ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ପୁଲିସ ଜାଣତରେ ଚାଲିଛି ଜୁଆଆଡ୍ଡା ! ଥରକୁ ପାଲିରେ ପଚାଶ ଲକ୍ଷ, ଖବର ପାଇଲେ ବି ଚଢ଼ଉ ନାହିଁ...

ପୁରୀ,୦୭/୦୯: ସହରରେ ଚାଲିଛି ବେଧଡ଼କ୍‌ ଜୁଆଆଡ୍ଡା । ବାରମ୍ବାର ଅଭିଯୋଗ ହେଉଛି । କିନ୍ତୁ ଚଢ଼ଉ କରୁନି ପୁଲିସ । ଲକ୍ଷ ଲକ୍ଷ ଟଙ୍କା ପାଲିରେ ଲାଗୁଥିବା ବେଳେ ପାନ ଦୋକାନ ପଛପଟେ କିମ୍ବା ପରିବା ମାର୍କେଟ୍‌ରେ  ଚଢ଼ଉ କରୁଛି ପୁଲିସ । ୨ରୁ ୪ ହଜାର ଟଙ୍କା  ଜବତ କରି ଦୁଇଚାରିଜଣଙ୍କୁ ବାନ୍ଧି ଜୁଆଆଡ୍ଡାରେ  ଚଢ଼ଉ ହେଲା ବୋଲି ପୁଲିସ ରେକର୍ଡ ପ୍ରସ୍ତୁତ  କରୁଛି । କିନ୍ତୁ ଲକ୍ଷପତି ଜୁଆଡ଼ିମାନେ ପୁଲିସ ବାବୁମାନଙ୍କୁ କାହିଁକି ଧରୁନି ପୁଲିସ ବୋଲି  ଅଭିଯୋଗ ହୋଇଛି । ସମୁଦ୍ର କୂଳ ଓ ବଳିଆପଣ୍ଡା  ଥାନା ଅଞ୍ଚଳରେ ଥିବା ଏକାଧିକ ହୋଟେଲ୍‌ରେ  ଚାଲିଛି ଜୁଆଆଡ୍ଡା । ଏଭଳି ସ୍ଥିତିରେ ସଦର ଥାନା ଅଞ୍ଚଳରେ ଚାଲିଥିବା ଏକ ସମ୍ଭ୍ରାନ୍ତ ଶ୍ରେଣୀର  ଜୁଆଆଡ୍ଡା ପାଇଁ ପୁଲିସ ବଦନାମ୍‌ ମୁଣ୍ଡାଇଛି । 

ସଦର ଥାନା ଅଧୀନ ଇଡ୍‌କୋ ରୋଡରେ  ଦୀର୍ଘଦିନ ଧରି ଚାଲିଛି ଏହି ବଡ଼ଧରଣର ଜୁଆ  ଆଡ୍ଡା । ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏଁ ପାଲିରେ  ଲାଗୁଛି ଲକ୍ଷ ଲକ୍ଷ ଟଙ୍କା । କଟକ, ଭୁବନେଶ୍ୱର ଓ  ପୁରୀର କିଛି ପ୍ରଭାବଶାଳୀ ବ୍ୟକ୍ତି ଏହି ଆଡ୍ଡାରେ  ଟଙ୍କା ଲଗାଉଛନ୍ତି । ପ୍ରତି ଥର ୫୦ରୁ ୬୦ ଲକ୍ଷ  ଟଙ୍କା ଖେଳ ହେଉଥିବା ଏକ ସୂତ୍ରରୁ ଖବର  ମିଳିଛି । ଏହି ଆଡ୍ଡାକୁ ସୁରକ୍ଷା ଦେବା ପାଇଁ କିଛି  ଯୁବକ ନିୟୋଜିତ ହୋଇଛନ୍ତି । ଗିରଳ ଛକଠାରେ  ଜଗୁଛନ୍ତି ଏହି ଯୁବକ । ଆଉ କିଛି ଯୁବକ ଇଡ୍‌କୋ  ରୋଡ୍‌ ଓ ଜୁଆଆଡ୍ଡାଠାରେ ଜଗି ରହୁଛନ୍ତି । କଡ଼ା ସୁରକ୍ଷାବଳୟରେ ଚାଲୁଛି ଏହି ଜୁଆଆଡ୍ଡା । ଖବର  ପାଇଲେ ବି ଘଟଣାସ୍ଥଳକୁ ଯାଉନି ପୁଲିସ । 

