ପ୍ରମୂଖ ଖବର
  • ବଣାଇ ଜାମୁଢିହି ଟୋଲ ଗେଟ ନିକଟରେ ଚା’ ଦୋକାନ ଉପରେ ମାଡିଗଲା ହାଇଓ୍ବା, ୩ ମୃତ
  • ||
  • ଶ୍ରୀକ୍ଷେତ୍ରରେ କାଳବୈଶାଖୀ ପ୍ରଭାବ, ଓଲଟା ଉଡ଼ିଲା ଛାଉଣୀ ମଠର ବାନା
  • ||
  • ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍‌
  • ||
  • କେନ୍ଦୁଝର : ପୋଖରୀରେ ଗାଧୋଇବା ବେଳେ ଅଘଟଣ, ପାଣିରେ ବୁଡ଼ି ଛାତ୍ର ନିଖୋଜ
  • ||
  • ଗଞ୍ଜାମ: କୁକୁରକୁ ହାଣିଲେ ୮ ଦୁର୍ବୁତ୍ତ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ହରିଆଣା ବାହାଦୁରଗଡ଼ରେ ଘର ଭିତରେ ବିସ୍ଫୋରଣ, ସିଲିଣ୍ଡର ଫାଟି ୪ ମୃତ, ଜଣେ ଗୁରୁତର
  • ||
  • ଜଗତସିଂହପୁର: ବହି ଗୋଦାମର ବିସ୍ଫୋରଣ, ଜଳିଗଲା ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବହିଖାତା
  • ||
  • ଆମେରିକା ମେକ୍ସିକୋର ଏକ ପାର୍କରେ ଆଖିବୁଜା ଗୁଳିମାଡ଼, ୩ ମୃତ, ୧୫ରୁ ଅଧିକ ଗୁରୁତର
  • ||
  • ଆଇପିଏଲ୍‌ରେ ସୁପର ସନ୍‌ଡେରେ ଡବଲ ଫାଇଟ୍, ହାଇଦ୍ରାବାଦ- ରାଜସ୍ଥାନ,ଚେନ୍ନାଇ- ମୁମ୍ବାଇ ମୁକାବିଲା
  • ||
  • ରାଜ୍ୟରେ ଆହୁରି ଦୁଇ ଦିନ ତାଣ୍ଡବ ରଚିବ କାଳବୈଶାଖୀ,୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

Trump: ଟେସ୍‌ଲା କାର୍‌କୁ ଭଙ୍ଗାରୁଜା କଲେ ହେବ ୨୦ ବର୍ଷ ଜେଲ୍‌; ଡୋନାଲ୍ଡ ଟ୍ରମ୍ପ ଦେଲେ ବଡ଼ ଚେତାବନୀ

Published By : Bijay Swain | March 21, 2025 11:47 PM

Image courtesy: bharat24live

ନୂଆଦିଲ୍ଲୀ: ଟେସ୍‌ଲାର କଲିଜନ୍‌ ସେଣ୍ଟରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟେସ୍‌ଲା କାର୍‌ ଭଙ୍ଗାରୁଜାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଏହି ପ୍ରସଙ୍ଗରେ ଶୁକ୍ରବାର ଦିନ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲରେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଯଦି କେହି ଟେସଲା କାର କିମ୍ବା ଏହାର ସମ୍ପତ୍ତି ନଷ୍ଟ କରି ଧରାପଡ଼େ, ତେବେ ସେମାନଙ୍କୁ ୨୦ ବର୍ଷ ଜେଲରେ ରଖାଯିବ ଏବଂ ଯେଉଁମାନେ ଏହି ପାଣ୍ଠି ଯୋଗାଉଛନ୍ତି ଅର୍ଥାତ୍‌ ଏହି ଷଡ଼ଯନ୍ତ୍ର ସବୁ ରଚୁଛନ୍ତି, ସେମାନଙ୍କ ପାଇଁ ଏହି ନିଷ୍ପତ୍ତି ଲାଗୁ ହେବ। ଆମେ ସେଭଳି ଲୋକଙ୍କୁ ଖୋଜୁଛୁ !!!"

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଚେତାବନୀ ଆମେରିକାର ଆଟର୍ଣ୍ଣି ଜେନେରାଲ ପେମ୍ ବୋଣ୍ଡିଙ୍କ ବିବୃତ୍ତି ପରେ ଆସିଛି ଯେଉଁଥିରେ ସେ ବିଲିୟନେୟାର ଏଲୋନ ମସ୍କଙ୍କ କମ୍ପାନୀ ଟେସଲାଙ୍କ ସମ୍ପତ୍ତି ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଛନ୍ତି ଯେ ଟେସଲା ସମ୍ପତ୍ତି ଉପରେ ହୋଇଥିବା ଏହି ଆକ୍ରମଣ ଘରୋଇ ଆତଙ୍କବାଦଠାରୁ କମ୍ ନୁହେଁ। ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ବ୍ୟକ୍ତି ଏବଂ ପରଦା ପଛରେ ଲୁଚି ରହିଥିବା ସମସ୍ତଙ୍କୁ ଖୋଜି ବାହାର କରବାକୁ ପେମ ବୋଣ୍ଡି ଶପଥ ନେଇଛନ୍ତି ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି।

ଏକ ବିବୃତ୍ତିରେ ଆଟର୍ଣ୍ଣି ଜେନେରାଲ କହିଛନ୍ତି, "ଟେସଲା ସମ୍ପତ୍ତି ଉପରେ ହୋଇଥିବା ଏହି ହିଂସାତ୍ମକ ଆକ୍ରମଣ ଘରୋଇ ଆତଙ୍କବାଦଠାରୁ କମ୍ ନୁହେଁ। ଏଥି ସହିତ ଆମେରିକାର ନ୍ୟାୟ ବିଭାଗ ଏହି ମାମଲାରେ ଅନେକ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଯେଉଁଥିରେ ଅତି କମରେ ୫ ବର୍ଷ ବାଧ୍ୟତାମୂଳକ ଦଣ୍ଡ ମଧ୍ୟ ରହିଛି।" ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଆକ୍ରମଣ ସମ୍ପର୍କରେ ଆମେ ଆମର ଅନୁସନ୍ଧାନ ଜାରି ରଖିବୁ। ଏହି ଆକ୍ରମଣରେ ସମ୍ପୃକ୍ତ ସମସ୍ତଙ୍କୁ ଆମେ କଠୋର ଦଣ୍ଡ ପ୍ରଦାନ କରିବୁ। ଏହା ସହିତ ଯେଉଁମାନେ ସେମାନଙ୍କୁ ଅର୍ଥ ପ୍ରଦାନ କରୁଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।"

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.