ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଟାଇଟାନିକ୍‌ ତିଆରି କରିଥିବା ୧୬୩ ବର୍ଷର ପୁରୁଣା କମ୍ପାନୀ ଗଲା ବୁଡ଼ି ! ନିଜକୁ ଦେବାଳିଆ ଘୋଷିତ କଲା କମ୍ପାନୀ

ନୂଆଦିଲ୍ଲୀ : ଟାଇଟାନିକ୍ ଜାହାଜ ନିର୍ମାଣ କରିଥିବା ୧୬୩ ବର୍ଷ ପୁରୁଣା ବ୍ରିଟିଶ୍‌ କମ୍ପାନୀ Horland and Wolff ନିଜକୁ ଦେବାଳିଆ ଘୋଷିତ କରିଛି। କମ୍ପାନୀ କହିଛି ଯେ, ତା ପାଖରେ ନିଜର କାର୍ଯ୍ୟକୁ ଚାଲୁ ରଖିବା ପାଇଁ ଅର୍ଥର ଘୋର ଅଭାବ ଦେଖା ଦେଇଛି। କମ୍ପାନୀ ନିଜର କର୍ମଚାରୀଙ୍କୁ ପୂର୍ବରୁ ହିଁ କହି ଦେଇଥିଲା ଯେ, ସେ ନନ୍‌-କୋର ଅପରେସନ୍ସରେ ହ୍ରାସ କରିବାକୁ ଯାଉଛି। ଏହି କମ୍ପାନୀ ୧୯୧୨ ରେ ଟାଇଟାନିକ୍‌ ଜାହାଜ ତିଆରି କରିଥିଲା , ଯାହା ନିଜର ପ୍ରଥମ ଯାତ୍ରାରେ ବରଫ ପାହାଡ଼ରେ ଧକ୍କା ହୋଇ ବୁଡ଼ି ଯାଇଥିଲା। କମ୍ପାନୀ ଏବେ ଜାହାଜାର ମରାମତି କରିବା ଓ ଗ୍ରିନର ଏନର୍ଜୀରେ ଫୋକସ କରୁଛି। 

କ୍ଷତିରେ ଚାଲୁଥିବା ଏହି କମ୍ପାନୀ ସୋମବାର କହିଛି ଯେ , ସେ ଆଗାମୀ ଦିନରେ ଆଡମିନିଷ୍ଟ୍ରେସନ ପ୍ରସିଡିଙ୍ଗସ୍‌ ଆରମ୍ଭ କରିବ। ଏହା ଏମିତି ପ୍ରକ୍ରିୟା , ଯେଉଁଥିରେ କରଜ ଭରିବାରେ ଅସଫଳ ରହିଥିବା କମ୍ପାନୀକୁ ବିକ୍ରି କରାଯାଇ ନଥାଏ , ବରଂ ଏହାକୁ ପୁନର୍ଗଠନ କରାଯାଏ। କମ୍ପାନୀ କହିଛି, ସେ ସରକାରଙ୍କ ଠାରୁ ୨୬.୪ କୋଟି ଡଲାର ମାଗି ଥିଲେ , କିନ୍ତୁ ସରକାର ତାଙ୍କ ଅନୁରୋଧକୁ ଖାରଜ କରି ଦେଲେ। ଏଥିରେ କମ୍ପାନୀର ମୁସ୍କିଲ ବଢି ଯାଇଛି। କମ୍ପାନୀକୁ କୋର୍‌ ଅପରେସନ୍ସରେ ବେଲଫାଷ୍ଟ ସିପୟାର୍ଡ ସାମିଲ ରହିଛି , ଯେଉଁଠି ଟାଇଟାନିକ୍‌ ଜାହାଜ ତିଆରି କରାଯାଇ ଥିଲା। କମ୍ପାନୀ ୟୁକେ ସରକାରଙ୍କୁ ତିନୋଟି ୱାରସିପ୍‌ ତିଆରି କରିବାରେ ସାହାଯ୍ୟ କରୁଛି। କମ୍ପାନୀର କହିବାନୁସାରେ ଆଡିମିନିଷ୍ଟ୍ରେସନ ପ୍ରସିଡିଙ୍ଗସ୍‌ରେ ଏହି ପ୍ରୋଜେକ୍ଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ।

କମ୍ପାନୀର ଅନ୍ତରୀଣ ଏଗଜିକ୍ୟୁଟିଭ୍‌ ଡାଇରେକ୍ଟର ରସେଲ ଡାଉନ୍ସ କହିଛନ୍ତି କି , ଗ୍ରୁପ୍‌ ଖୁବ୍ ମୁସ୍କିଲ ସମୟ ଦେଇ ଗତି କରୁଛି। ଆମକୁ ଲଙ୍ଗ୍‌ ଟର୍ମ ଲୋନ୍‌ ମିଳି ପାରୁ ନାହିଁ। ଏଥିପାଇଁ ନିଜର ୪ଟି ୟାର୍ଡସକୁ ସୁରକ୍ଷିତ ରଖିବା ପାଇଁ ଆମକୁ ମୁସ୍କିଲ ନିଷ୍ପତ୍ତି ନେବାକୁ ପଡ଼ିଛି। ଏହା ପ୍ରଥମ ଥର ନୁହେଁ କି,  ଯେବେ Horland and Wolff ଦେବାଳିଆ ସ୍ଥିତିରେ ପହଞ୍ଚିଛି। ୨୦୧୯ରେ ବ୍ରିଟିଶ ସରକାର କମ୍ପାନୀକୁ ରିଷ୍ଟ୍ରକଚର କରିବାକୁ ଜଣେ ଆଡମିନିଷ୍ଟ୍ରେଟର ନିଯୁକ୍ତ କରିଥିଲେ , କିନ୍ତୁ କିଛି ମାସ ପରେ ଏନର୍ଜୀ କମ୍ପାନୀ InfraStrata ଏହାକୁ କିଣି ନେଇ ଥିଲା। ଗତ ବର୍ଷ କମ୍ପାନୀଦୁଇ ଦଶକରେ ନିଜର ପ୍ରଥମ ଜାହାଜ ଡେଲିଭରୀ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.