ପ୍ରମୂଖ ଖବର
  • କଟକ : ମାଟ୍ରିକ୍‌ ପ୍ରଶ୍ନପତ୍ରରେ ରହିବ ୱାଟର୍‌ ମାର୍କ କୋଡ୍‌, ଭାଇରାଲ୍‌ ରୋକିବାକୁ ବୋର୍ଡର ପଦକ୍ଷେପ
  • ||
  • ନବରଙ୍ଗପୁର : ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଲା ବସ୍‌, ୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ହମାସ ସହ ଗୁପ୍ତ ଡିଲ୍‌ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ ! ସବୁ ବନ୍ଧକଙ୍କ ବଦଳରେ ହମାସ ଚିଫ୍‌ ୟାହ୍ୱା ସିନୱାର ମାଗିଲେ ନିଜ ଜୀବନ

Published By : Prameya | September 19, 2024 4:48 PM

ନୂଆଦିଲ୍ଲୀ : ପାଖାପାଖି ବର୍ଷେ ହେବ ପରସ୍ପରର ରକ୍ତ ବୁହାଉ ଥିବା ହମାସ -ଇସ୍ରାଏଲୀୟ ସେନା ମଧ୍ୟରେ ଏକ ନୂଆ ଓ ଗୋପନ ଚୁକ୍ତି ହୋଇପାରେ। ଇସ୍ରାଏଲୀୟ ମିଡ଼ିଆ ଗୁରୁବାର କହିଛି କି ହମାସ ଓ ଇସ୍ରାଏଲ ମଧ୍ୟରେ ନୂଆ ଚୁକ୍ତି ଅନୁସାରେ, ସବୁ ବନ୍ଧକଙ୍କ ମୁକ୍ତିର ରାସ୍ତା ଖୋଲିପାରେ। ହମାସ ଚିଫ୍‌ ୟାହ୍ୱା ସିନୱାର ନିଜର ଓ ନିଜର ଗ୍ୟାଙ୍ଗର ଜୀବନ ବଦଳରେ ସବୁ ବନ୍ଧକଙ୍କୁ ଛାଡ଼ିବାକୁ ପ୍ରସ୍ତାବ ରଖିଛନ୍ତି। 

ରିପୋର୍ଟ ଅନୁସାରେ , ସିନୱାର ଓ ଅନ୍ୟ ହମାସ ଆତଙ୍କୀଙ୍କୁ, ଯେଉଁମାନେ ଇସ୍ରାଏଲୀୟ ଜେଲ୍‌ରେ ବନ୍ଦୀ ଅଛନ୍ତି , ତାଙ୍କୁ କୌଣସି ତୃତୀୟ ଦେଶକୁ ପଠାଯାଇ ପାରେ।

ଇସ୍ରାଏଲ ଗତ କିଛି ମାସରୁ ବନ୍ଧକଙ୍କୁ ମୁକ୍ତ କରିବା ଓ ଫେରସ୍ତକୁ ନେଇ କହି ଆସୁଛି। ଲକ୍ଷ ଲକ୍ଷ ଇସ୍ରାଏଲୀୟ ପିଏମ୍‌ ବେଞ୍ଜାମିନ୍ ନେତନ୍ୟାହୁଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଇସ୍ରାଏଲୀୟଙ୍କ ଅଭିଯୋଗ କି ନେତନ୍ୟାହୁ ହମାସ ସହ ଚୁକ୍ତି କରୁନାହାନ୍ତି , ଏଥିପାଇଁ ସେମାନଙ୍କ ସଂପର୍କୀୟମାନେ ହମାସ କବଦଳରୁ ମୁକ୍ତ ହୋଇ ପାରୁନାହାନ୍ତି। କିଛି ଦିନ ପୂର୍ବେ ୬ ଇସ୍ରାଏଲୀୟଙ୍କ ମୃତଦେହ ଏକ ସୁଡ଼ଙ୍ଗରୁ ମିଳିଥିଲା। ଏହାପରେ ଇସ୍ରାଏଲୀୟମାନେ ଉତ୍ତେଜିତ ହୋଇ ଯାଇଥିଲେ। ଏହି ମଧ୍ୟରେ ଇସ୍ରାଏଲୀୟ ମିଡ଼ିଆ ରିପୋର୍ଟ କରିଛି କି, ବନ୍ଧକଙ୍କୁ ମୁକ୍ତ ପାଇଁ ହମାସ ଓ ଇସ୍ରାଏଲୀୟ ସେନା ମଧ୍ୟରେ ସିକ୍ରେଟ୍‌ ଡିଲ୍‌ ହୋଇପାରେ।

ଜେରୁଶଲମ ପୋଷ୍ଟ ମୁତାବିକ , ଯୁଦ୍ଧବିରାମ ପାଇଁ ଚୁକ୍ତିରେ ଆସୁଥିବା ପ୍ରତିବନ୍ଧକ ସତ୍ତ୍ୱେ ଏକ ଗୁପ୍ତ ବୈକଳ୍ପିକ ଡିଲ୍ ଉପରେ କଥାବାର୍ତ୍ତା ଚାଲିଛି। ଏହି ଅନୁସାରେ , ସବୁ ବନ୍ଧକଙ୍କୁ ମୁକ୍ତ କରାଯାଇ ପାରେ ଏବଂ ଏହା ବଦଳରେ ହମାସ ନେତା ୟାହ୍ୱା ସିନୱାର ଓ ତାଙ୍କର ଆତଙ୍କୀ ଗ୍ୟାଙ୍ଗଙ୍କୁ ଗାଦାରୁ ନିର୍ବାସିତ କରାଯାଇ ପାରେ। 

ସୂତ୍ରାନୁସାରେ, ନିକଟରେ ଉଦ୍ଧାର ଇସ୍ରାଏଲୀୟ ମୃତଦେହ ଗୁଡ଼ିକୁ ନେଇ ଇସ୍ରାଏଲୀୟ ସେନା ଏବେ ରିସ୍କ ନେବାକୁ ଚାହୁଁନି। 

ସିକ୍ରେଟ୍‌ ଡିଲ୍‌ରେ କଣ ରହିଛି ସର୍ତ୍ତ –

ପ୍ରସ୍ତାବିତ ଚୁକ୍ତିରେ ସବୁ ବନ୍ଧକଙ୍କୁ,ସେମାନେ ଜୀବିତ ହେଉକି ମୃତ, ତୁରନ୍ତ ଇସ୍ରାଏଲକୁ ଫେରାଇ ଦିଆଯାଉ। ବଦଳରେ ହମାସ ଆତଙ୍କବାଦୀଙ୍କୁ ଇସ୍ରାଏଲୀୟ ଜେଲ୍‌ରୁ ମୁକ୍ତ କରିଦିଆ ଯିବ ଏବଂ ତାଙ୍କର ବସ୍ ୟାହ୍ୱା ସିନୱାରଙ୍କ ସହ ୩ୟ ଦେଶକୁ ପଠାଇ ଦିଆଯିବ। ଇସ୍ରାଏଲୀୟ ସେନା ଗାଜାରୁ ହଟିବା ପାଇଁ ସହମତ ଅଛି। କିନ୍ତୁ ଏହାର କାର୍ଯ୍ୟକାରୀ ପାଇଁ ଏକ ବହୁରାଷ୍ଟ୍ରୀୟ ସେନାର ଗଠନ କରାଯିବ , ଯିଏ ଗାଜାରେ ହମାସର ରକେଟ୍‌ ଭଣ୍ଡାର ଓ ବିସ୍ଫୋରକ ସୁଡ଼ଙ୍ଗକୁ ନଷ୍ଟ କରିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.