ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଆତଙ୍କୀ ଗତିବିଧି ସମ୍ପୃକ୍ତିରେ ଓଡ଼ିଶାର ଲମ୍ବା ଇତିହାସ, ଥରକୁ ଥର ବାହାରୁଛି ଲିଙ୍କ୍

ଭୁବନେଶ୍ୱର, ୦୫/୦୯ : ଆତଙ୍କୀ ଗତିବିଧି ସମ୍ପୃକ୍ତି ନେଇ ଓଡ଼ିଶାରେ ଲମ୍ବା ଇତିହାସ ରହିଛି । ଏଠାରେ ଫୁଲ ବ୍ୟବସାୟୀ, ଡାକ୍ତର ଓ ମୌଲବୀ ପରିଚୟରେ ଆତଙ୍କବାଦୀ, ସ୍ଲିପର ସେଲ୍‌ ଲୁଚିଥିଲେ । ଶତ୍ରୁରାଷ୍ଟ୍ର ପାଇଁ ଗୁପ୍ତଚର ଯୋଗାଡୁଥିଲେ । ହନିଟ୍ରାପ୍‌ ଜାଲ ବିଛାଇ ଶତ୍ରୁରାଷ୍ଟ୍ରକୁ ଗୁପ୍ତ ତଥ୍ୟ ପଠାଉଥିଲେ । ସିମ୍‌ ବାକ୍ସ ରାକେଟ୍‌, ଓଟିପି ସେୟାରିଂ ସ୍କାମ୍‌ରେ ଆତଙ୍କୀ ଲିଙ୍କ୍‌ ଘଟଣା କାହାରିକୁ ଅଛପା ନାହିଁ।

ଫୁଲ ବ୍ୟବସାୟ ଆଳରେ ଲୁଚିଥିଲେ ୪ ସିମି ଛାତ୍ର 

୨୦୧୬ ଫେବ୍ରୁଆରୀରେ ରାଉରକେଲା ନାଲା ରୋଡରେ ୪ଜଣ ଷ୍ଟୁଡେଣ୍ଟ ଇସଲାମିକ ମୁଭମେଣ୍ଟ ଇଣ୍ଡିଆ (ସିମି) ଛାତ୍ର ଫୁଲ ବ୍ୟବସାୟ ଆଳରେ ଏକ ଭଡ଼ାଘରେ ଲୁଚିକି ରହୁଥିଲେ । ସମସ୍ତେ ମଧ୍ୟପ୍ରଦେଶର ଖଣ୍ଡୁଆ ଜିଲ୍ଲାର । ଏମାନଙ୍କ ମଧ୍ୟରୁ ୪ଜଣ ୨୦୧୩ରେ ଖଣ୍ଡୁଆ ଜେଲ୍‌ରୁ ଖସି ପଳାଇଥିଲେ । ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଓ ତାମିଲନାଡୁରେ ୧୭ଟି ଆତଙ୍କୀ ଆକ୍ରମଣ, ପୁଲିସକୁ ହତ୍ୟା ଓ ବ୍ୟାଙ୍କରେ ଡକାୟତିରେ ଏମାନଙ୍କ ସମ୍ପୃକ୍ତି ଥିଲା । ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ଓ ତେଲେଙ୍ଗନା ପୁଲିସ ବିଳମ୍ବ ନ କରି ରାଉରକେଲାରେ ପହଞ୍ଚିଥିଲା । ସ୍ଥାନୀୟ ପୁଲିସ ସହାୟତାରେ ସେଠାରେ ରାତି ୧ଟାରେ ଚଢ଼ଉ କରିଥିଲା । ରାତି ୪ଟା ଯାଏଁ ଗୁଳି ବିନିମୟ ଚାଲିଥିଲା । ସମସ୍ତଙ୍କୁ କାବୁ କରିବା ସହ ୩ଟି ପିସ୍ତଲ, ୫ଟି ରିଭଲବର ଓ ୧୧ ରାଉଣ୍ଡ ଅଫୁଟା ଗୁଳି ଜବତ କରାଗଲା । ଠିକ୍‌ ମାସକ ପରେ ମଧ୍ୟପ୍ରଦେଶ ପୁଲିସ ସେମାନଙ୍କୁ ଏନକାଉଣ୍ଟରରେ ମାରିଥିଲା । ତାଙ୍କ ସହ ରହୁଥିବା ଜଣେ ବୟସ୍କା ମହିଳାଙ୍କୁ ମଧ୍ୟ ଗିରଫ କରି ରାଉରକେଲା ଜେଲରେ ଥିଲେ । ତଦନ୍ତରୁ ଜଣାପଡି଼ଥିଲା, ଏମାନେ ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ବ୍ୟାଙ୍କ ଡକାୟତି କରିବା ସହ ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲେ । 

