ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କ୍ରାଇମବ୍ରାଞ୍ଚ ହାତରେ ଧରାପଡ଼ିଲା ରଙ୍ଗିଲା ପ୍ରେମିକ , ଦ୍ବିତୀୟ ବିବାହର ଦେଉଥିଲେ ପ୍ରତିଶ୍ରୁତି

ଭୁବନେଶ୍ବର, ୧୩/୯ :  ପ୍ରେମ, ସେକ୍ସ, ଧୋକା ଦେଇ ଫସିଲେ ପ୍ରେମିକ । ମଧ୍ୟମ ବୟସ୍କ ମହିଳାଙ୍କୁ କରୁଥିଲେ ଟାର୍ଗେଟ । ଦ୍ବିତୀୟ ବିବାହର ଦେଉଥିଲେ ପ୍ରତିଶ୍ରୁତି । ଏଭଳି ଜଣେ ବ୍ୟକ୍ତି ହେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥ । ଯାହାଙ୍କୁ ଟ୍ରାପ କରି ଗିରଫ କରିଛି କ୍ରାଇମବ୍ରାଞ୍ଚ।

ସୂଚନା ଅନୁସାରେ ମେଟ୍ରିମୋନିଆଲ ଓ୍ବେବସାଇଟରେ ‘ଦ୍ବୀତୟ ବିବାହ’ର ଟ୍ୟାଗ ଲାଇନ ଦିଆଯାଇଥିଲା । ସେଥିରେ ବିଭିନ୍ନ ପ୍ରକାରର ଚାକିରୀ କରୁଥିବା ଦର୍ଶଯାଇଥିଲା । ଯେପିରିକି ରେଲଓ୍ବେଠାରୁ ଆରମ୍ଭ କରି ଇନକମ୍ ଟ୍ୟାକ୍ସ ଇନ୍ସପେକ୍ଟର ଏବଂ ସେଣ୍ଟ୍ରାଲ ଏକ୍ସାଇଜ ବିଭାଗର ଅଧିକାରୀଙ୍କ ଭଳି ପ୍ରୋଫାଇଲରେ ଉଲ୍ଲେଖ ରହିଥିଲା । ବିଶେଷ କରି ଉକ୍ତ ବ୍ୟକ୍ତି ଜଣଙ୍କ ମଧ୍ୟ ବୟସ୍କ ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଅବିବାହିତ, ଡିଭୋର୍ସି, ବିଧବା ମହିଳାଙ୍କୁ କରୁଥିଲେ ଟାର୍ଗେଟ । ଏହାପରେ ଓ୍ବେବସାଇଟ ମାଧ୍ୟମରେ ସେମାନଙ୍କୁ ବିବାହ ପ୍ରତିଶ୍ରୁତିର ଅନୁରୋଧ ପଠାଉଥିଲେ । ସେମାନଙ୍କ ସହ ସେ ବାର୍ତ୍ତାଳାପ କରିବା ସହ ତାଙ୍କୁ ଇମୋଶନାଲ ବ୍ଲାକମେଲ୍ କରୁଥିଲେ । ଏପରିକି ଉକ୍ତ ମହିଳାଙ୍କର ଯଦି କେହି ପିଲା ଥିବେ ତେବେ ସେମାନଙ୍କର ଭରଣପୋଷଣର ଦାୟିତ୍ବ ନେବାର ପ୍ରତିଶ୍ରୁତି ଦେଉଥିଲେ । ବହୁ ମହିଳା ତାଙ୍କ ଜାଲରେ ଫଶିଥିଲେ । ଏଭଳି କି ବହୁ ମହିଳାଙ୍କୁ ସେ ଚାକିରି ଦେବାର ପ୍ରତିଶ୍ରୁତି ମଧ୍ୟ ଦେଉଥିଲେ । ଏହାପରେ ଉକ୍ତ ମହିଳାମାନଙ୍କ ସହ ସେ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡ଼ିଓ ରଖି ବ୍ଲାକମେଲ କରୁଥିଲେ । ସେ ନିଜର ନାଁ ପରିବର୍ତ୍ତନ କରି ମଧ୍ୟ କହୁଥିଲେ । ଯେପରିକି ମାନସ ରଥ, ପ୍ରଭାକର ଶ୍ରୀବାସ୍ତବ, ବିରଞ୍ଚି ନାରାୟଣ ନାଥ ଭଳି ନାଁ ବ୍ୟବହାର କରୁଥିଲେ । 

