ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

କାମବାଲୀ ହୋଇ ଗୋବିନ୍ଦାଙ୍କ ଘରେ ବାସନ ଧୋଉ ଥିଲେ , ପ୍ରଶଂସକ ଜଣଙ୍କ ଥିଲେ ଜଣେ ମନ୍ତ୍ରୀଙ୍କ ଝିଅ !

ମୁମ୍ୱାଇ : ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କର ୯୦ଦଶକରେ ଥିଲା ଖୁବ୍‌ କ୍ରେଜ୍‌, ଯାହାଙ୍କ ସହ ସବୁ ଡାଇରେକ୍ଟର -ପ୍ରଡ୍ୟୁସର ଫିଲ୍ମ କରିବାକୁ ଲାଇନ୍‌ ଲଗାଉ ଥିଲେ। ସେତେବେଳେ ଗୋବିନ୍ଦା ନିଜ କ୍ୟାରିୟର ଖୁବ୍‌ ଉଚ୍ଚ ସ୍ତରରେ ଥିଲେ। ସେ ଗୋଟିଏ-ଦୁଇଟି ନୁହେଁ , ଅନେକ ସୁପରହିଟ୍‌ କମେଡି –ଡ୍ରାମା ଫିଲ୍ମ ଦେଇଛନ୍ତି। 

ଗୋବିନ୍ଦାଙ୍କ ସବୁଠୁ ସଫଳ ଫିଲ୍ମ ଗୁଡ଼ିକ ମଧ୍ୟରେ , ଦୁଲହେ ରାଜା , କୁଲି ନଂ-୧, ହିରୋ ନଂ-୧ , ବଡ଼େ ମିୟାଁ ଛୋଟେ ମିୟାଁ ଓ ହସିନା ମାନ୍‌ ଯାଏଗି ଭଳି ଫିଲ୍ମ ରହିଛି। ନିଜର ତିନି ଦଶକର କ୍ୟାରିୟରରେ ଗୋବିନ୍ଦା ୧୬୫ରୁ ଅଧିକ ଫିଲ୍ମ କରିଛନ୍ତି ଏବଂ ଆଜି ଯେବେ ତାଙ୍କର ସେଟ୍‌କୁ ବିଳମ୍ୱରେ ଆସିବାକୁ ନେଇ ପ୍ରଶ୍ନ ଉଠାଯାଏ ତ ଗୋବିନ୍ଦା ଏକ ପଡକାଷ୍ଟରେ କହିଥିଲେ କି, ଯେପର୍ଯ୍ୟନ୍ତ ମୋର ସମୟ ଭଲରେ ଚାଲୁ ଥିଲା, ସେତେବେଳେ କାହାକୁ କୌଣସି ଅଭିଯୋଗ ନଥିଲା।

ଗୋବିନ୍ଦା ଯେତେବେଳେ ସୁପରଷ୍ଟାର ଥିଲେ , ସେତେବେଳେ ଯେକେହି ତାଙ୍କ ସହ ଏକ ଫଟୋ ଉଠାଇବାକୁ ବା ତାଙ୍କର ଏକ ଅଟୋଗ୍ରାଫ ନେବାକୁ ପୂରା ବ୍ୟାକୁଳ ଥିଲେ। ଗୋବିନ୍ଦାଙ୍କର ଡ୍ୟାନ୍ସିଂ ଷ୍ଟାଇଲ୍‌ ହେଉ ବା ତାଙ୍କର ସ୍ୱତନ୍ତ୍ର ଅନ୍ଦାଜରେ ଡାଏଲଗ୍‌ କହିବା ହେଉ, ତାଙ୍କର ଫ୍ୟାନ୍‌ ଫଲୋଇଂ କୋଟି କୋଟି ସଂଖ୍ୟାରେ ଥିଲେ। ଗୋବିନ୍ଦାଙ୍କର ପତ୍ନୀ ସୁନୀତା ଏକ ସାକ୍ଷାତକାରରେ କହିଥିଲେ ଯେ, ଥରେ ତାଙ୍କର ଜଣେ ଫ୍ୟାନ୍‌ ମେଡ୍ ( କାମବାଲୀ) ହେବାର ବାହାନା କରି ତାଙ୍କ ଘରକୁ ଆସିଲେ ଏବଂ ଅନେକ ଦିନ ଯାଏ ତାଙ୍କ ଘରେ ରହି କାମ ମଧ୍ୟ କରି ଥିଲେ। ଯେବେ ପ୍ରକୃତ କଥା ଜଣା ପଡ଼ିଲା , ସେ ଥିଲେ ଜଣେ ମନ୍ତ୍ରୀଙ୍କ ଝିଅ। ଟାଇମ୍‌ ଆଉଟ୍‌ ୱିଦ୍‌ ଅଙ୍କିତରେ ସୁନୀତା ପୂରା କାହାଣୀ ଶୁଣାଇଛନ୍ତି। 

