ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଆନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ତଥ୍ୟ ଦେଉନି ଛତିଶଗଡ଼, ସିଡବ୍ଲୁସିର ହସ୍ତକ୍ଷେପ ଲୋଡ଼ିବ ଓଡ଼ିଶା

ସମ୍ବଲପୁର,୧୫/୦୬: ଆଜକୁ ୫ ବର୍ଷ ହେଲା ଆନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ସମନ୍ୱୟ ବୈଠକକୁ ଆସୁନି ଛତିଶଗଡ଼ । ସେଠାକାର ବନ୍ଧ  ଓ ବ୍ୟାରେଜ୍‌ର ଜଳ ପରିଚାଳନା ସମ୍ପର୍କିତ ତଥ୍ୟ  ଦେବାରେ ବି ଛତିଶଗଡ଼ ସରକାର ଅବହେଳା  କରି ଆସୁଥିବା ନେଇ ଓଡ଼ିଶା ସରକାର ଅଭିଯୋଗ  କରି ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ହୀରାକୁଦର  ବନ୍ୟା ପରିଚାଳନା ପାଇଁ ଛତିଶଗଡ଼ରୁ ତଥ୍ୟ  ହାସଲ ସକାଶେ କେନ୍ଦ୍ରୀୟ ଜଳ ଆୟୋଗ  (ସିଡବ୍ଲୁସି)ର ହସ୍ତକ୍ଷେପ ଲୋଡ଼ିବ ଓଡ଼ିଶା ।  ଗତ ୨୮ ତାରିଖରେ ଅନୁଷ୍ଠିତ ବନ୍ୟା ନିୟନ୍ତ୍ରଣ  ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି  ହୋଇଛି । ବିଶେଷ କରି ଛତିଶଗଡ଼ର ରବିଶଙ୍କର  ଏବଂ ବଙ୍ଗୋ ଡ୍ୟାମ୍‌ର ଗେଟ୍‌ ପରିଚାଳନା ଉପରେ  ହୀରାକୁଦର ବନ୍ୟା ପରିଚାଳନା ସିଂହଭାଗ ନିର୍ଭର  କରୁଥିବାରୁ ଏହି ଦୁଇ ବନ୍ଧର ତଥ୍ୟକୁ ଓଡ଼ିଶା  ସର୍ବାଧିକ ଗୁରୁତ୍ୱ ଦେଇଛି । 

ମହାନଦୀ ଜଳ ବିବାଦ ପରଠାରୁ ଓଡ଼ିଶା  ଏବଂ ଛତିଶଗଡ଼ ମଧ୍ୟରେ  ଜଳ ପରିଚାଳନା ସମ୍ପର୍କିତ  ତଥ୍ୟ ଆଦାନପ୍ରଦାନ ଗୁରୁତର  ପ୍ରଭାବିତ ହୋଇଛି । ୨୦୨୦  କୋଭିଡ୍‌ ପରଠାରୁ ସିଡବ୍ଲୁସିର  ଆବାହକତ୍ୱରେ ଅନୁଷ୍ଠିତ  ହେଉଥିବା ଜାତୀୟ ବନ୍ଧ ସୁରକ୍ଷା  ପରିଷଦ (ଏନ୍‌ସିଡିଏସ୍‌)  ବୈଠକ ବି ହେଉନାହିଁ । ଏହି  ବୈଠକରେ ବନ୍ୟା ପରିଚାଳନା  ଠାରୁ ଆରମ୍ଭ କରି ଅବବାହିକାର  ସୁରକ୍ଷା ସଂପର୍କିତ ଅନେକ  ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାଏ । ହେଲେ ଓଡ଼ିଶାର ବାରମ୍ବାର ଅନୁରୋଧ ସତ୍ତେ୍ୱ  ୫ ବର୍ଷ ହେଲା ଛତିଶଗଡ଼ ସରକାର ଏହାକୁ  ଅଣଦେଖା କରି ଆସୁଥିବା ନେଇ ହୀରାକୁଦ  ନଦୀବନ୍ଧ କର୍ତ୍ତୃପକ୍ଷ ଅଭିଯୋଗ କରୁଛନ୍ତି । ଏପରିକି ଉପରମୁଣ୍ଡରେ ଛତିଶଗଡ଼ ସରକାର  ନିର୍ମାଣ କରିଥିବା ବନ୍ଧ ଓ ବ୍ୟାରେଜ୍‌ର ଗେଟ୍‌  ପରିଚାଳନା ସମ୍ପର୍କିତ ତଥ୍ୟ ବି ଦେଉ ନ ଥିବା  ଅଭିଯୋଗ ହେଉଛି । 

