ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଚାହିଁଦେଲେ ବୋଲି ଆତଙ୍କ ଖେଳାଇଲେ ଦୁର୍ବୃତ୍ତ, ଦୁଇ ଯୁବକଙ୍କୁ ହାଣି ଗଡ଼ାଇ ଦେଲେ...

ପୁରୀ,୨୨/୦୭: ଚାହିଁଦେଲେ ବୋଲି ଚାଞ୍ଚଲ୍ୟ ଖେଳାଇଲେ ଦୁର୍ବୃତ୍ତ । କାହିଁକି ଚାହିଁଲୁ କହି ହାଣିଦେଲେ । ୨ ଜଣ ଯୁବକଙ୍କୁ ଅତି ନୃସଂଶ ଭାବେ ହାଣି ଦୁର୍ବୃତ୍ତ ଗାଏବ୍‌ ହୋଇଗଲେ । ହଣାଖାଇ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ  ଗଡ଼ୁଥିବା ୨ ଜଣ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆକ୍ରମଣର  ଶିକାର ଦୁଇ ଯୁବକ ହେଲେ ଗୁଣ୍ଡିଚା ବିହାରର  ସ୍ୱରୂପ ମହାପାତ୍ର(୨୨) ଓ ତାଙ୍କ ସାଙ୍ଗ । 

ଖବର ଅନୁସାରେ ଶନିବାର ମଧ୍ୟରାତ୍ରି । ସ୍ୱରୂପ ଓ ତାଙ୍କ ସାଙ୍ଗ କଲେଜ ଛକଠାରେ ଖୋଲାଥିବା ଏକ ପାନ ଦୋକାନରେ ଛିଡ଼ା ହୋଇଥିଲେ। ଏହି ସମୟରେ ୨ ଜଣ ଯୁବକ ସେଠାରେ  ପହଞ୍ଚିଥିଲେ । ଏହି ଯୁବକଙ୍କୁ ସ୍ୱରୂପ ଓ ତାଙ୍କ ସାଙ୍ଗ ଚାହିଁ ଦେଇଥିଲେ । ଏହି ଚାହାଣିକୁ  ଯୁବକ ଦୁହେଁ ବର୍‌ଦାସ୍ତ କରି ପାରିନଥିଲେ । କାହିଁକି ଚାହିଁଲୁ ବୋଲି ପଚାରିବା ବେଳେ ଉଭୟ  ପକ୍ଷଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ୨ ଯୁବକ ଆକ୍ରମଣର ଶିକାର ହୋଇ ତାଙ୍କ ବନ୍ଧୁଙ୍କୁ ଖବର  ଦେଇଥିଲେ । ଯୁବକ ଦୁହିଁଙ୍କ ଆଉ ୨ ଜଣ ବନ୍ଧୁ  ତତ୍‌କ୍ଷଣାତ୍‌ ସେଠାରେ ପହଞ୍ଚିଥିଲେ । ୪ ଜଣ  ମିଶି ସ୍ୱରୂପ ଓ ତାଙ୍କ ସାଙ୍ଗଙ୍କୁ ନିସ୍ତୁକ ପିଟିବା  ସହ ଖଣ୍ଡାରେ ହାଣି ଘଟଣାସ୍ଥଳରେ ଗଡ଼ାଇ  ଦେଇଥିଲେ । ସ୍ୱରୂପଙ୍କ ମୁଣ୍ଡ ଓ ମୁହଁରେ ଗଭୀର  କ୍ଷତ ଲାଗିଥିବା ବେଳେ ତାଙ୍କ ସାଙ୍ଗଙ୍କ ହାତରେ  ଚୋଟ ବାଜି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଉଭୟ ସଙ୍ଗିନ ଅବସ୍ଥାରେ ସେଠାରେ ପଡ଼ିଥିବା ବେଳେ  ସେମାନଙ୍କ ଦେହରୁ ପ୍ରଚୁର ପରିମାଣର ରକ୍ତ  ବୋହି ରାସ୍ତାରେ ପଡ଼ିଥିଲା । ତାଙ୍କ ସମ୍ପର୍କୀୟ ଓ  ଟାଉନ୍‌ ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରି ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା  ସଙ୍ଗିନ ଥିବାରୁ ଅଧିକ ଚିକିତ୍ସା ନିମାନ୍ତ ଉଭୟଙ୍କୁ  ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । 

ଏନେଇ ଟାଉନ୍‌  ଥାନା ଆଇଆଇସି ସୁନୀଲ ପ୍ରଧାନ କହିଛନ୍ତି ଯେ,  ଉଭୟଙ୍କ ପକ୍ଷରୁ ଏଯାଏଁ ଅଭିଯୋଗ ହୋଇ ନାହିଁ ।  ସେମାନଙ୍କ ପରିବାର ଲୋକେ ଏତଲା ଦେବା  ପାଇଁ ଇଚ୍ଛା କରୁନାହାନ୍ତି । ତଥାପି ଅନୁସନ୍ଧାନ ଜାରି  ରହିଥିବାବେଳେ କିଏ ଓ କେଉଁ କାରଣ ପାଇଁ  ଏଭଳି କାଣ୍ଡ ଘଟାଇଲେ ତାହା ପରେ ଜଣାପଡ଼ିବ  ବୋଲି କହିଛନ୍ତି ଆଇଆଇସି ଶ୍ରୀ ପ୍ରଧାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.