ପ୍ରମୂଖ ଖବର
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ନାବାଳିକା ଦୁଷ୍କର୍ମକାରୀ ବାପା-ପୁଅକୁ ଜେଲ୍, ବାପାକୁ ୨୦ ଏବଂ ପୁଅକୁ ୨୫ବର୍ଷ ସଶ୍ରମ କାରାଦଣ୍ଡାଦେଶ

Published By : Prameya | March 1, 2024 5:19 PM

କେନ୍ଦୁଝର,୧/୩ : କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀ ବାପା ଓ ପୁଅକୁ ଜେଲ୍ । ବାପାକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଓ ପୁଅକୁ ୨୫ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜରିମାନା ଶୁଣାଇଲେ ସ୍ଵତନ୍ତ୍ର ପୋକ୍ସୋ  କୋର୍ଟ । ଏହାସହ   ପୀଡ଼ିତାକୁ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଦେଶ ଦେଲେ କୋର୍ଟ । ଏହା ୨୦୨୨ମସିହାରେ ସଦର ଥାନା ଅଞ୍ଚଳର ଘଟଣା ହୋଇଥିବାବେଳେ ୧୮ ଜଣ ସକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡ ଶୁଣାଇଛନ୍ତ । 

ପ୍ରକାଶ ଯେ, ଗତ ୨୦୨୧ ମସିହା ଅକ୍ଟୋବର ୨୬ତାରିଖରେ ବାଂଶପାଳ ବଜାରରୁ ନାବାଳିକା ଜଣଙ୍କ ଫେରୁଥିଲେ । ଏହି ସମୟରେ ବୁବୁଲୁ ସେଠି ତା ସାଙ୍ଗମାନଙ୍କ ସହ ଏକ ବୋଲେରୋରେ ଉଠାଇ ନେଇଥିଲା । ପରେ ନାବାଳିକାଟିକୁ କିଛି ଥାର୍ଡ଼ ଜେଣ୍ଡର ଆସି ତାକୁ ସେଠାରୁ ଉଦ୍ଧାର କରିଥିଲେ । ହେଲେ କିଛିଦିନ ପରେ ବୁବୁଲର ପରିବାର ଲୋକେ ପୁଣି ଯାଇ ନାବାଳିକାକୁ ତା ଘରୁ ଉଠାଇ ଆଣିଥିଲେ । ତାକୁ ବିଭିନ୍ନ ସ୍ଥାନରେ ରଖିବା ସହ ବୁବୁଲ ତା’ସହ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲା । ଏପରିକି ତା ବାପା ମଧ୍ୟ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.