ଏହି ପରିପ୍ରେକ୍ଷୀରେ ଛତିଶଗଡ଼ର ରାୟପୁର  ନିକଟବର୍ତ୍ତୀ ରବିଶଙ୍କର ଏବଂ ବଙ୍ଗୋ ଡ୍ୟାମ୍‌ରୁ  କେଉଁ ସମୟରେ କେତେ ଗେଟ୍‌ ଖୋଲିଲା ବା  ଆଗକୁ ଖୋଲିବ, ସେଠାକାର ଜଳପତ୍ତନ,  ବୃଷ୍ଟିପାତ ହାର ଆଦି ଠିକ୍‌ ତଥ୍ୟକୁ ଆଧାର  କରି ହିଁ ହୀରାକୁଦ ବନ୍ଧର ବନ୍ୟା ନିୟନ୍ତ୍ରଣ  କରାଯାଇଥାଏ । ହେଲେ ଏହି ଦୁଇ ବିରାଟ  ବନ୍ଧର ତଥ୍ୟ ମିଳିବାରେ ଅସୁବିଧା ହେଉଥିବାରୁ  ଏନେଇ ସିଡବ୍ଲୁସିର ହସ୍ତକ୍ଷେପ ଲୋଡ଼ିବାକୁ  ସ୍ଥିର ହୋଇଛି । ଏଥିପାଇଁ ଜଳସମ୍ପଦ ବିଭାଗର  ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ  ମୌସୁମୀ ପୂର୍ବରୁ ବନ୍ୟା ମୁକାବିଲା ପାଇଁ ଜିଲ୍ଲାରୁ  ଆରମ୍ଭ କରି ରାଜ୍ୟସ୍ତର ଯାଏ ବୈଠକ ଅନୁଷ୍ଠିତ  ହେଉଛି । ଏହି ପରିପ୍ରେକ୍ଷୀରେ ରାଜ୍ୟସ୍ତରୀୟ  ପ୍ରସ୍ତୁତି ବୈଠକରେ ଏନେଇ ବିଷଦ ଭାବେ  ଆଲୋଚନା ହୋଇଥିବା ନେଇ ଜଣାପଡିଛି । 

ଅପରପକ୍ଷେ, ହୀରାକୁଦ ବନ୍ଧର ଅନ୍ୟାନ୍ୟ  ପ୍ରସଙ୍ଗ ତଥା ସମସ୍ୟାର ସମାଧାନ ପାଇଁ ଅବସରପ୍ରାପ୍ତ ଯନ୍ତ୍ରୀମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ବି ସ୍ଥିର ହୋଇଛି । ଗତ ୩  ତାରିଖରେ ଏହି କମିଟିର ବୈଠକ ଶେଷ ହୋଇଥିବା ସୂଚନା ଦିଆଯାଇଛି । ଚଳିତ ସପ୍ତାହରେ ହୀରାକୁଦ ବନ୍ଧର ଗେଟ୍‌  ପରିଚାଳନା ନେଇ ମକ୍‌ ଡ୍ରିଲ୍‌ ବି ଶେଷ ହୋଇସାରିଥିବା ବେଳେ ୨୪ ଘଣ୍ଟିଆ କଣ୍ଟ୍ରୋଲ  ରୁମ୍‌ ବି ଆରମ୍ଭ ହୋଇସାରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.