ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମହାକାଶରେ ଜନ୍ମଦିନ ପାଳିବେ ସୁନୀତା ଓ୍ୱିଲିୟମ୍ସ

ନୂଆଦିଲ୍ଲୀ,୧୯/୦୯:  ମହାକାଶରେ ଜନ୍ମଦିନ ପାଳିବେ ସୁନୀତା ଓ୍ବିଲିୟମ୍ସ। ଆଜି ତାଙ୍କର ଜନ୍ମଦିନ ହୋଇଥିବାବେଳେ ସେ ଏବେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନରେ ରହିଛନ୍ତି । ବେରି ଓ୍ବିଲମୋରଙ୍କ ସହ ଆଇଏସଏସକୁ ଯାତ୍ରା କରିଥିବା ସୁନୀତା ବୋଇଂ ଷ୍ଟାରଲାଇନର ସ୍ପେସକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସି ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ସୁନୀତା ମହାକାଶରେ ମୋଟ ୩ ଶହରୁ ଅଧିକ ଦିନ ବିତାଇ ସାରିଲେଣି। ଆସନ୍ତା ଫେବୃଆରୀ ମାସରେ କ୍ରୁ-9 ମିଶନ ଜରିଆରେ ସେମାନଙ୍କୁ ସ୍ପେସ ଏକ୍ସର ସ୍ସେସ ସିପ ସାହାଯ୍ୟରେ ପୃଥିବୀକୁ ଅଣାଯିବା ନେଇ ଘୋଷଣା କରିଛି ନାସା । ଏଥିପାଇଁ ନାସାର ଦୁଇ ମହାକାଶଚାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ତେବେ ସୁନିତା ୱିଲିୟମ୍ସ ୧୯ ସେପ୍ଟେମ୍ବର ୧୯୬୫ରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର ଗୁଜୁରାଟର ଅହମ୍ମଦାବାଦର ଅଟନ୍ତି । ବର୍ତ୍ତମାନ, ନାସା ତରଫରୁ ଏକ ସ୍ପେଶ୍ ମିଶନ୍ ଯିବା ପରେ ସେ ସେଠାରେ କିଛି ମାସ ହେବ ଅଛନ୍ତି । ସୁନିତା ୱିଲିୟମ୍ସ ୫ଜୁନ୍ ୨୦୨୪ରେ ବୋଇଙ୍ଗର ଷ୍ଟାରଲିନର୍ କ୍ୟାପସୁଲରେ ସ୍ପେସ୍ ଷ୍ଟେସନକୁ ଯାଇଥିଲେ । ଏହା ପରେ ଏହି କ୍ୟାପସୁଲରେ କିଛି ତ୍ରୁଟି ଦେଖାଯାଇଥିଲା । ଏହି କ୍ୟାପସୁଲରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ସମସ୍ୟା ଉପୁଜିଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନିତା ୱିଲିୟମ୍ସ ସ୍ପେଶ୍ ଷ୍ଟେସନରେ ଅଛନ୍ତି । ସବୁଠୁ ବଡ ସମସ୍ୟା ହେଉଛି କ୍ୟାପସୁଲ୍ ଅର୍ଥାତ୍ ଷ୍ଟାରଲାଇନ୍‌ର ପାଞ୍ଚଟି ସ୍ଥାନରେ ହିଲିୟମ୍ ଗ୍ୟାସ୍ ଲିକ୍ ହେଉଥିଲା । ହିଲିୟମ୍ ଯାନର ପ୍ରବୃତ୍ତି ପ୍ରଣାଳୀକୁ ଚାପ ଯୋଗାଇଥାଏ । ଏହା ବ୍ୟତୀତ ଥ୍ରଷ୍ଟର ବିଫଳତା ପାଞ୍ଚ ଥର ଘଟିଛି । 

ଭାରତୀୟ ମୂଳ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଜୁନ୍ ୧୩,୨୦୨୪ରେ ପୃଥିବୀକୁ ଫେରିବାର ଥିଲା । କିନ୍ତୁ ଆଜି ତିନି ମାସରୁ ଅଧିକ ସମୟ ବିତିଗଲାଣି ଏବଂ ସୁନୀତା ସ୍ପେସ୍ ଷ୍ଟେସନରେ ଅଟକି ରହିଛନ୍ତି । ସୁନୀତାଙ୍କ ସହ ଆମେରିକାର ମହାକାଶଚାରୀ ବରୀ ବଚ ୱିଲମର ମଧ୍ୟ ଫେରିବା କଥା, ସେ ମଧ୍ୟ ସେଠାରେ ଫସି ରହିଛନ୍ତି । ଦୁହେଁ କେବେ ପୃଥିବୀକୁ ଫେରିବେ? ଆମେରିକାର ସ୍ପେସ୍ ଏଜେନ୍ସି ନାସାର ଏ ବିଷୟରେ କୌଣସି ଉତ୍ତର ନାହିଁ ।  ତେବେ ସେପ୍ଟେମ୍ବରରେ ସେମାନଙ୍କୁ ପୃଥିବୀକୁ ଆଣିବାକୁ ଚେଷ୍ଟା କରାଯିବ ବୋଲି ନାସା କହିଛି । କିନ୍ତୁ ଏହା ସମ୍ଭବ ଯେ ଏହି ଲୋକମାନେ ଆସନ୍ତା ବର୍ଷ ଫେବୃଆରୀରେ ଓହ୍ଲାଇ ପାରନ୍ତି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.