ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ହିଂସା, ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼

ନୂଆଦିଲ୍ଲୀ, ୧୬/୦୯ : ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣି ହିଂସା। ରିପବ୍ଲିକାନ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼। ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ର ଗୋଲ୍ଫ କ୍ଲବରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତେବେ ଡୋନାଲ୍ଡ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସୁରକ୍ଷିତ ଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ସ୍ଥାନୀୟ ସମୟ ରାତି ପ୍ରାୟ ୨ଟା ସମୟରେ ଗୋଲ୍‌ଫ କୋର୍ସ ଆଖପାଖରେ ଏହି ଗୁଳିମାଡ଼ ହୋଇଥିବା ସିକ୍ରେଟ୍ ସର୍ଭିସ୍ ଅଧିକାରୀ କହିଛନ୍ତି । ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାର ତଦନ୍ତ ଦାୟିତ୍ବ ଆମେରିକା ସଂଘୀୟ ଯାଞ୍ଚ ବ୍ୟୁରୋକୁ ଦିଆଯାଇଛି। 

ସୂଚନାନୁଯାୟୀ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫ୍ଲୋରିଡାର ପାମ୍ ବିଚ୍ ନିକଟରେ ଥିବା ଗୋଲ୍ଫ କ୍ଲବରେ ଖେଳୁଥିଲେ। ଏହି ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ଏକ-୪୭ରେ ତାଙ୍କ ଉପରକୁ ଆକ୍ରମଣ କରିଥିଲା। ତେବେ ଟ୍ରମ୍ପ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଗିରଫ କରାଯାଇଛି। ଉକ୍ତ ବ୍ୟକ୍ତିଙ୍କ ଠାରୁ ଏକ-୪୭ ଜବତ କରାଯାଇଛି। ବନ୍ଧୁକଧାରୀ ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ମାତ୍ର ୩୦୦ରୁ ୫୦୦ ମିଟର ଦୂରରେ ରହିଥିଲା । ଆମେରିକା ସିକ୍ରେଟ୍ ସର୍ଭିସ୍ ଯବାନ ମାନେ ସନ୍ଦିଗ୍ଧ ଉପରେ ପାଲଟା ଆକ୍ରମଣ କରିଥିଲା ଏବଂ ୪ ରାଉଣ୍ଡ ଗୁଳିମାଡ଼ କରିଥିଲେ। ତେବେ ଟ୍ରମ୍ପଙ୍କୁ ଗୁଳିମାଡ଼ ହୋଇଥିବା ଘଟଣା ଖବର ପାଇ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆମେରିକାରେ ହିଂସାର କୌଣସି ସ୍ଥାନ ନାହିଁ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.