ମୁମ୍ବାଇ,୧୫/୦୯: ଗତ ଶୁକ୍ରବାର ଦିନ ରିଲିଜ ହୋଇଛି ଅଭିନେତ୍ରୀ କରୀନା କପୁରଙ୍କ ଫିଲ୍ମ ‘ଦ ବକିଂହମ ମର୍ଡର୍ସ’। ତେବେ ଫିଲ୍ମ ରିଲିଜର ଦ୍ୱିତୀୟ ଦିନରେ ମଧ୍ୟରେ ଫିଲ୍ମର କଲେକ୍ସନ ସମୁଦାୟ ୩ କୋଟି ଟଙ୍କାରେ ପହଞ୍ଚିଛି। ସିରିଜରେ ଦମଦାର ସସ୍ପେନ୍ସ ଏବଂ କରୀନା କପୁରଙ୍କ ଅଭିନୟ ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଇଛି ।
କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ ଲୋକଙ୍କୁ ଖୁସି କରିପାରୁନି। ଦ୍ୱିତୀୟ ଦିନ ଫିଲ୍ମର ରୋଜଗାରରେ ବଡ଼ ଅନ୍ତର ଦେଖିବାକୁ ମିଳିଛି। ଯେଉଁଠାରେ ଶୁକ୍ରବାର ଦିନ ଫିଲ୍ମଟି ୧୫ କୋଟି ଟଙ୍କାରେ ଓପିନିଂ କରିଥିଲା। ସେହିପରି ଶନିବାର ଦିନ ଫିଲ୍ମ ୮୫ କୋଟି ଟଙ୍କା କଲେକ୍ସନ କରିଥିଲା। ୱେବସାଇଟ ସେକନିଲ୍କର ଅର୍ଲ୍ଲି ଆଷ୍ଟିମେଟସର ସଂଖ୍ୟା ମୁତାବକ ଏପର୍ଯ୍ୟନ୍ତ ସମୁଦାୟ ୩ କୋଟି ଟଙ୍କାର ରୋଜଗାର କରିଛି ଫିଲ୍ମ। ଫିଲ୍ମ ନିର୍ଦ୍ଦେଶକ ଅମର କୌଶିକଙ୍କ ଫିଲ୍ମ ‘ସ୍ତ୍ରୀ-୨’ ସିନେମାଘରେ ଲଗାତାର ୩୧ ଦିନ ପର୍ଯ୍ୟନ୍ତ ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଏହି ଫିଲ୍ମ ସମସ୍ତ ଫିଲ୍ମକୁ ପଛରେ ପକାଇ ଲଗାତାର ୩୧ ଦିନ ଶନିବାର ଦିନ ଭଲ ରୋଜଗାର କରିବ। ଫିଲ୍ମ ରିଲିଜର ୩୧ତମ ଶନିବାର ଦିନ ଫିଲ୍ମ ୫୭ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ନର ସମୁଦାୟ କଲେକ୍ସନ ୫୬୭ କୋଟି ଟଙ୍କା ପାର କରିଛି। ସେପଟେ ରବିବାର ଦିନ ଅର୍ଥାତ ଆଜି କରୀନାଙ୍କ ଏହି ଫିଲ୍ମ ଅଧିକ ଟଙ୍କା ରୋଜଗାର କରିବ ବୋଲି ଆଶା ରହିଛି।