ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

ପୂରା ହେଲା ଏଲନ ମସ୍କଙ୍କ ସ୍ୱପ୍ନ , ପ୍ରଥମ ଥର ମହାକାଶକୁ ଯାତ୍ରା କରିବେ 'ସାଧାରଣ ଲୋକ'

ଫ୍ଲୋରିଡା : ମଙ୍ଗଳବାର ଦିନ ସ୍ପେସଏକ୍ସ ନିଜର ବହୁ ପ୍ରତୀକ୍ଷିତ ପୋଲାରିସ୍‌ ଡନ୍‌ ମିଶନକୁ ସଫଳତା ପୂର୍ବକ ଲଞ୍ଚ କରିଛି। ଏଥିରେ ୪ ସଦସ୍ୟ ବିଶିଷ୍ଟ ଦଳକୁ ମହାକାଶକୁ ପଠାଯାଇଛ। ଏହି ମିଶନ ଭେନ୍‌ ଏଲେନ ରେଡିଏସନ ବେଲ୍ଟସ୍‌ର ଭିତରେ ଯାତ୍ରା କରିବାର ପ୍ରଥମ ମିଶନ ଏବଂ ଏଥିରେ ପ୍ରଥମ ଥର କୌଣସି କମର୍ସିଆଲ ସ୍ପେସ୍‌ ଏୟାରକ୍ରାଫ୍ଟରୁ ସ୍ପେସ୍‌ୱାକ୍ କରିବାର ଯୋଜନା। ଏହି ଲଞ୍ଚ ଅନେକ ଥର ଖରାପ ପାଣିପାଗ ଯୋଗୁଁ ସ୍ଥଗିତ ରହିଥିଲା , କିନ୍ତୁ ଶେଷରେ ମଙ୍ଗଳବାର ସକାଳ ୫ଟା ୨୩ ସମୟରେ ଫ୍ଲୋରିଡା ସ୍ଥିତ ନାସାର କେନେଡି ସ୍ପେସ୍‌ ସେଣ୍ଟରରୁ ଫାଲକନ୍‌ ୯ ରକେଟ୍‌ ସହ ଏହି ମିଶନ ଆରମ୍ଭ ହୋଇଛି। 

ସ୍ପେସ୍‌ ଏକ୍ସ ଏହି ଐତିହାସିକ କ୍ଷଣରେ ଏକ୍ସରେ ଲାଇଭ୍‌ ଷ୍ଟ୍ରିମ୍‌ କରିଛି। ଯେମିତି ହିଁ ଓଲଟା ଗଣତି ଶେଷ ହେଲା , ଫାଲକନ ୯ ରକେଟ୍‌ ଧମାକା ସହ ଉଡ଼ାଣ ଭରିଲା , ଏବଂ ସ୍ପେସଏକ୍ସର କ୍ରୁ ଡ୍ରାଗନ କ୍ୟାପସୁଲ ୪ଜଣ ମହାକାଶ ଯାତ୍ରୀଙ୍କୁ ନେଇ ପୃଥିବୀର ବାତାବରଣ ବାହାରକୁ ଚାଲି ଯାଇଥିଲା। ପାଖାପାଖି ଅଢେଇ ମିନିଟ ପରେ ରକେଟ୍‌ର ପ୍ରଥମ ପର୍ଯ୍ୟାୟ ପୃଥିବକୁ ଫେରି ଆସିଲା ଏବଂ ସମୁଦ୍ରରେ ଥିବା ଏକ ମଞ୍ଚରେ ସୁରକ୍ଷିତ ଭାବେ ଅବତରଣ କରିଥିଲା , ଯାହାକି ଏହାକୁ ଭବିଷ୍ୟତର ମିଶନ ପାଇଁ ପୁଣି ଥରେ ବ୍ୟବହାର କରାଯାଇ ପାରିବ। 

ଏହି ଉଡ଼ାଣରେ ଉଦ୍ୟୋଗପତି ଜେୟର୍ଡ ଇସାକମ୍ୟାନ ମଧ୍ୟ ସାମିଲ ଅଛନ୍ତି। ସେ ମଙ୍ଗଳବାର ପୁଣି ଥରେ ମହାକାଶକୁ ଯିବାକୁ ସାହସ ଦେଖାଇଛନ୍ତି ଏବଂ ତାଙ୍କର ଏହି ମହାକାଶ ଯାତ୍ରାର ଉଦ୍ଦେଶ୍ୟ ପ୍ରଥମ ଥର ବ୍ୟକ୍ତିଗତ ଭାବେ ମହାକାଶକୁ ଯାତ୍ରା କରିବା। 

ଇସାକମ୍ୟାନ୍ ନିଜର ଗତ ଚାର୍ଟର୍ଡ ଉଡ଼ାଣର ବିପରୀତ ଏହି ଥର ସ୍ପେସଏକ୍ସ ସହ ଖର୍ଚ୍ଚକୁ ସେୟାର କରିଛନ୍ତି , ଯେଉଁଥିରେ ନୂଆ ସ୍ପେସସୁଟ୍‌ ବିକଶିତ କରିବା ଓ ଏହାର ପରୀକ୍ଷଣ କରିବା ସାମିଲ ରହିଛି। ଯଦି ସବୁ କିଛି ଯୋଜନା ମୁତାବିକ ହୋଇଥାଏ ତ , ଏହା ପ୍ରଥମ ଥର ହେବ ଯେବେ ପ୍ରାଇଭେଟ ସିଟିଜେନ ମହାକାଶକୁ ଯାତ୍ରା (ସ୍ପେସୱାକ୍) କରିବେ, କିନ୍ତୁ ସେମାନେ କ୍ୟାପସୁଲ ଠାରୁ ଦୂରକୁ ଯିବେ ନାହିଁ। 

ଉଲ୍ଲେଖନୀୟ ଯେ , ସ୍ପେସୱାକ୍‌କୁ ମହାକାଶ ଉଡ଼ାଣର ସବୁଠୁ ବିପଦପୂର୍ଣ୍ଣ ଦିଗ ଗୁଡ଼ିକ ମଧ୍ୟରୁ ଗୋଟିଏ ମନେକରାଯାଏ। ପୂର୍ବବର୍ତ୍ତୀ ସୋଭିଏତ୍‌ ସଂଘ ୧୯୬୫ରେ ନିଜର ମହାକାଶଯାନର ହ୍ୟାଚ୍ ଖୋଲା ଥିଲା ଏବଂ ଏହାପରେ ଆମେରିକା ଏମିତି କରିଥିଲା। ସେବେଠାରୁ ପ୍ରାଇଭେଟ୍‌ ମହାକାଶଯାତ୍ରୀଙ୍କ ପାଇଁ ଏହା ରୁଚିପୂର୍ଣ୍ଣ କ୍ଷେତ୍ର ଭାବେ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.