ସୁନୀତା କହିଛନ୍ତି, ସେ ଜଣେ ଫ୍ୟାନ ଥିଲେ , ଯିଏ କି ଆମ ଘରେ କାମ କରିବା ବାହାନ କରି ଆସି ଥିଲେ ଏବଂ ୨୦-୨୨ଦିନ ଯାଏ ଆମ ସହ ରହିଲେ। ମୋତେ ତାଙ୍କୁ ଦେଖି ଲାଗୁଥିଲା ଯେ, ସେ ଖୁବ୍‌ ସମୃଦ୍ଧ ଓ ଭଲ ପରିବାରରୁ ଆସିଥିବେ। ମୁଁ ନିଜର ଶାଶୂଙ୍କୁ କହିଲି କି , ତାଙ୍କୁ ଏହା ଜଣାନାହିଁଯେ, ପ୍ଲେଟ କେମିତି ସଫା କରିବାକୁ ହୁଏ ଏବଂ ଘରର ସଫା କେମିତି କରାଯାଏ। ଶେଷରେ ଆମେ ଜାଣି ପାରିଲୁ କି,ସେ ଜଣେ ମନ୍ତ୍ରୀଙ୍କ ଝିଅ ଏବଂ ଗୋବିନ୍ଦାଙ୍କର ଜଣେ ବଡ଼ ପ୍ରଶଂସକ। ଗୋବିନ୍ଦାଙ୍କ ପତ୍ନୀ କହିଛନ୍ତି କି, ତାଙ୍କର ନୂଆ ନୂଆ ବିବାହ ହୋଇଥିଲା , ଏଥିପାଇଁ ସେ ଏହି ଝିଅର ବ୍ରାକ୍‌ଗ୍ରାଉଣ୍ଡ ବିଷୟରେ ଜାଣିବାକୁ ଚେଷ୍ଟା କରୁଥିଲେ। 

ସୁନୀତା କହିଛନ୍ତି, ମୁଁ ସେତେବେଳେ ୟଙ୍ଗ ଥିଲି, ଆଉ ସନ୍ଦେହୀ ମଧ୍ୟ ଥିଲି। ସେ ବିଳମ୍ୱିତ ରାତ୍ରି ଯାଏ ଚେଇଁ ରହୁଥିଲେ ଏବଂ ଗୋବିନ୍ଦାଙ୍କୁ ଅପେକ୍ଷା କରୁଥିଲେ। ମୁଁ ଏସବୁ ଦେଖି ବହୁତ ଆଶ୍ଚର୍ଯ୍ୟ ହେଉଥିଲି। ଶେଷରେ ମୁଁ ତାଙ୍କର ବ୍ୟାକ୍‌ଗ୍ରାଉଣ୍ଡକୁ ଜାଣିବାକୁ ନିଷ୍ପତ୍ତି ନେଲି। ଏହାପରେ ସେ କାନ୍ଦିବାକୁ ଲାଗିଲେ ଏବଂ ସେତେବେଳେ ସେ କହିଲେ କି, ସେ ଗୋବିନ୍ଦାଙ୍କର ଜଣେ ବହୁତ ବଡ଼ ଫ୍ୟାନ୍‌। ଏହାପରେ ତାଙ୍କର ବାପା ଆସିଲେ ଏବଂ ତାଙ୍କ ସହ ୪ଟି ଗାଡ଼ି ଆସିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.