ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଥାନା ବାବୁଙ୍କ ରୋମାଣ୍ଟିକ୍‌ କଲ୍: ବିବାହିତ ମହିଳାଙ୍କ ପ୍ରେମରେ ପାଗଳ ଆଇଆଇସି, ଭାଇରାଲ୍ ହେଉଛି ଅଶ୍ଳୀଳ ଅଡିଓ

ଭଦ୍ରେଶ୍ୱର,୦୬/୦୯: ଜଣେ ମହିଳାଙ୍କ ସହ  ଥାନା ବାବୁଙ୍କ ରୋମାଣ୍ଟିକ୍‌ କଲ୍‌ ଏବେ ଭାଇରାଲ୍‌  ହୋଇଛି । କଟକ ଜିଲ୍ଲାର ଏକ ଥାନା ଅଧିକାରୀଙ୍କ ଏଭଳି ଅଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌  ଘୂରି ବୁଲୁଛି । ଘଣ୍ଟା ଘଣ୍ଟା ଧରି ପ୍ରେମାଳାପରେ ମସଗୁଲ୍‌ ଥିବା ଏହି ଥାନା ବାବୁଙ୍କ ଅଡ଼ିଓରେ ଅଶ୍ଳୀଳ ବାର୍ତ୍ତାଳାପ ଥିବା ଶୁଣିବାକୁ ମିଳିଛି ।   

ମିଳିଥିବା ସୂଚନା ମୁତାବକ, ଜଣେ ବିବାହିତା ମହିଳା ନିଜର କିଛି ସମସ୍ୟାର ସମାଧାନ ନିମନ୍ତେ  ଥାନା ବାବୁଙ୍କ ପାଖକୁ ଆସିଥିଲେ । ମହିଳାଙ୍କ ସମସ୍ୟାର  ସମାଧାନ କରାଇ ଦେବାକୁ କହି ତାଙ୍କ ଫୋନ୍‌ ନମ୍ବର ହାସଲ କରିନେଇଥିଲେ ରଂଗିଲା ବାବୁ । ପରେ ଧିରେ  ଧିରେ ମହିଳାଙ୍କ ସହ ଥାନାବାବୁଙ୍କ ନିବିଡ଼ ସମ୍ପର୍କ ଗଢ଼ି ଉଠିଥିଲା । ଫଳରେ ସଂପୃକ୍ତ ମହିଳା ଏହି ଥାନାକୁ ବାରମ୍ବାର ଯିବା ଆସିବା କରୁଥିବା ଦେଖିବାକୁ  ମିଳିଥିଲା । ଅପରପକ୍ଷେ ବିଳମ୍ବିତ ରାତି ଯାଏ ଉଭୟ ଫୋନରେ ଅଶ୍ଳୀଳ ବାର୍ତ୍ତାଳାପ କରୁଥିବା ଭାଇରାଲ  ଅଡିଓରୁ ଜଣାପଡୁଛି। ଏହା ସହିତ ଥାନାବାବୁ ଓ  ସଂପୃକ୍ତ ମହିଳାଙ୍କର କିଛି ସେଲ୍‌ଫି ଫଟୋ ମଧ୍ୟ  ଭାଇରାଲ ହେବାରେ ଲାଗିଛି । 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  କଥା ହେଉଛି, ଏହି ଅଡିଓରେ ଥାନାବାବୁ ଜଣକ ଅଶ୍ଳୀଳତାର ସମସ୍ତ ସୀମା ଟପିଯାଇଥିବା ଶୁଣିବାକୁ  ମିଳୁଛି । ଜଣେ କର୍ତ୍ତବ୍ୟରତ ଦାୟିତ୍ୱସମ୍ପନ୍ନ ଥାନାବାବୁଙ୍କ ଏଭଳି ଭାଷା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।  ଘଟଣା ସମ୍ପର୍କରେ ଥାନା ଅଧିକାରୀଙ୍କୁ ପଚାରିବାରୁ  ଭାଇରାଲ ହେଉଥିବା ଅଡିଓ ତାଙ୍କର ନୁହେଁ ବୋଲି ସେ  କହିଛନ୍ତି । ଅପରପକ୍ଷେ ଘଟଣାକୁ ବୁଦ୍ଧିଜୀବୀ ମହଲରେ  ଘୋର ନିନ୍ଦା କରାଯିବା ସହ ଭାଇରାଲ ଅଡିଓର  ସତ୍ୟାସତ୍ୟ ଉନ୍ମୋଚନ ପାଇଁ ପୁଲିସ ପ୍ରଶାସନର  ଉଚ୍ଚ କର୍ତ୍ତୃପକ୍ଷ ଏହାର ଫରେନ୍‌ସିକ୍‌ ଯାଞ୍ଚ୍‌ କରିବାକୁ ମତ ପ୍ରକାଶ ପାଇଛି । ତେବେ ଏହି ଅଭିଯୋଗକୁ  ସମ୍ପୃକ୍ତ ଥାନା ଅଧିକାରୀ ଅସ୍ୱୀକାର କରିଛନ୍ତି । ଏହା  ତାଙ୍କର କଣ୍ଠସ୍ୱର ନୁହେଁ ବୋଲି ସେ କହିଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.