ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସଲମାନଙ୍କ ‘ସିକନ୍ଦର’ରେ କାଜଲଙ୍କ ଏଣ୍ଟ୍ରି, ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ସେୟାର କରି ଜଣାଇଲେ ଅଭିନେତ୍ରୀ

ମୁମ୍ବାଇ ୧୫/୦୯: ସଲମାନ ଖାନ୍‌ ଷ୍ଟାରର୍‌ ‘ସିକନ୍ଦର’ ଷ୍ଟାର୍‌ କାଷ୍ଟ୍‌ରେ ଏଣ୍ଟ୍ରି କରିଛନ୍ତି ଅଭିନେତ୍ରୀ କାଜଲ ଅଗ୍ରୱାଲ । ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ ସେୟାର କରି କାଜଲ ଏହି ଘୋଷଣା କରିଛନ୍ତି । ଏଆର୍‌ ମୁରୁଗଡୋସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଶ୍ମିକା ମନ୍ଦନାଙ୍କୁ ମୁଖ୍ୟ ନାୟିକା ଭାବେ କାଷ୍ଟ୍‌ କରାଯାଇଛି । ‘ସିକନ୍ଦର’ ସୁଟିଂର ପ୍ରଥମ ଦିନର ଏକ ଫଟୋ କାଜଲ ଇନ୍‌ଷ୍ଟାରେ ଶେୟାର କରିଛନ୍ତି । ଏଥିରେ ସୂର୍ଯ୍ୟମୁଖୀ ଫୁଲତୋଡ଼ା ପାଖରେ ସେ ନିଜର ଭିଆଇପି ପରିଚୟ ପତ୍ର ଧରିଥିବା ଦେଖିବାକୁ ମିଳିଛି । ସେ ନିଜ ପୋଷ୍ଟ୍‌ରେ ନାଦିଆଦୱାଲା ଗ୍ରାଣ୍ଡ୍‌ସନ୍‌ ଏଣ୍ଟରଟେନ୍‌ମେଣ୍ଟ, ରଶ୍ମିକା ମନ୍ଦନାଙ୍କୁ ଟ୍ୟାଗ୍‌ କରିଛନ୍ତି ଏବଂ ହାସ୍‌ଟ୍ୟାଗ୍‌ ‘ସିକନ୍ଦର ଡେ-୧’ ଲେଖିଛନ୍ତି ।

ଏକ ମନୋରଞ୍ଜନଧର୍ମୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, କାଜଲଙ୍କ ଭୂମିକା ବିଷୟରେ କୌଣସି ସୂଚନା ଏ ଯାଏ ସାର୍ବଜନୀନ କରାଯାଇନାହିଁ । ଗତ ଜୁନ୍‌ରେ ୩୩ ହଜାର ଫୁଟ ଉଚ୍ଚରେ ଏକ ଦମ୍‌ଦାର ଆକ୍ସନ୍‌ ସିକ୍ୱେନ୍ସ ସହିତ ‘ସିକନ୍ଦର’ର ସୁଟିଂ ଆରମ୍ଭ ହୋଇଥିଲା । ବିମାନ ଭିତରେ ସଲମାନ ଥିଲେ । ଫିଲ୍ମ ଟିମ୍‌ ଏବେ ୪୫ ଦିନିଆ ସୁଟିଂରେ ବ୍ୟସ୍ତ ଅଛନ୍ତି । ତା’ପରେ ସେମାନେ ହାଇଦ୍ରାବାଦର ଏକ ପ୍ରାସାଦକୁ ସୁଟିଂ ପାଇଁ ଯିବେ । ଚଳିତ ବର୍ଷ ଇଦ ଅବସରରେ ‘ସିକନ୍ଦର’ ମୁକ୍ତିଲାଭ ଖବର ଘୋଷଣା ହେବା ପରଠୁ ଫିଲ୍ମକୁ ନେଇ ଚର୍ଚ୍ଚା ଲାଗି ରହିଛି । ଦେଢ଼ ବର୍ଷର ବ୍ରେକ୍‌ ପରେ ସଲମାନ ଥିଏଟରକୁ ଫେରିଥିବାରୁ ଫ୍ୟାନ୍‌ଙ୍କ ଉତ୍ସାହ ବଢ଼ିଯାଇଛି । ଏଆର ମୁରୁଗଡୋସ୍‌ଙ୍କ ‘ଗଜନି’ ଓ ‘ହଲିଡେ: ଏ ସୋଲଜର ଇଜ୍‌ ନେଭର ଅଫ୍‌ ଡ୍ୟୁଟି’ ଭଳି ଫିଲ୍ମ ଇଣ୍ଡଷ୍ଟ୍ରିରେ ସର୍ବଦା ଚର୍ଚ୍ଚାର ବିଷୟ ହୋଇଛି । ସେହି ଦୃଷ୍ଟିରୁ ‘ସିକନ୍ଦର’ ଦର୍ଶକଙ୍କ ପାଇଁ ବଡ଼ ସର୍‌ପ୍ରାଇଜ୍‌ ପ୍ୟାକେଜ୍‌ ହେବ ବୋଲି ଆଶା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.