ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଭାରତରେ ‘ଡେଡ୍‌ପୁଲ୍‌-୩’ର ରେକର୍ଡ, ପ୍ରଥମ ଦିନରେ ୧୬-୧୮ କୋଟି ବ୍ୟବସାୟ

ମୁମ୍ବାଇ ୨୭/୦୭: ଗତ ଶୁକ୍ରବାର ମୁକ୍ତିଲାଭ କରିଛି ବହୁପ୍ରତୀକ୍ଷିତ ଆକ୍ସନ୍‌-କମେଡି ହଲିଉଡ୍‌ ଫିଲ୍ମ ‘ଡେଡ୍‌ପୁଲ ଆଣ୍ଡ ଉଲଭରାଇନ୍‌’ । ମାର୍ଭଲ ଷ୍ଟୁଡିଓଜ୍‌ ଓ ଡିଜ୍‌ନୀ ଦ୍ୱାରା  ପ୍ରଯୋଜିତ ଏହି ଫିଲ୍ମ ପ୍ରଥମ ଦିନ ବିଶ୍ୱସ୍ତରରେ ୩୮.୫ ନିୟୁତ ଡଲାର ବ୍ୟବସାୟ କରିଛି । ଆର୍‌-ରେଟେଡ୍‌ ଫିଲ୍ମ ଭାବେ ଏପର୍ଯ୍ୟନ୍ତର ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଭାରତରେ ଏହା ପ୍ରଥମ ଦିନ ୧୬-୧୮ କୋଟି ବ୍ୟବସାୟ କରିଛି । ଭାରତୀୟ ବକ୍ସ ଅଫିସ୍‌ରେ ଏହା ୭ମ ସବୁଠୁ ବଡ଼ ହଲିଉଡ୍‌ ଓପନର ହୋଇଛି । ଆମେରିକାରେ ଏହା ୩୬ ନିୟୁତ ଡଲାର ଆୟ କରିଛି । ପ୍ରଥମ ସପ୍ତାହାନ୍ତରେ ଆମେରିକାରେ ୧୬୦ରୁ ୧୮୦ ନିୟୁତ ଡଲାର ବ୍ୟବସାୟ କରିବ ବୋଲି ସମୀକ୍ଷକମାନେ ଆଶା କରୁଛନ୍ତି । 

ଫିଲ୍ମରେ ଡେଡ୍‌ପୁଲ ଭୂମିକାରେ ଅଭିନୟ କରିଛନ୍ତି ର‌୍ୟାନ୍‌ ରେନୋଲ୍ଡସ । ଉଲ୍‌ଭରାଇନ୍‌ ଭୂମିକାରେ ନଜର ଆସିଛନ୍ତି ହ୍ୟୁଗ୍‌ ଜ୍ୟାକ୍‌ମ୍ୟାନ । ଏହା ହାସ୍ୟରାସ, ଆକ୍ସନ୍‌ ଓ ଆବେଗର ଫେଣ୍ଟାଫେଣ୍ଟି କାହାଣୀ ଭେଟି ଦେଇଛି, ଯାହାକୁ ଖୁବ୍‌ ପସନ୍ଦ କରୁଛନ୍ତି ସିନେପ୍ରେମୀ । ଶନ୍‌ ଲେଭିଙ୍କ ଲିଖିତ ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ଏମା କୋରିନ୍‌, ମୋରେନା ବାକାରିନ, ରୋବ୍‌ ଡେଲାନି, ଲେସଲି ଉଗମ୍‌ସ, କରନ ସୋନି, ମାଥ୍ୟୁ ମ୍ୟାକ୍‌ଫାଡାଇନ୍‌ଙ୍କ ଭଳି କଳାକାର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.