ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ହିଜବୁଲାର ବିସ୍ଫୋରକ ଓ୍ବାକି-ଟକି ଉପରେ ଜାପାନୀ କମ୍ପାନୀର ସଫେଇ, କହିଲେ- ଆମେ ଆଗରୁ ଚେତାଇ ଥିଲୁ, କିନ୍ତୁ...

ନୂଆଦିଲ୍ଲୀ,୧୯।୯: ଲେବାନନ୍‌ର ଆତଙ୍କୀ ସଂଗଠନ ହିଜବୁଲାର ଓ୍ବାକି ଟକିରେ ବୁଧବାର ବିସ୍ଫୋରଣ ପରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ ଜଣ ଆହତ ହୋଇଛନ୍ତି। ଏହି ବିସ୍ଫୋରଣର ଦିନ ପୂର୍ବରୁ ପେଜର ବିସ୍ଫୋରଣ ହୋଇଥିଲା। ହଠାତ ହୋଇଥିବା ଏହି ବିସ୍ଫୋରଣ କାରଣରୁ ହଜାର ହଜାର ଲୋକ ଆତଙ୍କିତ ହୋଇପଡିଥିଲେ, ଆଖପାଖରେ ଥିବା ବିଲ୍ଡିଂକୁ ଶରଣ ନେବାକୁ ଚାଲିଯାଇଥିଲେ। ଏହି ବିସ୍ଫୋରଣ ଫଳରେ ଇସ୍ରାଏଲ ଓ ଲେବାନନ୍ ଭିତରେ ବିବାଦ ବଢି ଯାଇଛି।

ବିସ୍ଫୋରଣର ତୁରନ୍ତ ପରେ ଯେଉଁ ଫଟୋ ସାମନାକୁ ଆସିଛି, ଏଥିରେ ଏହି ଓ୍ବାକି-ଟକିରେ IC-V82 ମଡେଲ ଲେଖା ହୋଇଛି, ଯାହାକି ଜାପାନର ଓସାକା ସ୍ଥିତ ଦୂରସଞ୍ଚାର ଉପକରଣ ନିର୍ମାତା ICOM ଦ୍ବାରା ତିଆରି କରାଯାଇଥିଲା। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଜାପାନ କମ୍ପାନୀ କହିଛନ୍ତି ସେ ଏହି ଉପକରଣ ଏକ ଦଶକ ପୂର୍ବରୁ ହିଁ ବନ୍ଦ କରି ଦିଆଯାଇଥିଲା ଓ ଏହି ଘଟଣାର ଯାଞ୍ଚ ଚାଲିଛି।

ICOM ଏକ କହିଛି, ସେ ଗତ ପ୍ରାୟ ୧୦ ବର୍ଷ ହେବ ନିଜର ଜାପାନ ଭାକାୟାମ ପ୍ଲାଣ୍ଟରୁ IC-V82 ରେଡିଓ (ଓ୍ବାକି-ଟକି) ସିପ୍ କରିନି। ତେବେ କମ୍ପାନୀ କହିଛି ଯେ, ୨୦୦୪ ରୁ ଅକ୍ଟୋବର ୨୦୧୪ ପର୍ଯ୍ୟନ୍ତ IC-V82 ଟ୍ରାନ୍ସିଭରକୁ ମଧ୍ୟ ପୂର୍ବ ସହିତ ବହୁ ବିଦେଶୀ ବଜାରରେ ସିପ୍ କରିଥିଲା। ICOM ଏହା ମଧ୍ୟ କହିଛି ଯେ, ତା ପାଖରେ ଏବେ  IC-V82 ମଡେଲର ବହୁ ଷ୍ଟକ୍ ନାହିଁ ଓ ସେ ଦୀର୍ଘ ଦୀର୍ଘ ସମୟ ଧରି ବଜାରରେ ବିକ୍ରି ହେଉଥିବା ନକଲି ମଡେଲ ବିରୋଧରେ ଚେତାବନୀ ଦେଇ ଆସୁଛି। କମ୍ପାନୀ କହିଛି, ସେ ନକଲି ନିର୍ମାତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରିଛି ଓ ୨୦୨୦ ରୁ ନକଲି ମଡେଲ ବିଷୟରେ ମଧ୍ୟ ଚେତାବନୀ ଦେଇଛି। ଏଭଳି ଉପକରଣର ସମୟସୀମା ପ୍ରାୟ ୫ରୁ ୭ ବର୍ଷର ହୋଇଥାଏ, ତେବେ ଏହାର ବ୍ୟବହାର ଆଧାରରେ ଭିନ୍ନ ହୋଇପାରେ। 

ICOM ଓ୍ବେବସାଇଟ୍‌ର ସୂଚନା ଅନୁସାରେ, ଟାଇପ୍-୨ କାଟାଗୋରୀର ପ୍ରାୟ ସବୁ ପ୍ରଡକ୍ଟ ନକଲି ହୋଇଥାଏ। ଏହି ଓ୍ବେବସାଇଟ୍‌ରେ କୁହାଯାଇଥିଲା, ଏଭଳି ଉପକରଣ ଦୀର୍ଘ ସମୟ ପୂର୍ବରୁ ବନ୍ଦ କରି ଦିଆଯାଇଛି। ଦୟାକରି ନିଜର ହୋଲୋଗ୍ରାମ୍ ଲେବଲ ସହିତ IC-V80 ଓ IC-2300H ଭଳି ନୂଆ ମଡେଲ କିଣନ୍ତୁ।’ ଟାଇପ୍-୨ କାଟାଗୋରୀରେ    IC-V8,IC-U80,IC-V82,IC-M304 IC-2200H ରହିଛି, ଯାହାର ଏବେ କୌଣସି ଉତ୍ପାଦନ କିମ୍ବା ଷ୍ଟକ ନାହିଁ। କମ୍ପାନୀ ଆଗକୁ କହିଛି, ନକଲି IC-V80, IC-718   (ବର୍ତ୍ତମାନ ତିଆରି ହେଉଥିବା ମଡେଲ) ଓ IC-V82 (ବନ୍ଦ ହୋଇଥିବା ମଡେଲ) ଉପରେ ଧ୍ୟାନ ଦିଅନ୍ତୁ। ଏହି ମଡେଲର ନକଲି ଜିନିଷ ବଜାରରେ ଦେଖିବାକୁ ମିଳୁଛି।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.