ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ବିକଟାଳ ହର୍ଣ୍ଣ, ସାଇଲେନ୍ସର ଚଢ଼ଉ ଅଭିଯାନ: ୨୩ ହର୍ଣ୍ଣ, ୨୧ ସାଇଲେନ୍ସର କାଢ଼ିଲା ପୁଲିସ

ଭୁବନେଶ୍ୱର,୦୬/୦୯: ରାଜଧାନୀ ରାସ୍ତାରେ ସଭିଏଁ ଶାନ୍ତିରେ ଯା’ଆସ କରିବେ । ଶଦ୍ଦ ପ୍ରଦୂଷଣକୁ ଆଦୌ ବରଦାସ୍ତ କରାଯିବନି । ଏହି ଲକ୍ଷ୍ୟରେ କମିଶନରେଟ୍‌ ପୁଲିସ  ବିକଟାଳ ହର୍ଣ୍ଣ ଓ ସାଇଲେନ୍ସର ଚଢ଼ଉ ଅଭିଯାନକୁ ଜୋର୍‌ଦାର୍‌  କରିଛି । ଏହିକ୍ରମରେ ଭୁବନେଶ୍ୱରରୁ ଦିନକରେ ୨୩ଟି ବିକଟାଳ ହର୍ଣ୍ଣ  ଓ ୨୧ଟି ସାଇଲେନ୍ସର ଜବତ ହୋଇଛି ।  ପୁଲିସ ଆୟୁକ୍ତ ସଞ୍ଜୀବ  ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ୨ଟି ଟ୍ରାଫିକ୍‌ ଥାନା ପୁଲିସ ଏହି ଚଢ଼ାଉ ଚଳାଇଛି । 

ଏଜି ଛକରେ ଟ୍ରାଫିକ୍‌ ଥାନା-୧ର କର୍ମଚାରୀମାନେ ଦିନତମାମ  ଜୋରଦାର ଯାଞ୍ଚ କରିଥିଲେ । ମୋଟ  ୨୧ଟି ବୁଲେଟ ଓ ଅନ୍ୟାନ୍ୟ ଗାଡି଼କୁ ଯାଞ୍ଚ କରାଯାଇଥିଲା । ଫଟ ଫଟ  ଶଦ୍ଦ ବାହାରୁଥିବା ସାଇଲେନ୍ସରକୁ  ଗାଡିରୁ କଢ଼ାଯାଇଥିଲା। ସମସ୍ତ ଗାଡି  ମାଲିକଙ୍କଠାରୁ ୫୦୦ ଟଙ୍କା ଲେଖାଏଁ  ମୋଟ ୧୦ ହଜାର ୫୦୦ ଟଙ୍କାର  ଜରିମାନା ଆଦାୟ ହୋଇଥିଲା।

ସେହିପରି ଟ୍ରାଫିକ୍‌ ଥାନା-୨ ବିକଟାଳ  ହର୍ଣ୍ଣ ଖୋଜିବାକୁ ଗୁରୁତ୍ୱ ଦେଇଥିଲା ।  ବରମୁଣ୍ଡା, ଜୟଦେବ ବିହାର ସମେତ  ଅନ୍ୟାନ୍ୟ ବସଷ୍ଟପ୍‌ରେ ଯାତ୍ରୀବାହୀ  ବସକୁ ଅଟକାଇଥିଲେ ଟ୍ରାଫିକ୍‌  ପୁଲିସ । ମୋଟ ୨୩ଟି ବସ୍‌ରୁ  ବିକଟାଳ ହର୍ଣ୍ଣ କଢ଼ାଯାଇଥିଲା ।  ବସ୍‌ କର୍ମଚାରୀଙ୍କଠାରୁ ୧୧ ହଜାର  ୫୦୦ ଟଙ୍କାର ଜରିମାନା ଆଦାୟ  କରିଥିଲେ । ଆଗକୁ ଏହି ଅଭିଯାନ  ଜୋର୍‌ଦାର୍‌ କରାଯିବ ବୋଲି ଶ୍ରୀ ପଣ୍ଡା ଚେତାଇଛନ୍ତି । 

ସୂଚନା ଥାଉ  କି, ଗତମାସ ୩୦ ତାରିଖରେ  ରାଜଧାନୀରେ ଶତାଧିକ ଯାତ୍ରୀବାହୀ ବସ୍‌କୁ ଯାଞ୍ଚ କରିଥିଲା । ପ୍ରାୟ ୭୫ଟି ବସ୍‌ରୁ ଉଚ୍ଚଶଦ୍ଦଯୁକ୍ତ ହର୍ଣ୍ଣକୁ କଢ଼ାଯାଇଥିଲା । ବସ୍‌ କର୍ମଚାରୀଙ୍କଠାରୁ  ପ୍ରାୟ ୨୪ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.