ଶତ୍ରୁରାଷ୍ଟ୍ର ପାଇଁ ଗୁପ୍ତଚର ଯୋଗାଡୁଥିଲା ଇଶାନ 

ଗତବର୍ଷ ଡିସେମ୍ବରରେ କ୍ରାଇମ୍‌ବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଯାଜପୁର ଧର୍ମଶାଳା ଥାନା ନେଉଳପୁରରୁ ସୟଦ ଇଶାନ ବୁଖାରୀ ନାମକ କାଶ୍ମୀର ଯୁବକକୁ ଗିରଫ କରିଥିଲା । ଉତ୍ତର କାଶ୍ମୀର କୁପୱାରା ଜିଲ୍ଲାର ଇଶାନ୍‌ ଏଠାରେ ନକଲି ସେନା ଡାକ୍ତର ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ଅଧିକାରୀ ପରିଚୟରେ ରହୁଥିଲା । ତଦନ୍ତରୁ ଜଣାପଡ଼ିଥିଲା, ସେ କାଶ୍ମୀର ପୁଲିସର ମୋଷ୍ଟ ୱାଣ୍ଟେଡ୍‌ ଥିଲା । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲା । ନକଲି ଡାକ୍ତର ସାଜି ଲଭ୍‌ ଜିହାଦ ଆଳରେ ଏଠାକାର ଯୁବତୀଙ୍କୁ ଫସାଇବାରେ ସେ ଧୁରନ୍ଧର ଥିଲା । ଆଉ ଜିହାଦୀ ହେବା ପାଇଁ ସେମାନଙ୍କୁ ଶତ୍ରୁରାଷ୍ଟ୍ରକୁ ପଠାଉଥିଲା । ସ୍ଲିପର୍‌ ସେଲ୍‌ କିମ୍ବା ଗୁପ୍ତଚର ଯୋଗାଡ଼ କରୁଥିଲା । ସେ ୬ଟି ରାଜ୍ୟରେ ୭ ପତ୍ନୀ ରଖିଥିଲା । ତା’ଠୁ ମିଳିଥିବା ୨ଟି ମୋବାଇଲ୍‌ରୁ ଗୋଟିକରେ ପାକିସ୍ତାନ ଦେଶର ଏକ ସିମ୍‌ ସକ୍ରିୟ ଥିଲା । ତା’ଠାରୁ ନକଲି ନ୍ୟୁରୋ ସର୍ଜନ ପରିଚୟପତ୍ର ସହ ପୁଳାପୁଳା ନକଲି ଲେଟର ପ୍ୟାଡ୍‌ ମଧ୍ୟ ପୁଲିସ ଜବତ କରିଥିଲା । 

ମଦ୍ରାସାରେ ମୌଲାନା ଅବଦୁଲର ଆତଙ୍କୀ ପାଠ

୨୦୧୫ ଡିସେମ୍ବରରେ କଟକ ଜଗତପୁର ପଶ୍ଚିମକଚ୍ଛ ଗାଁରୁ ଅବଦୁଲ୍‌ ରେହମାନ ଓରଫ୍‌ ମହମ୍ମଦ ଅବଦୁଲ୍‌ ରେହମାନକୁ ଗିରଫ କରିଥିଲା ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ । କୁଖ୍ୟାତ ଆତଙ୍କବାଦୀ ସଂଗଠନ ‘ଅଲକାଏଦା’ ସହ ତା’ ସମ୍ପୃକ୍ତି ଥିବା ପୁଲିସ ଦର୍ଶାଇଥିଲା । କେନ୍ଦ୍ରୀୟ ଗୁଇନ୍ଦା ତଥ୍ୟ ଆଧାରରେ ଦିଲ୍ଲୀ ପୁଲିସ କିଛି ମାସ ଧରି ଅବଦୁଲ ଉପରେ ତୀକ୍ଷ୍ମ ନଜର ରଖିଥିଲା । ତଦନ୍ତରୁ ଜଣାପଡି଼ଥିଲା, ସେ ଟାଙ୍ଗୀ ଅଞ୍ଚଳର ଏକ ମଦ୍ରାସାରେ ଦୀର୍ଘ ବର୍ଷ ଧରି ମୌଲବୀ ଥିଲା । ଉକ୍ତ ମଦ୍ରାସାରେ ଝାଡ଼ଖଣ୍ଡ ଅଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀ ଥଲେ । ସେମାନଙ୍କୁ ଶିକ୍ଷାଦାନ ନାଁରେ ଆତଙ୍କୀ ପାଠ ପଢ଼ାଉଥିଲା ଅବଦୁଲ । ଅଲ୍‌କାଏଦାର ଆଭିମୁଖ୍ୟ ନେଇ ପିଲାଙ୍କୁ ତାଲିମ୍‌ ଦେଉଥିଲା । ମଦ୍ରାସାକୁ ଆସୁଥିବା ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନଙ୍କୁ ଦେଶ ବିରୋଧରେ ଉସ୍‌କାଇବା ଭଳି ଉତ୍ତେଜନାମୂଳକ ଭାଷଣ ଦେଉଥିଲା । ସେ ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକର ବିଭିନ୍ନ ସହରକୁ ବାରମ୍ୱାର ଯା’ଆସ କରୁଥିଲା । ପରେ ସେ ଅଲ୍‌କାଏଦା ଏକ୍ୟୁଆଇଏସ୍‌ର ସଦସ୍ୟ ବୋଲି ପ୍ରମାଣ ମିଳିଥିଲା । 

