ୱାଶିଂଟନ,୨୨/୦୩ : ୯ ମାସରୁ ଅଧିକ ଦିନ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଛନ୍ତି ନାସା ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସୁନୀତ ୱିଲିୟମ୍ସ ଓ ସାଥୀ ବୁଚ୍ ୱିଲମୋର । ମାର୍ଚ୍ଚ ୧୯ ତାରିଖରେ ଆମେରିକାର ଫ୍ଲୋରିଡା ତଟରେ ଅବତରଣ କରିଥିଲା ଡ୍ରାଗନ ମିଶନ କ୍ରୁ-୯ ଯାନ । ତେବେ ଏଠି କଥା ହେଉଛି ଆଇଏସଏସକୁ ୮ ଦିନ ପାଇଁ ଯାଇ ୯ମାସ ଫସିଥିବା ସୁନୀତାଙ୍କୁ ଓଭରଟାଇମର ଖର୍ଚ୍ଚ ମିଳିବ କି ? ନାସା ସେମାନଙ୍କୁ କିଛି ଅତିରିକ୍ତ ଦେୟ ଦେବ କି ? ସୁନୀତା ଓ ବୁଚଙ୍କ ଓଭରଟାଇମ୍ ଖର୍ଚ୍ଚ ମୋ ପକେଟରୁ ଦେବି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ।
ସୁନୀତା ଓ ବୁଚଙ୍କୁ ଅତିରକ୍ତ ଦେୟ ନେଇ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଯଦି ଦରକାର ପଡେ ମୁଁ ସୁନୀତା ଓ ବୁଚଙ୍କୁ ମୋ ପକେଟରୁ ଦେୟ ଦେବି । ଏଲନ ମସ୍କଙ୍କୁ ଧନ୍ୟବାଦ ଦେବି ଭାବନ୍ତୁ ଯଦି ସେ ନଥାନ୍ତେ ତେବେ କଣ ହୋଇଥାନ୍ତା । ସେମାନେ ୪୦ ଘଣ୍ଟା କାମ କରନ୍ତି ଓ ଓଭରଟାଇମ୍ ବି କରନ୍ତି । ଛୁଟି ପାଇଁ ତାଙ୍କୁ ଅତିରିକ୍ତ ଦେୟ ମିଳେ ନାହିଁ । ଗତବର୍ଷ ନାସା ଅନ୍ତରୀକ୍ଷ ଯାତ୍ରୀଙ୍କୁ ୧୫୨,୦୦୦ ଡଲାରରୁ ଅଧିକ କମାଇଛନ୍ତି । ସୁନୀତା ଓ ବୁଚ୍ ମହାକାଶରେ ୨୮୬ ଦିନ ରହିଛନ୍ତି । ତାଙ୍କୁ ୧,୪୩୦ ଡଲାର ମିଳିବ ।
ଅଧିକ ପଢନ୍ତୁ...ମହାକାଶରେ ୯ ମାସ ଫସି ରହିଲେ ସୁନିତା ୱିଲିୟମ୍ସ , ଦୈନିକ ଦରମା କ’ଣ ମାତ୍ର ୩୪୭ ଟଙ୍କା ?
କହି ରଖୁଛୁ କି, ଅନ୍ତରୀକ୍ଷରେ ବି ମହାକାଶଚାରୀ ତାଙ୍କର ନିୟମିତ ବେତନ ପାଇଥାନ୍ତି । ସେମାନଙ୍କୁ ସରକାରୀ କର୍ମଚାରୀଙ୍କ ପରି ଦରମା ମିଳିଥାଏ । ନାସା ସେମାନଙ୍କ ପରିବହନ, ରହିବା ଆଦିର ଖର୍ଚ୍ଚ ଉଠାଇଥାଏ । ନାସା ମହାକାଶଚାରୀଙ୍କ ଦରମା GS-15 ଅଧୀନରେ ଆସେ, ଯାହା ଆମେରିକାର ବରିଷ୍ଠ ସରକାରୀ ଅଧିକାରୀ ମାନଙ୍କୁ ଦିଆଯାଏ । ଏହି କ୍ରମରେ ସୁନୀତା ୱିଲିୟମ୍ସ ତାଙ୍କର ୯ ମାସର ଦୀର୍ଘ ମିଶନ ପାଇଁ ପ୍ରାୟ ୮୧ ଲକ୍ଷ ଟଙ୍କାରୁ ୧.୦୫ କୋଟି ଟଙ୍କା ପର୍ଯ୍ୟନ୍ତ ଦରମା ପାଇବେ । ଏହା ବ୍ୟତୀତ, ନାସା ମହାକାଶଚାରୀ ମାନଙ୍କୁ ଆନୁଷଙ୍ଗିକ ଭତ୍ତା ଭାବରେ କେବଳ ୪ ଡଲାର ଅର୍ଥାତ୍ ପ୍ରତିଦିନ ୩୪୭ ଟଙ୍କା ଦିଏ । ଏହିପରି ଭାବରେ, ସେ ୨୮୭ ଦିନ ପାଇଁ ପ୍ରାୟ ୧ ଲକ୍ଷ ଟଙ୍କାର ଅତିରିକ୍ତ ଦେୟ ପାଇବେ ।