ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଛାତରୁ ଡେଇଁ ଆତ୍ମହତ୍ୟା କଲେ ମଲାଇକା ଆରୋରାଙ୍କ ବାପା, କାରଣ ଅସ୍ପଷ୍ଟ

ମୁମ୍ବାଇ,୧୧।୯: ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବାପାଙ୍କ ଆତ୍ମହତ୍ୟା। ସକାଳ ୯ଟାରେ ଏହି ଘଟଣା ଘଟିଛି। ଘଟଣାସ୍ଥଳରେ ମୁମ୍ୱାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ  ରହିଛି। ମଲାଇକା ଏବଂ ତାଙ୍କ ପରିବାର ପାଇଁ ଏହା ଅତ୍ୟନ୍ତ ଦୁଃଖଦାୟକ ଏବଂ କଷ୍ଟକର ସମୟ । ଏହି ଦୁଃଖ ସମୟରେ ମଲାଇକାଙ୍କ ପୂର୍ବତନ ସ୍ବାମୀ ତଥା ବଲିଉଡ ଅଭିନେତା ଅରବାଜ ଖାନ ତାଙ୍କ ଘରେ ପହଞ୍ଚିଛନ୍ତି। ଅରବାଜ ଖାନ ମଲାଇକାଙ୍କ ଘର ବାହାରେ ପୋଲିସ ଏବଂ ଅନ୍ୟ ଲୋକଙ୍କ ସହ କଥାବାର୍ତ୍ତା ହେଉଥିବା ନଜର ଆସିଛନ୍ତି । 

କୁହାଯାଉଛି ଯେ, ବୁଧବାର ସକାଳୁ ସେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷିତ କରିଛନ୍ତି।ରିପୋର୍ଟ ଅନୁସାରେ, ମଲାଇକାଙ୍କ ବାପା ଆତ୍ମହତ୍ୟା କରିଥିବା ଜାଣିବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଏଏନ୍‌ଆଇର ରିପୋର୍ଟ ଅନୁସାରେ, ସେଠାରେ ଚିକିତ୍ସା ପରେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା। ପୋଲିସ ମାମଳାର ତଦନ୍ତ କରୁଛି। ଅନିଲ ଆରୋଡା କାହିଁକି ଆତ୍ମହତ୍ୟା କଲେ, ତାହାର କାରଣ ଏବେ ବି ସ୍ପଷ୍ଟ ହୋଇପାରିନି।

ମଲାଇକା ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କହିସାରିଛନ୍ତି ଯେ, ତାଙ୍କ ବାପା-ମା’ଙ୍କର ଡିଭୋର୍ସ ହୋଇସାରିଛି। ଦୁହେଁ ଯେତେବେଳେ ଅଲଗା ହୋଇଥିଲେ ତାଙ୍କୁ ସେତେବେଳେ ୧୧ ବର୍ଷ ହୋଇଥିଲା। ଦୁଇ ଝିଅ ମଲାଇକା ଓ ଅମୃତା ତାଙ୍କ ମା’ ଜୟସ୍‌ଙ୍କ ସହ ରହୁଥିଲେ। ମଲାଇକାଙ୍କ ମା’ ମାଲାୟାଲି କ୍ରିଷ୍ଟିଆନ୍‌ ହୋଇଥିବା ବେଳେ ବାପା ପଞ୍ଜାବୀ ହିନ୍ଦୁ ଥିଲେ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.