ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଜୁସ୍‌ରେ ପରିସ୍ରା ମିଶାଇ ବିକ୍ରି କରୁଥିଲେ ଦୋକାନୀ, ମାଡ଼ିବସିଲା ପୋଲିସ

Image Courtesy: 1mg.com

ଲକ୍ଷ୍ନୌ: ନିକଟରେ ଗ୍ରାହକଙ୍କୁ ଛେପ ଲଗାଇ ମସାଜ୍‌ କରି ସେଲୁନ ମାଲିକ ଗିରଫ ହୋଇଥିଲେ । ଏହି ଘଟଣା ଉତ୍ତର ପ୍ରଦେଶର କନୌଜରେ ଘଟିଥିଲା । ଏବେ ଗାଜିଆବାଦ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ଜୁସ୍‌ରେ ପରିସ୍ରା ମିଶାଇ ବିକ୍ରି କରୁଥିଲେ ଦୋକାନୀ । ଗାଜିଆବାଦ ଜିଲ୍ଲାର ଲୋନି ବର୍ଡରରେ ଜଣେ ଜୁସ୍‌ ଦୋକାନୀ ଜୁସ୍‌ରେ ପରିସ୍ରା ମିଶାଉଥିବା ଜଣାପଡ଼ିଥିଲା। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।

ଏହାପରେ ହଠାତ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ଏକ ଥଳି ପରିସ୍ରା ଥିବା ବେଳେ ତାହାକୁ ଜବତ କରାଯାଇଛି। ଏନେଇ ଦୋକାନୀଙ୍କୁ ପଚରାଉଚରା କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଫଳରେ ତୁରନ୍ତ ପୋଲିସ ତାଙ୍କୁ ଗିରଫ କରିଥିବା ବେଳେ ତାଙ୍କର ୧୫ ବର୍ଷୀୟ ପୁଅକୁ ଅଟକ ରଖି ପଚରାଉଚରା କରୁଛି ।

ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଜୁସ୍‌ ପିଇବାକୁ ଭୟ କଲେଣି । କିଛି ଦିନ ପୂର୍ବରୁ ଭାଇରାଲ ହୋଇଥିବା ଏକ ଭିଡିଓରେ ଏକ ଢାବାରେ ଜଣେ ବ୍ୟକ୍ତି ତନ୍ଦୁରୀ ରୁଟି ସେକୁଥିବା ବେଳେ ସେଥିରେ ଛେପ ମାରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ମଧ୍ୟ ତୀବ୍ର ଅନ୍ତୋଷ ପ୍ରକାଶ ପାଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.