ଠିକ୍ ଏହିଭଳି ଭାବେ ଜନୈକ ମହିଳାଙ୍କୁ ଟ୍ରାପ୍ କରିବାକୁ ଚେଷ୍ଟା କରିଥିଲେ । କଟକ ଅଞ୍ଚଳର ଜଣେ ମହିଳାଙ୍କ ସ୍ବାମୀ ୨୦୨୨ରେ ମୃତ ହୋଇଥିଲା । ତାଙ୍କର ଦୁଇ ଝିଅ ଅଛନ୍ତି । ଏହାପରେ ସେ ନିଷ୍ପତ୍ତି ନେଇଥିଲେ କି ଦ୍ବିତୀୟ ବିବାହ କରିବେ । ପରେ ୨୦୨୩ମସିହାରେ ମେଟ୍ରିମୋନିଆଲ ପୋର୍ଟାଲରେ ଦ୍ବିତୀୟ ବିବାହ କରିବାକୁ ମହିଳା ଜଣଙ୍କ ରେଜିଷ୍ଟର କରିଥିଲେ । ଏହାପରେ ସେ ପ୍ରଭାକର ଶ୍ରୀବାସ୍ତବ ନାମକ ପ୍ରୋଫାଇଲରୁ ବିବାହର ଅନୁରୋଧ ପାଇଥିଲେ । ଯିଏ ତାଳଚେରର ଖମାର ଅଞ୍ଚଳର ହୋଇଥିବାବେଳେ ବୟସ ୪୩ବର୍ଷ । ସେ ସେଥିରେ ଲେଖିଥିଲେ କି ବିଶାଖାପାଟନମସ୍ଥିତ ରେଲଓ୍ବେରେ ଟିଟିଆଇ ଚାକିରୀ କରୁଥିଲେ । ପରେ ‌ସେ ମହିଳାଙ୍କ ଘରକୁ ଯାଇ ତାଙ୍କ ପରିବାର ସହ କଥା ହେବା ସହ ତାଙ୍କୁ ଭରସା ଦେଇଥିଲେ । ଏହାପରେ ସମ୍ପର୍କ ଗଢି ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଏବଂ ଭିଡ଼ିଓ ନେଇ ବ୍ଲାକମେଲ୍ କରୁଥିଲେ । ଏପରିକି ମହିଳାଙ୍କ ଠାରୁ ୫ଲକ୍ଷ ଟଙ୍କା ଓ ୩୨ଗ୍ରାମ ସୁନା ନେଇଥିଲେ ଶ୍ରୀବାସ୍ତବ ।  ଯାହାକୁ ନେଇ ମହିଳା ଜଣଙ୍କ ଅଭିଯୋଗ ଆଣିବା ପରେ ଏହି କଥା ସାମ୍ନାକୁ ଆସିଥିଲା । କେବଳ ଓଡିଶା ନୁହେଁ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ହରିୟାଣା ଓ ଦିଲ୍ଲୀରେ ବି ତାଙ୍କ ନାଁରେ ମାମଲା ଥିବା ତଦନ୍ତରୁ ଜଣାପଡ଼ିଛି  ।  ଅଭିଯୁକ୍ତଠାରୁ ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ, ଭିଡ଼ିଓ, ଫେକ ଆଇଡିକାର୍ଡ଼ ଜବତ କରିଛି କ୍ରାଇମବ୍ରାଞ୍ଚ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.