ବୁଧବାର ଜିଲ୍ଲା ଭିତର ଓ ବାହାରର ଜୁଆଡ଼ି  ପାଲିରେ ୫୦ ଲକ୍ଷରୁ ଅଧିକ ଟଙ୍କା ଖେଳିଥିଲେ ।  ଏନେଇ ସଦର ଥାନା ପୁଲିସ ଖବର ପାଇଥିଲା ।  ଏପରିକି ପୁଲିସର କର୍ମଚାରୀ ମଧ୍ୟ ଘଟଣାସ୍ଥଳକୁ  ଯାଇ ଯାଞ୍ଚ୍‌ କରିଥିଲେ । ଘଟଣା ସତ ବୋଲି ପୁଲିସ  ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା । ହେଲେ  ପୁଲିସ ଟିମ୍‌ କାହିଁକି ଚଢ଼ଉ କରି ନ ଥିଲା ତାହା  ଏବେ ସନ୍ଦେହ ଘେରରେ । ଜୁଆଖେଳ ସହିତ  ଅସାମାଜିକଙ୍କର ସେଠାରେ ମଦମାଂସର ଆସର  ବି ଜମୁଛି । ଫଳରେ ଜୁଆଡ଼ିଙ୍କ ପାଇଁ ଇଡ୍‌କୋ  ରୋଡ୍‌ ଏକ ଅଭୟ ସ୍ଥାନ ପାଲଟିଥିବା ଜଣାପଡିଛି ।  ଜୁଆଆଡ୍ଡା ଚଳାଉଥିବା ମାଷ୍ଟର୍‌ ମାଇଣ୍ଡ୍‌ ସୁରକ୍ଷା  ବାବଦରେ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି ।  ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଇଡ୍‌କୋ  ରୋଡ୍‌ର ଏହି ଅନ୍ଧାରିଆ ନିକାଞ୍ଚନ ସ୍ଥାନରେ ବହୁ  ଦାମୀ ଗାଡ଼ି ଲାଗୁଛି । ନିୟମିତ କେତେକ ଦାମୀ  କାର୍‌ରେ ଏଠାକୁ ଆସୁଛି । ସ୍ଥାନୀୟ ଲୋକେ ଏସବୁ  ଅନୁଧ୍ୟାନ କରିବା ପରେ ଜୁଆଆଡ୍ଡା ଚାଲିଥିବା  ନେଇ ସ୍ପଷ୍ଟ ହୋଇଥିଲେ ।  

ଏନେଇ ସଦର ଥାନା ଅଧିକାରୀ ଭାବଗ୍ରାହୀ  ରାଉତ କହିଛନ୍ତି, ଘଟଣା ସତ ହେଲେ ଖବର  ପାଇବା ପରେ ହଠାତ୍‌ ଚଢ଼ଉ କରିବା ସମ୍ଭବ  ନୁହେଁ । ଏଥିପାଇଁ ପ୍ରସ୍ତୁତ ହୋଇ ଚଢ଼ଉ କରିବାକୁ  ପଡ଼ିବ ବୋଲି ସେ କହିଛନ୍ତି । ତେବେ ଥାନା  ଅଞ୍ଚଳରେ ଜୁଆଆଡ୍ଡା ଚାଲିଥିବା ନେଇ ପୁଲିସ  ପାଖରେ କେମିତି ଖବର ନ ଥିଲା । ଏଭଳି  ସମ୍ବେଦନଶୀଳ ଖବର ପାଇବା ପରେ ପୁଲିସକୁ  କିଭଳି ପ୍ରସ୍ତୁତି ଦରକାର ତାକୁ ନେଇ ପ୍ରଶ୍ନ  ଉଠିଛି । ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ  ଏସ୍‌ପି ପିନାକ ମିଶ୍ରଙ୍କୁ ସହରରେ ଜୁଆ ଖେଳ  ଚାଲିଥିବା ନେଇ ପଚରାଯିବାରୁ ସେ କହିଥିଲେ,  ଖବର ମିଳିଲେ ଚଢ଼ଉ ହେବ । ଜୁଆ ଯେ କେବଳ  ଟଙ୍କାର ଖେଳ ନୁହେଁ । ଏହା ଅନେକ ପରିବାରକୁ  ଛାର୍‌ଖାର୍‌ କରିଦିଏ । ଜୁଆରେ ଅନେକ ସର୍ବସ୍ୱାନ୍ତ  ହେବା ପରେ ଆତ୍ମହତ୍ୟା କରିଥିବାର ନଜିର ମଧ୍ୟ  ରହିଛି । ପୁଲିସ ଏଥିପ୍ରତି ନଜର ରଖିବା ଜରୁରୀ  ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.