ପ୍ରମୂଖ ଖବର
  • ନବରଙ୍ଗପୁର : ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଖସି ପଡ଼ିଲା ବସ୍‌, ୪ ଆହତ
  • ||
  • ବୁଧବାର ଅପରାହ୍ନରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ପାଇଁ ବନ୍ଦ ରହିବ ଦର୍ଶନ
  • ||
  • ବୌଦ୍ଧ : ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌, ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶାଦ୍ରବ୍ୟ ଜବତ, ଜଣେ ଗିରଫ
  • ||

ଟ୍ବିଟର ପରେ ଏବେ ‘ଟିକଟକ୍’ କିଣିବାକୁ ଯାଉଛନ୍ତି କି ଏଲନ୍ ମସ୍କ ? ଏଭଳି ଉତ୍ତର ଦେଲା କମ୍ପାନୀ

Published By : Prameya | January 14, 2025 5:23 PM

ନ୍ୟୁୟର୍କ,୧୪।୧: ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲନ୍ ମସ୍କ କିଣି ପାରନ୍ତି ‘ଟିକ୍‌ଟକ୍’। ସୋମବାର ବ୍ଲୁମବର୍ଗରର ଏକ ରିପୋର୍ଟ ଆସିଥିଲା। ଯେଉଁଥିରେ କୁହାଯାଇଥିଲା ଆମେରିକାରେ ‘ଟିକଟକ୍‌’କୁ ଚାଲୁ ରଖିବା ପାଇଁ ଚୀନ୍ ଆପ୍‌କୁ ଏଲନ୍‌ ମସ୍କଙ୍କୁ ବିକ୍ରି କରିବା ଉପରେ ବିଚାର କରାଯାଉଛି।  ଟ୍ବିଟରର ପରେ ଏବେ ଏଲନ୍ ମସ୍କ ‘ଟିକଟକ୍‌’ର ମାଲିକ ହେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। ତେବେ ଏହି ସବୁ ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ କରିଛି ‘ଟିକଟକ୍’। ରିପୋର୍ଟ ଆସିବା ପରେ ‘ଟିକଟକ୍’ ପକ୍ଷରୁ ପ୍ରତିକ୍ରିୟା ମିଳିଛି। ‘ଟିକଟକ୍’ ମୁଖପାତ୍ର କହିଛନ୍ତି, ଆମେ ସମ୍ପୂର୍ଣ୍ଣ ଭାବରେ କାଳ୍ପନିକ କଥା ଉପରେ ଟିପ୍ପଣୀ ଦେବାକୁ ଚାହୁଁନୁ। ଟିକଟକ୍ ବହୁବାର କହିସାରିଛି ଏହାକୁ ସେ ବିକ୍ରି କରିବ ନାହିଁ।  ସେପେଟ ଏଲନ୍ ମସ୍କଙ୍କ ପକ୍ଷରୁ ମଧ୍ୟ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ମିଳିନାହିଁ।

୬ ହଜାର ଲିଟର ପାଣି, ୩୫୦ କିଲୋମିଟର ବେଗ: ଜାଣନ୍ତୁ କାନାଡାର ସୁପର ସ୍କୁପର୍ସ କିଭଳି ଲିଭାଉଛି ଆମେରିକାର ନିଆଁ ?ଉଲ୍ଲେଖନୀୟ ଯେ, ନିକଟରେ ବ୍ଲୁମବର୍ଗର ଏକ ରିପୋର୍ଟରେ ଦାବି କରାଯାଇଥିଲା ଚୀନ୍ ଅଧିକାରୀ ଏହାର ବିକଳ୍ପ ଖୋଜିବା ଉପରେ ବିଚାର କରୁଛି।  ଯଦି ସୁପ୍ରିମକୋର୍ଟ ଆପ୍ ଉପରେ କଟକଣା ଲଗାନ୍ତି ତେବେ ଆମେରିକାରେ ଏହାର କାରବାର ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଅର୍ଥାତ ଏଲନ୍‌ ମସ୍କଙ୍କୁ ଏହା ବିକ୍ରି କରାଯାଇପାରେ। କାରଣ ୧୯ ଜାନୁଆରୀରୁ ଆମେରିକାରେ ଏକ ଆଇନ ଲାଗୁ ହେବ। ଫଳରେ ‘ଟିକଟକ୍’ ବ୍ୟାନ୍ ହୋଇପାରେ। ଯଦି ଆମେରିକା ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ ନକରନ୍ତି ତେବେ ‘ଟିକଟକ୍’ ଆମେରିକାରେ ସମ୍ପୂର୍ଣ୍ଣ ବନ୍ଦ ହୋପାରେ। ୧୦ ଜାନୁଆରୀରେ ସୁପ୍ରିମକୋର୍ଟ ଏହି ଆଇନ ଉପରେ କଟକଣା ଲଗାଇବା ପାଇଁ ଟିକଟକ୍‌ର ଏମର୍ଜେନ୍ସି ଅପିଲ ଉପରେ ଶୁଣାଣି କରିଥିଲା। ଏଥିରେ କମ୍ପାନୀ ଗୁହାରୀ କରିଥିଲା ଏହାଦ୍ବାରା  ୧୭୦ ମିଲିୟନ ଆମେରିକୀୟ ୟୁଜର୍ସଙ୍କ ଫାଷ୍ଟ ଆମେଡମେଣ୍ଟ ଅଧିକାର ଉଲଂଘନ ହେବ। ତେବେ ବିଚାରପତିଙ୍କ ସରକାରଙ୍କ ପକ୍ଷରେ ଥିଲେ। 

ଚୀନ୍ କମ୍ୟୁନିଷ୍ଟ ପାର୍ଟି ସହ ସମ୍ପର୍କ କାରଣରୁ ଜାତୀୟ ସୁରକ୍ଷା ବିପଦକୁ ଦେଖି ଆମେରିକା ଟିକଟକ୍ ଉପରେ ବ୍ୟାନ୍ ଲଗାଇବାର ସମ୍ଭାବନା ଅଧିକ ରହିଛି। ତେଣୁ ଏଲନ୍ ମସ୍କ କିଣିବା ଉପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏହାର କାରଣ ହେଉଛି ଟେସଲା ଓ ସ୍ପେସ୍‌ ଏକ୍ସର ସିଇଓ ୨୦୨୨ ରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର ଅଧିଗ୍ରହଣ କରିଥିଲେ। ଟ୍ବିଟର(ଏବେ ‘ଏକ୍ସ’) କୁ ଟେକଓଭର କରୁଛନ୍ତି। ଏପରିକି  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କୁ ଖୁବ୍ ଘନିଷ୍ଠ ହେଉଛନ୍ତି ମସ୍କ। ତେଣୁ ଟିକଟକ୍ ଉପରେ କଟକଣା ପ୍ରସଙ୍ଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିପାରନ୍ତି। ତେବେ ଏଭଳି ସମ୍ଭାବିତ ମେଗା ଡିଲ୍ ବିଷୟରେ ଏପର୍ଯ୍ୟନ୍ତ ଏଲନ୍ ମସ୍କ କିମ୍ବା ଟିକଟକ୍ ମଧ୍ୟରେ କୌଣସି ଆଲୋଚନା ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇପାରିନି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.