ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ

ସେଣ୍ଟ୍‌ ଭିନସେଣ୍ଟ୍‌,୧୩/୦୬: ଗୁରୁବାର ରାତି ମ୍ୟାଚ୍‌ (ଗ୍ରୁପ୍‌-ଡି’)ରେ ବାଂଲାଦେଶ ଓ ନେଦରଲାଣ୍ଡ୍‌ସ ସାମ୍ନାସାମ୍ନି ହେବେ । ନେଦରଲାଣ୍ଡ୍‌ସ ଦିନିକିଆ ବିଶ୍ୱକପ୍‌ ଭଳି ଏଥର ମଧ୍ୟ ବାଂଲାଦେଶକୁ ପୁଣିଥରେ ଧୂଳି ଚଟାଇବାକୁ ପ୍ରସ୍ତୁତ । ୨୦୨୩ ବିଶ୍ୱକପ୍‌ରେ ଦଳ ୮୭ରନ୍‌ରେ ବାଂଲାଦେଶକୁ ହରାଇ ବଡ଼ ବିପର୍ଯ୍ୟୟ ଘଟାଇଥିଲା । ଅନ୍ୟ ପଟରେ ବାଂଲାଦେଶ ଗୁରୁବାର ମ୍ୟାଚ୍‌ ଜରିଆରେ ନେଦରଲାଣ୍ଡ୍‌ସଠୁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଆର୍ନୋସ ଭାଲେ ଗ୍ରାଉଣ୍ଡ୍‌ରେ ଚଳିତ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌  ଖେଳାଯିବ । ଦୀର୍ଘ ୧୦ ବର୍ଷ ପରେ ଏହି ଗ୍ରାଉଣ୍ଡ୍‌କୁ ଅନ୍ତର୍ଜାତୀୟ  ମ୍ୟାଚ୍‌ ଫେରୁଥିବାରୁ ପୂର୍ବାନୁମାନ କରିବା କଷ୍ଟକର । 

ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଖେଳି ଗୋଟିଏରେ ବିଜୟ ହାସଲ କରିଛନ୍ତି ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପରାଜିତ ହୋଇଛନ୍ତି । ଗତ ୧୦ ତାରିଖରେ ବାଂଲାଦେଶ  ୪ରନ୍‌ରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଥିଲା । ପୂର୍ବ ମ୍ୟାଚ୍‌ ଫଳାଫଳକୁ ଭୁଲି ଦଳ ବିଜୟକୁ ଫେରିବା ପାଇଁ ବ୍ୟାକୁଳ । ପ୍ରଥମ ୨ଟି ମ୍ୟାଚ୍‌ରେ ଲିଟନ ଦାସଙ୍କ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟର ନିରାଶ କରିଥିଲେ । ମାତ୍ର ବୋଲରମାନେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲେ । 

ନେଦରଲାଣ୍ଡ୍‌ସକୁ  ହରାଇବାକୁ ହେଲେ ବ୍ୟାଟରଙ୍କୁ ଦାୟିତ୍ୱ ମୁଣ୍ଡାଇବାକୁ  ପଡ଼ିବ । ଗୁରୁବାର ନେଦରଲାଣ୍ଡ୍‌ସ ବ୍ୟାଟରଙ୍କ ପାଇଁ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିବା ଆହ୍ୱାନପୂର୍ଣ୍ଣ ହେବ । ନେଦରଲାଣ୍ଡ୍‌ସ ପ୍ରଥମ ମ୍ୟାଚ୍‌ରେ ନେପାଳକୁ  ହରାଇଥିଲା । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିଥିଲେ ହେଁ ଅଭିଜ୍ଞତା ଅଭାବରୁ ପରାଜିତ ହୋଇଥିଲା । ଲୋଗାନ ଭାନ୍‌ ବିକ୍‌, ବାସ ଡି ଲିଡ୍‌, ଟିମ୍‌ ପ୍ରିଙ୍ଗଲ ପ୍ରଭାବୀ ବୋଲିଂ ପ୍ରଦର୍ଶନ କରିଥିଲେ । ବ୍ୟାଟରମାନେ ନିଜ ଦକ୍ଷତା  ମୁତାବକ ପ୍ରଦର୍ଶନ ଦେଲେ ଦଳ ବଡ଼ ସ୍କୋର କରିପାରିବ । 

ସମ୍ଭାବ୍ୟ ଏକାଦଶ

ବାଂଲାଦେଶ: ତଞ୍ଜିଦ ହାସନ, ନଜମୁଲ ହୋସେନ  ଶାନ୍ତୋ (ଅଧିନାୟକ), ଲିଟନ ଦାସ, ସାକିବ ଅଲ୍‌ ହାସନ,  ତୌହିଦ ହୃଦୟ, ମହମୁଦୁଲ୍ଲା, ଜାକର ଅଲି, ରିଷଦ ହୋସେନ,  ତଞ୍ଜିମ ହାସନ, ଟସ୍କିନ ଅହମ୍ମଦ, ମୁସ୍ତାଫିଜୁର ରେହମାନ । 

ନେଦରଲାଣ୍ଡ୍‌ସ: ମାଇକେଲ ଲେଭିଟ୍‌, ମ୍ୟାକ୍ସ  ଓ ଦାଉଦ, ବିକ୍ରମଜିତ ସିଂହ, ସାଇବ୍ରାଣ୍ଡ୍‌ ଏଙ୍ଗେଲବ୍ରେଚ୍‌, ବାସ୍‌  ଡି’ ଲିଡ୍‌, ସ୍କଟ୍‌ ଏଡୱାର୍ଡ୍ସ, ତେଜା ନିଦାମାନୁରୁ, ଲୋଗାନ ଭାନ୍‌  ବିକ, ଟିମ୍‌ ପ୍ରିଙ୍ଗଲ, ପଲ୍‌ ଭାନ ମିକେରନ, ଭିଭିଆନ୍‌ କିଙ୍ଗ୍‌ମା ।

  • PrameyaOdia
  • prameya
  • T-20 World Cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.