍ତ ସମୟ ପାଇଁ କିଛି ଅଧିକ ଦରମା ମିଳିବ କି ନାହିଁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ ଯେ, "କେହି ମୋତେ ଏ ବିଷୟରେ କିଛି କହି ନାହାଁନ୍ତି। ଯଦି ଆବଶ୍ୟକ ହୁଏ, ମୁଁ ନିଜ ପକେଟରୁ ଏହା ପୂରଣ କରିବି।" ସେ ଏଲନ୍ ମସ୍କଙ୍କୁ ପ୍ରଶଂସା କରିବା ସହ ମହାକାଶଚାରୀଙ୍କୁ ସ୍ପେସ୍‌ଏକ୍ସର ଡ୍ରାଗନ୍ ମହାକାଶଯାନ ମାଧ୍ୟମରେ ପୃଥିବୀକୁ ଫେରାଇବା ପାଇଁ ଧନ୍ୟବାଦ ମଧ୍ୟ ଜ୍ଞାପନ କରିଥିଲେ।

ନାସାର ନିୟମ ଅନୁସାରେ, ମହାକାଶଚାରୀମାନେ ଆମେରିକୀୟ ସରକାରୀ କର୍ମଚାରୀ ଭାବେ ଗଣାଯାଇଥାଆନ୍ତି। ସେମାନଙ୍କୁ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ନିୟମ ମୁତାବକ ଦରମା ମିଳିଥାଏ। ଅତିରିକ୍ତ ସମୟ, ସପ୍ତାହାନ୍ତ କିମ୍ବା ଛୁଟି ଦିନରେ କାମ କରିବା ପାଇଁ ସେମାନଙ୍କୁ କୌଣସି ଓଭରଟାଇମ୍ ଦରମା ମିଳେ ନାହିଁ। ତେବେ, ଏଥିପାଇଁ ସେମାନଙ୍କୁ ଦୈନିକ ୫ ଡଲାର (ପ୍ରାୟ ୪୩୦ ଟଙ୍କା) ଭତ୍ତା ସ୍ୱରୂପ ଦିଆଯାଇଥାଏ। ଏହି ହିସାବରେ, ୨୮୬ ଦିନ ପାଇଁ ପ୍ରତ୍ୟେକ ଜଣଙ୍କୁ ୧,୪୩୦ ଡଲାର (ପ୍ରାୟ ୧.୨୩ ଲକ୍ଷ ଟଙ୍କା) ମିଳିବ। 

ତେବେ ଟ୍ରମ୍ପ ଏହି ସାମାନ୍ୟ ରାଶି ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି ଯେ, "ମାତ୍ର ଏତିକି? ସେମାନେ ଯାହା ସହିଛନ୍ତି, ତା’ ତୁଳନାରେ ଏହା ବହୁତ କମ୍। ଏହା ମୋର କର୍ତ୍ତବ୍ୟ। ଯଦି ଆବଶ୍ୟକ ହୁଏ ତେବେ ଏହା ମୁଁ ମୋ ପକେଟରୁ ଭରଣା କରିବି ବୋଲି କହିଛନ୍ତି।" ସୂଚନା ଅନୁଯାୟୀ, ସୁନୀତା ଉଇଲିୟମ୍ସଙ୍କ ବାର୍ଷିକ ଦରମା ୧,୫୨,୨୫୮ ଡଲାର (ପ୍ରାୟ ୧.୩୧ କୋଟି ଟଙ୍କା) ରହିଛି। ଏହା ମଧ୍ୟରେ ସୁନୀତାଙ୍କ  ସ୍ୱାସ୍ଥ୍ୟ ବୀମା ଏବଂ ଆବାସ ଭତ୍ତା ମଧ୍ୟ ସାମିଲ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.