ଡିଆର୍‌ଡିଓ ଅଧିକାରୀଙ୍କୁ ହନିଟ୍ରାପ୍‌ ଥୋପ 

ଗତବର୍ଷ ଫେବ୍ରୁଆରୀରେ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି (ଆଇଟିଆର)ରୁ ବାବୁରାମ ଦେ ନାମକ ଜଣେ ବରିଷ୍ଠ ଟେକ୍ନିସିଆନ୍‌କୁ ଗିରଫ କରାଯାଇଥିଲା । ପାକିସ୍ତାନ ରାଓଲପିଣ୍ଡିର ଜଣେ ଯୁବତୀ ତାକୁ ହନିଟ୍ରାପ୍‌ରେ ଫସାଇଥିଲା । ଦୀର୍ଘ ବର୍ଷେ ଧରି ସେ କ୍ଷେପଣାସ୍ତ୍ର ସମ୍ପର୍କୀତ ଗୁପ୍ତ ତଥ୍ୟ ପଠାଉଥିବା ସୁରାକ୍‌ ମିଳିଥିଲା । ଗୁଇନ୍ଦା ବିଭାଗ ତଥ୍ୟ ଆଧାରରେ ୨୦୨୧ ସେପ୍ଟେମ୍ବର ୧୪ ତାରିଖରେ କ୍ଷେପଣାସ୍ତ୍ର ଘାଟିରୁ ୫ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସେଥିରୁ ୪ଜଣ ଠିକାରେ କାମ କରୁଥିବା ବେଳେ ଜଣେ ଆଇଟିଆରର ଡ୍ରାଇଭର ଥିଲା । ଏମାନେ ଶତ୍ରୁରାଷ୍ଟ୍ରକୁ ତଥ୍ୟ ପଠାଉଥିବା ଅଭିଯୋଗ ହୋଇଥିଲା । 

ସିମ୍‌ ବାକ୍ସ ରାକେଟ, ଓଟିପି ସେୟାରିଂ ସ୍କାମ୍‌ 

ଶତ୍ରୁରାଷ୍ଟ୍ର ସହ ଯୋଗାଯୋଗର ମାଧ୍ୟମ ପାଲଟିଥିବା ସିମ୍‌ ବାକ୍ସ ରାକେଟ୍‌, ଓଟିପି ସେୟାରିଂ ସ୍କାମ୍‌ ମଧ୍ୟ ଓଡି଼ଶାରୁ ପର୍ଦ୍ଦାଫାଶ ହୋଇଛି । ଗତମାସରେ କମିଶନରେଟ ପୁଲିସ ଭୁବନେଶ୍ୱର, କଟକ ଓ ଝାଡ଼ଖଣ୍ଡ ରାଞ୍ଚିରୁ ୧୭ଟି ସିମ୍‌ ବାକ୍ସ ଜବତ କରିଥିଲା । ବଙ୍ଗୀୟ ଏଜେଣ୍ଟ ରାଜୁ ମଣ୍ଡଳକୁ ଗିରଫ କରିଥିଲା । କାର୍ପଟଦାର ଅସାଦ୍ଦୁର ଜମିନ୍‌ ଏହି ସିମ୍‌ ବାକ୍ସ ଜରିଆରେ ବାଂଲାଦେଶ ଢାକାରୁ ଆତଙ୍କୀ କାର୍ଯ୍ୟକଳାପ ଚଳାଇଥିବାର ତଥ୍ୟ ମିଳିଥିଲା । ଗତବର୍ଷ ଜୁନ୍‌ରେ ଓଟିପି ସେୟାରିଂ ସ୍କାମ୍‌ରେ ପର୍ଦ୍ଦାଫାଶ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଓଡି଼ଶାରୁ ୫ ଜଣ ଦାଲାଲ୍‌ ଗିରଫ ହୋଇଥିଲେ । ଏମାନେ ପାକିସ୍ତାନୀ ଗୁଇନ୍ଦା ଓ ଆତଙ୍କୀ ସଂଗଠନକୁ ଓଟିପି ପଠାଉଥିବା ତଥ୍ୟ ମିଳିଥିଲା । ସ୍କାମ୍‌ର କାର୍ପଟଦାର ଗୁଜରାଟ ବାସିନ୍ଦା ଅଭିଜିତ୍‌ ସଞ୍ଜୟ ଜମ୍ବୁରେ ସହ ପାକିସ୍ତାନୀ ଗୁଇନ୍ଦା ଦୀର୍ଘ ଦିନ ଧରି ସମ୍ପର୍କ ରଖିଥିଲେ ।

