ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ଆମ୍ବୁଲାନ୍ସରେ ମହିଳାଙ୍କୁ ଦୁର୍ବ୍ୟବହାର, ବିରୋଧ କରିବାରୁ ରୁଗ୍‌ଣ ସ୍ବାମୀକୁ ତଳକୁ ଫିଙ୍ଗିଦେଲେ କର୍ମଚାରୀ

ଲକ୍ଷ୍ନୌ: ଆମ୍ବୁଲାନ୍ସରେ ରୋଗୀଙ୍କ ସମେତ ସଂପର୍କୀୟଙ୍କୁ ଦୁର୍ବ୍ୟବହାର ନେଇ ଖବର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶରେ ଏକ ଆମ୍ବୁଲାନ୍ସରେ ରୋଗଗ୍ରସ୍ତ ସ୍ବାମୀଙ୍କୁ ନେଇ ଯାଉଥିବା ଜଣେ ମହିଳାଙ୍କୁ ଅସଦାଚରଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏପରିକି ରୋଗୀଙ୍କ ସମେତ ପୀଡ଼ିତାଙ୍କୁ ଆମ୍ବୁଲାନ୍ସରୁ ତଳକୁ ଫିଙ୍ଗି ଦେଇଛନ୍ତି କର୍ମଚାରୀ । ଏହା ସହ ରୋଗୀଙ୍କ ମୁହଁରୁ ଅକ୍ସିଜେନ୍‌ ମାସ୍କ ଖୋଲି ନେଇଛନ୍ତି ଆମ୍ବୁଲାନ୍ସର କର୍ମଚାରୀ । ସେପଟେ ମହିଳାଙ୍କ ସ୍ବାମୀ ଗୋରଖପୁର ମେଡିକାଲ କଲେଜରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।

 ଏହି ଘଟଣା ଅଗଷ୍ଟ ୩୦ରେ ରାଜ୍ୟର ସିଦ୍ଧାର୍ଥନଗର ଜିଲ୍ଲାରେ ଘଟିଛି ।  କିଛି ଦିନ ଅସୁସ୍ଥ ରହିବା ପରେ ମହିଳାଜଣଙ୍କ ପତ୍ନୀଙ୍କୁ ପାଖରେ ଥିବା ବସ୍ତି ମେଡିକାଲ କଲେଜକୁ ନେଇ ଯାଇଥିଲେ । ହସ୍ପିଟାଲର ଡାକ୍ତର ତାଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର କରିଥିଲେ । କିନ୍ତୁ ପାଖରେ ଟଙ୍କା ନଥିବାରୁ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇ ନପାରି ସ୍ବାମୀଙ୍କୁ ଘରକୁ ନେଇଆସିଥିଲେ ମହିଳା । ହେଲେ ବାଟରେ ଆସୁଥିବା ବେଳେ ଆମ୍ବୁଲାନ୍ସର ଡ୍ରାଇଭର ତାଙ୍କୁ ଆଗ ସିଟ୍‌ରେ ବସିବାକୁ ବାଧ୍ୟ କରିଥିଲା । 

ଏହା ପରେ ସେ ଓ ତାର ସହଯୋଗୀ ମହିଳାଙ୍କୁ ଅସଦାଚରଣ କରିଥିଲେ । ଏହାକୁ ପୀଡ଼ିତା ବିରୋଧ କରିବାରୁ ସେମାନେ ତାଙ୍କ ସ୍ବାମୀଙ୍କ ଅକ୍ସିଜେନ୍‌ ମାସ୍କ ବାହାର କରି ଆମ୍ବୁଲାନ୍ସରୁ ତଳକୁ ଫୋପାଡ଼ି ଦେଇଥିଲେ । ପରେ ପୀଡ଼ିତାଙ୍କୁ ମଧ୍ୟ ତଳକୁ ଠେଲି ଦେଇଥିଲେ ଆମ୍ବୁଲାନ୍ସର ଡ୍ରାଇଭର ଏବଂ ତାର ସହଯୋଗୀ । ଆମ୍ବୁଲାନ୍ସ ଡ୍ରାଇଭର  ସେ ପିନ୍ଧିଥିବା ଗହଣା ମଧ୍ୟ ଚୋରି କରି ନେଇଥିବା  ଅଭିଯୋଗ କରିଛନ୍ତି ପୀଡ଼ିତା । 

ସେପଟେ ତଳେ ପଡ଼ିଯିବାରୁ ତାଙ୍କ ସ୍ବାମୀଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏନେଇ ମହିଳା ତାଙ୍କର ଭାଇଙ୍କୁ ଫୋନ୍‌ରେ ଜଣାଇଥିଲେ । ତାଙ୍କ ଭାଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ହସ୍ପିଟାଲ ନେଇଥିଲା ଏବଂ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଆମ୍ବୁଲାନ୍ସ ଡ୍ରାଇଭର ଏବଂ ତାର ସହଯୋଗୀକୁ ପୋଲିସ ଗିରଫ କରିନାହିଁ ବୋଲି ଅଭିଯୋଗ କରିଛନ୍ତି ପୀଡ଼ିତା ।

  • ambulance
  • uttarpradesh
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.