ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

‘ଏମର୍ଜେନ୍ସି ’ର ବିବାଦ ମଧ୍ୟରେ ଆଉ ଏକ ନୂଆ ଫିଲ୍ମ ଘୋଷଣା କଲେ କଙ୍ଗନା ରଣାୱତ

ମୁମ୍ୱାଇ : କଙ୍ଗନା ରଣାୱତଙ୍କ ଅପକମିଂ ଫିଲ୍ମ ‘ଏମର୍ଜେନ୍ସି’ ର ରିଲିଜ ଅଟକି ରହିଥିବା ବେଳେ ,ଏହି ମଧ୍ୟରେ ସେ ଆଉ ଏକ ନୂଆ ଫିଲ୍ମର ଘୋଷଣା କରିଛନ୍ତି। କଙ୍ଗନା ଫିଲ୍ମର ଟାଇଟଲ ସହ ଏହାକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ହେଲେ ଏହା ଜଣାପଡ଼ିନି ଯେ, ଫିଲ୍ମରେ କଙ୍ଗନା ଆକ୍ଟିଂ କରିବେ ନା କ୍ୟାମେରା ପଛରେ ରହି ସହଯୋଗ କରିବେ। ସେପଟେ କିନ୍ତୁ ଏହି ନୂଆ ଫିଲ୍ମର ଘୋଷଣାରେ ପ୍ରଶଂସକଙ୍କର ଉତ୍ସାହ ଖୁବ୍ ବଢି ଯାଇଛି।

କଙ୍ଗନା ଲେଖିଛନ୍ତି , ବଡ଼ ପରଦାରେ ବାସ୍ତବ ଜୀବନରେ ବୀରତ୍ୱପୂର୍ଣ୍ଣ ଯାଦୁର ଅନୁଭବ ନିଅନ୍ତୁ। ‘ଭାରତ ଭାଗ୍ୟ ବିଧାତା’ର ଘୋଷଣା କରି ବହୁତ ଉତ୍ସାହିତ, ଏହି ଫିଲ୍ମରେ ସାଧାରଣ ଲୋକଙ୍କ ଅସାଧାରଣ ସଫଳତାକୁ ସିନେମା ମାଧ୍ୟମରେ ଦେଖାଯାଇଛି। ଏହାର ଟାଲେଣ୍ଟେଡ୍‌ ପ୍ରଡୁସର ହେଉଛନ୍ତି ବବିତା ଅସିୱାଲ ଓ ଆଦି ଶର୍ମା , ଭିଜନରୀ ଡାଇରେକ୍ଟର-ରାଇଟର ମନୋଜ ତପାଡିଆ ନିର୍ଦ୍ଦେଶନା ଦେବେ।  Eunoia ଫିଲ୍ମସ ଓ ଫ୍ଲୋଟିଂ ରକ୍ସ ଏଣ୍ଟରଟେନମେଣ୍ଟ ନିଜର ପ୍ରଥମ ଭେଞ୍ଚର ଭାରତ ଭାଗ୍ୟ ବିଧାତା ନେଇ ଆସୁଛି। ଭାରତ ଭାଗ୍ୟ ବିଧାତା ଦର୍ଶକଙ୍କୁ ଆଶା , ସାହସ ଓ ମୁସ୍କିଲ ସମୟରେ ଦୃଢ ଭାବେ ଠିଆ ହୋଇ ରହିବା ପାଇଁ ପ୍ରେରଣା ଯୋଗାଇବ। ଏହି ଖବର ଉପରେ କଙ୍ଗନାଙ୍କର ଅନେକ ଫୋଲୟର୍ସ ଖୁସି ବ୍ୟକ୍ତି କରିଛନ୍ତି। କିଛି ଲୋକ ଟ୍ରୋଲିଂ ମଧ୍ୟ କରୁଛନ୍ତି।

କଙ୍ଗନାଙ୍କ ଫିଲ୍ମ ଏମର୍ଜେନ୍ସି  ୬ ଡିସେମ୍ୱରରେ ରିଲିଜ ହେବାର ଥିଲା , ଏହା ଉପରେ ରୋକ୍ ଲଗାଯାଇଛି। କଙ୍ଗନା ଅନେକ ଇଣ୍ଟରଭ୍ୟୁଜ୍‌ରେ କହି ସାରିଛନ୍ତି ଯେ, ଏହି କଥାରେ ସେ ଖୁବ୍‌ ନିରାଶ ହୋଇଛନ୍ତି। ତାଙ୍କର କହିବା ହେଲା କି ସେ ଫିଲ୍ମରେ ଯେଉଁ କଥା ଦେଖାଉଛନ୍ତି , ସେ ସବୁ ଇତିହାସରେ ଲିଖିତ ହୋଇ ରହିଛି। ସେ ରିସର୍ଚ୍ଚ ପରେ ଫିଲ୍ମ ତିଆରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.