ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ

କେନ୍ଦୁଝର,୨୩/୦୬: କେନ୍ଦୁଝରର ଆଦିବାସୀ ନେତା ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ୨ ଦିନିଆ ଜିଲ୍ଲା ଗସ୍ତରେ ଆସୁଛନ୍ତି । ୨୩ ଓ ୨୪ ତାରିଖରେ ସେ ଆସୁଥିବାରୁ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ  ପାଇଛି । ଶନିବାର ଜିଲ୍ଲାପାଳ, ଏସ୍‌ପି ଓ ପୂର୍ତ୍ତବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା  ପାଇଁ ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ।  

ଆଜି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ କେନ୍ଦୁଝର ଜିଲ୍ଲା ଘଟଗାଁ ହାଇସ୍କୁଲ୍‌ ପଡ଼ିଆରେ ସକାଳ ୧୦ଟା ୨୫ ମିନିଟ୍‌ରେ ଅବତରଣ କରିବା ପରେ ରୋଡ ସୋରେ  ମା’ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯିବେ । ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ୧୨ଟା ୪୫  ମିନିଟ୍‌ ସମୟରେ ପୁଣି ହେଲିକପ୍ଟର ଯୋଗେ କେନ୍ଦୁଝର ଅଭିମୁଖେ ଯାତ୍ରା କରିବେ । ରିଜର୍ଭ ପୁଲିସ ପଡିଆରେ ଅବତରଣ କରିବା ପରେ ସର୍କିଟ ହାଉସ୍‌ରେ ବିଶ୍ରାମ ନେବେ । ସେଠାରେ ମଧ୍ୟାହ୍ନଭୋଜନ ପରେ ଅପରାହ୍ନ ୩ଟା ୧୦ ମିନିଟ୍‌ରେ ପୁରୁଣା ସହର ଶ୍ରୀ ବଳଦେବଜିଉ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ପୁରୁଣା ବଜାର ଠାରୁ ଏକ ରୋଡ୍‌ ସୋରେ ଆସି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ଷ୍ଟାଡିୟମ୍‌ରେ ଜନସମାବେଶକୁ  ସମ୍ବୋଧିତ କରିବା ସହିତ ବିଭିନ୍ନ ସଙ୍ଗଠନ ପକ୍ଷରୁ  ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ପରେ ସନ୍ଧ୍ୟାରେ ସର୍କିଟ୍‌ ହାଉସ ଯାଇ ରାତ୍ରୀଯାପନ କରିବେ ।  

୨୪ ତାରିଖ ସକାଳ ୧୦ଟା ୩୦ ମିନିଟ୍‌  ସମୟରେ ହେଲିକପ୍ଟର ଯୋଗେ ନିଜ ଗ୍ରାମ  ରାଇକଳା ଅଭିମୁଖେ ଯାତ୍ରା କରିବେ । ଦିନ ୧୧ଟା ସମୟରେ ରାଇକଳାରୁ ଏକ ରୋଡ୍‌ ଶୋ  ଜରିଆରେ ଝୁମ୍ପୁରା ପର୍ଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ  ରହିଛି । ଝୁମ୍ପୁରା ବ୍ଲକ୍‌ ଦୁର୍ଗା ପଡ଼ିଆ ଠାରେ ଜନସମାବେଶକୁ ସମ୍ବୋଧିତ କରିବା ସହିତ  ବିଭିନ୍ନ ସଙ୍ଗଠନ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ  କରିବେ ବୋଲି ଜଣାପଡିଛି । ଅପରାହ୍ନ ୨ଟା  ୪୫ ମିନିଟ୍‌ରେ ସଡ଼କ ପଥରେ ରାଇକଳା ନିଜ  ଗ୍ରାମରେ ପହଞ୍ଚିବା ପରେ ମଧ୍ୟାହ୍ନଭୋଜନ ନିଜ  ଘରେ କରିବେ । ରାଇକଳାରେ ଲୋକମାନଙ୍କ ସହିତ ଭାବ ବିନିମୟ କରିବା ପରେ ଅପରାହ୍ନ  ୫ଟାରେ ଭୁବନେଶ୍ୱର ଫେରି ଯିବାର କାର୍ଯ୍ୟକ୍ରମ  ରହିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମଥର  ପାଇଁ କେନ୍ଦୁଝର ଗସ୍ତଦରେ ଆସୁଥିବାରୁ ଅସ୍ଥାୟୀ  ହେଲିପ୍ୟାଡ୍‌ ସହିତ ସୁରକ୍ଷା ବ୍ୟବସ୍ଥା ଓ ଅସ୍ଥାୟୀ  କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ପ୍ରଶାସନିକ ସ୍ତରରେ  ତତ୍ପରତା ପ୍ରକାଶ ପାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.