ପ୍ରମୂଖ ଖବର
  • କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ରରେ ରହିବ ୱାଟର ମାର୍କ
  • ||
  • ଇସ୍ରୋକୁ ମିଳିଲେ ନୂଆ ମୁଖ୍ୟ, ଦାୟିତ୍ବ ନେଲେ ଭି. ନାରାୟଣନ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବୈତରଣୀରେ ପକାଇବେ ମକର ବୁଡ଼
  • ||
  • ଶ୍ରୀଲିଙ୍ଗରାଜ ମନ୍ଦିରରେ ବଡ଼ୁ ସେବାୟତ ଓ ମହାସୁଆରଙ୍କ ବିବାଦ, ରାତି ୮ଟାରୁ ପ୍ରଭୁଙ୍କ ନୀତିକାନ୍ତି ବନ୍ଦ
  • ||
  • ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ
  • ||
  • ରାଜ୍ୟରେ ସାମାନ୍ୟ କମିଲା ଶୀତ, ୪ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ନାହିଁ
  • ||

ଦକ୍ଷିଣ ଆଫ୍ରିକାରେ ବଡ଼ ଅଘଟଣ, ସୁନା ଖଣିରେ ଫସି ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ

Published By : Anindita | January 14, 2025 11:08 AM

ନୂଆଦିଲ୍ଲୀ,୧୪/୦୧: ଦକ୍ଷିଣ ଆଫ୍ରିକାରେ ଅଘଟଣ। ବେଆଇନ  ସୁନା ଖଣିରେ ଫସି  ୧୦୦ ଜଣ ଶ୍ରମିକଙ୍କ ମୃତ୍ୟୁ ।ଖଣିରେ ଫସି ରହିଥିବା ଏହି ଶ୍ରମିକମାନେ ଅନେକ ମାସ ଧରି ଭୋକ ଏବଂ ଶୋଷରେ ଥିବା ବେଳ ତାଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ ସହର ନିକଟସ୍ଥ ବଫେଲଫୋଣ୍ଟେନରେ ଥିବା ସୁନା ଖଣିରୁ ଏହି ଘଟଣା ସାମ୍ନାକୁ ଆସିଛି।  ଏହି ଘଟଣା ସମ୍ବନ୍ଧୀୟ ସୂଚନା ଶ୍ରମିକମାନଙ୍କ ଦ୍ବାରା  ମୋବାଇଲ୍ ଫୋନକୁ ପଠାଯାଇଥିବା ଭିଡିଓରୁ ମିଳିଛି। ଯେଉଁଥିରେ ପ୍ଲାଷ୍ଟିକ୍‌ରେ ଗୁଡ଼ାଯାଇଥିବା ମୃତଦେହ ଦେଖାଯାଉଛି ।

ମାଇନିଂ ଆଫେକ୍ଟେଡ୍ କମ୍ୟୁନିଟିଜ୍ ୟୁନାଇଟେଡ୍ ଇନ୍ ଆକ୍ସନ୍ ଗ୍ରୁପ୍ ଅନୁଯାୟୀ,   ଏ ପର୍ଯ୍ୟନ୍ତ ୨୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେହିପରି ୧୮ ଜଣଙ୍କ ମୃତଦେହ ବାହାର କରାଯାଇଛି। ତଥାପି, ଏହି ଖଣି ଏତେ ଗଭୀର ଯେ ସେଠାରେ ପ୍ରାୟ ୫୦୦ କର୍ମଚାରୀ ସେଠାରେ ଫସି ରହିପାରନ୍ତି।  ତେବେ ଖଣିର ଗଭୀରତା  ୨.୫  କିମି ବୋଲି କୁହାଯାଉଛି। ପୋଲିସ ଖଣିକୁ ସିଲ୍ କରିବାକୁ ଉଦ୍ୟମ କରିବା ପରେ ଶ୍ରମିକ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପୋଲିସ କହିଛି ଯେ ଗିରଫଦାରୀ ଭୟରେ ଶ୍ରମିକମାନେ ବାହାରକୁ ଆସୁନାହାଁନ୍ତି। ପୋଷ୍ଟ ମର୍ଟମ ରିପୋର୍ଟରେ ମୃତ୍ୟୁର ପ୍ରଥମ କାରଣ କ୍ଷୁଧା ବୋଲି କୁହାଯାଇଛି। ଖଣିରେ ଖାଦ୍ୟ ଏବଂ ଜଳ ଯୋଗାଣ ବନ୍ଦ ଥିବାରୁ ସମସ୍ତ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକଙ୍କ ମୃତ୍ୟୁ ଖଣିର ସୁରକ୍ଷା ଏବଂ ପରିଚାଳନା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଦକ୍ଷିଣ ଆଫ୍ରିକାରେ ବେଆଇନ ଖଣି ଏକ ସାଧାରଣ ସମସ୍ୟା। ଯେତେବେଳେ ବଡ଼ ବଡ଼ କମ୍ପାନୀଗୁଡ଼ିକ ଖଣିଗୁଡ଼ିକୁ ଅଦରକାରୀ ଭାବି ପରିତ୍ୟାଗ କରନ୍ତି, ସେତେବେଳେ ସ୍ଥାନୀୟ ଖଣି ଶ୍ରମିକମାନେ ସେଠାରୁ ବଳକା ସୁନା ବାହାର କରିଥାନ୍ତି । 




  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.