ମଦ୍ରାସା ଉପରେ କାହାର ନଜର ନାହିଁ 

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଧରାପଡିଥିବା ଆତଙ୍କବାଦୀଙ୍କ ସହଯୋଗୀ ଜାହିର ଖାନ୍‌ ଗିରଫ ହେବା ପରେ ସାରା ଓଡ଼ିଶାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଜାହିର ଖାନ୍‌ ଘର ଭଦ୍ରକ ଜିଲ୍ଳା ବାସୁଦେବପୁରରେ । ସେ ପ୍ରୟାଗରାଜାର ଏକ ମଦ୍ରାସାରେ ତା’ର ସହଯୋଗୀମାନେ ନକଲି ନୋଟ୍‌ ଛାପୁଥିଲେ । ସବୁ ଠାରୁ ଆଶ୍ଚର୍ଯ୍ୟ କଥା ହେଲା ଜାହିର ଖାନ୍‌ ମଦ୍ରାସାରେ ଆରଏସ୍‌ଏସ୍‌ ବିରୋଧରେ ପାଠ ପଢ଼ା ଯାଉଥିଲା । ଏହି ଘଟଣା ପରେ ଓଡ଼ିଶା ମଦ୍ରାସା ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଓଡ଼ିଶାରେ ମଧ୍ୟ ମଦ୍ରାସାରେ ଉତ୍ତେଜନାମୂଳକ ଭାଷଣ ଦିଆଯାଉଥିବା ପ୍ରମାଣ ମିଳିଥିଲା । ଏହି ଉତ୍ତେଜନାମୂଳକ ଭାଷଣ ଦେଉଥିଲେ ମୌଲବୀ ଅବଦୁଲ୍‌ ରେହମାନ । ମାଦ୍ରାସାରେ ଶିକ୍ଷାଦାନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଧିକାଂଶ ଝାଡ଼ଖଣ୍ଡ ଅଞ୍ଚଳ ଥିଲେ । ଶିକ୍ଷା ବଦଳିରେ ହିଂସା ଓ ଦଙ୍ଗା ବିଷୟରେ ଅଧିକ ପାଠ ପଠାଉଥିଲେ । ଏହି ମଦ୍ରାସାର ମୌଲବୀ ଅବଦୁଲ୍‌ ରେହମାନ ଗିରଫ ହେବା ପରେ ଏ ସବୁ କଥା ପଦାକୁ ଆସିଥିଲା । ସେହଭଳି ପ୍ରାୟାଗରାଜର ଏକ ମଦ୍ରାସାରେ ଆରଏସ୍‌ଏସ୍‌ ବିରୋଧରେ ପାଠ ପଢ଼ା ଯିବା ସହ ଉତ୍ତେଜନାମୂଳକ ଭାଷଣ ଦେଉଥିଲେ ଜାହିର୍‌ ଖାନ୍‌ । ୟୁପି ପୁଲିସ୍‌ ଜାଣିବାକୁ ପାଇଛି ଯେତେବେଳେ ସେ ଓଡ଼ିଶା ଆସୁଥିଲା ବିଭିନ୍ନ ମଦ୍ରାସା ଯାଉଥିଲା । ସେଠାରେ କ’ଣ କରୁଥିଲା ସେ ବିଷୟରେ ପୁଲିସ୍‌ ସଠିକ୍‌ ତଥ୍ୟ ପାଇ ନାହିଁ । ହେଲେ ଉତ୍ତେଜନାମୂଳକ ଭାଷଣ ଦେଉଥିବା କିଛି ଭିଡିଓ ମିଳିଛି । ସେ ସବୁ ଭିଡିଓ ଓଡ଼ିଶାର କେଉଁ ମଦ୍ରାସାର ତାହା ଯାଞ୍ଚ କରିବା ପରେ ଜଣାପଡ଼ିବ । ଆମ ରାଜ୍ୟରେ କେତେ ମଦ୍ରାସା ରହିଛି? ସେଠାରେ ପାଠ ପଢ଼ା ଛାଡି ଆଉ କ’ଣ ହେଉଛି? କେଉଁମାନେ ସେଠାକୁ ପଢ଼ାଇବା ପାଇଁ କିଏ ଆସୁଛନ୍ତି? ସେ ସବୁ ହିସାବ କାହା ପାଖରେ ନାହିଁ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.