ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ୟୁକ୍ରେନ୍‌ର ଜୋରଦାର ହମଲାରେ ଋଷରେ ଭୂମିକମ୍ପ, ଅସ୍ତ୍ରାଗାର ଉପରେ ଡ୍ରୋନ୍ ଆକ୍ରମଣ ପରେ ବିସ୍ଫୋରଣ ସହ ଅଗ୍ନିକାଣ୍ଡ

ମସ୍କୋ,୧୯।୯: ଋଷ ଉପରେ ୟୁକ୍ରେନ୍‌ର ଜୋରଦାର ହମଲା। ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ଋଷର ଅସ୍ତ୍ରାଗାରରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଫଳରେ ଅସ୍ତ୍ରାଗାରର ଡିନୋ ନଷ୍ଟ ହେବା ସହ ବାଲାଷ୍ଟିକ ମିସାଇଲ ଓ ଗୋଳାବାରୁଦ ସବୁ ନଷଟ ହୋଇଯାଇଛି। ବିସ୍ଫୋରଣ ଏତେ ଜୋରଦାର ଥିଲା ଯେ, ନାସାର ସାଟେଲାଇଟ୍‌ ସେହି ଅଞ୍ଚଳରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି। ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା ନିଆଁ। ଆଖପାଖର ଲୋକ ଭୟରେ ସେହି ଅଞ୍ଚଳ ଖାଲି କରି ପଳାଇ ଯାଇଥିଲେ।

ୟୁକ୍ରେନ୍ ପୁଣିଥରେ ଋଷକୁ ଟାର୍ଗେଟ କରିଛି। ୟୁକ୍ରେନ୍ ଆକ୍ରମଣର  ଭିଡିଓ ସୋସିଆଲ ମିଡିଆରେ ସାମନାକୁ ଆସିଛି। ୟୁକ୍ରେନ୍ ବୁଧବାର ପଶ୍ଚିମ ଋଷର ଟେରୋପେଟସ୍ ସହରରେ ଋଷ ହତିଆର ଡିପୋ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ନିଆଁ ପ୍ରାୟ ୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ୟୁକ୍ରେନ୍ ଏହି ଆକ୍ରମଣ କରି  ପ୍ରମାଣିତ କରିଛି ଯେ, ସେ ଋଷରେ ପଶିକି ମାରିବା ସହ ତାକୁ ମଧ୍ୟ ଦୋହଲାଇପାରେ। କିଛି ମାସ ପୂର୍ବେ ଋଷର କୁର୍ସ୍କ ସହରର ବହୁ କିଲୋମିଟର ପର୍ଯ୍ୟନ୍ତ ପଶି ୟୁକେନ୍ ସେନା ଦଖଲ କରିଥିଲା। କୁର୍ସ୍କ ସହରରେ ଋଷ ଓ ୟୁକ୍ରେନ୍ ସୈନିକ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲେ।

ଅସ୍ତ୍ରାଗାରକୁ ଟାର୍ଗେଟ କରି ୟୁକ୍ରେନ୍ କରିଥିବା ଡ୍ରୋନ୍ ହମଲାର ନିଆଁ ୬ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ଏହି କାରଣରୁ ପଶ୍ଚିମ ଋଷରେ ଆଶିଂକ ରୂପରେ ଲୋକଙ୍କୁ ନିଜର ଘର ଛାଡି ପଳାଉଥିବାର ଦେଖିବାକୁ ମିଳିଥିଲେ। ଆମେରିକା ମହାକାଶ ଏଜେନ୍ସି ନାସାର ସାଟେଲାଇଟ୍‌ ୟୁକ୍ରେନ୍ ଆକ୍ରମଣ ପରେ ଋଷର ସେହି ଅଞ୍ଚଳରେ ଭୂମିକମ୍ପ ଆସିଥିବାର ରିପୋର୍ଟ ଦେଇଥିଲା। କିଛି ଘଣ୍ଟା ପର୍ଯ୍ୟନ୍ତ ସେହି ଅଞ୍ଚଳର ପ୍ରାୟ ୧୪ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଛୋଟ ଧରଣର ଭୂମିକମ୍ପ ଅନୁଭୂତ ହୋଇଥିଲା।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.