ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ମହାକୁମ୍ଭ ମେଳାରେ ଷ୍ଟିଭ ଜବ୍ସଙ୍କ ପତ୍ନୀ, ମୁଣ୍ଡରେ ଗେରୁଆ ରଙ୍ଗର ଚୁନରୀ ଦେଇ ଆଖଡାରେ ପହଞ୍ଚିଲେ

Published By : Bijay Swain | January 13, 2025 9:03 PM

Image courtesy: indiatoday

ନୂଆଦିଲ୍ଲୀ: ଆପଲ କମ୍ପାନିର ସହ ପ୍ରତିଷ୍ଠାତା ଦିବଙ୍ଗତ ଷ୍ଟିଭ ଜବ୍ସଙ୍କ ପତ୍ନୀ ଲୌରେନ ପୋଏଲ ଜବ୍ସ ସୋମବାର ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ହେଉଥିବା ମହାକୁମ୍ଭମେଳାରେ ପହଞ୍ଚିଛନ୍ତି। ଏକ ଗେରୁଆ ରଙ୍ଗର ଚୁନରୀ ମୁଣ୍ଡରେ ପକାଇ ଲୌରେନ ମହାକୁମ୍ଭରେ ଯୋଗଦେଇଥିବାର ଏକ ଭିଡିଓ ବର୍ତ୍ତମାନ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଲୌରେନ ଶନିବାର ଭାରତରେ ପହଞ୍ଚି ପ୍ରଥମେ ବାରନାସୀ ସ୍ଥିତ କାଶୀ ବିଶ୍ୱନାଥ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେ ପ୍ରଥମେ ମନ୍ଦିରରେ ପହଞ୍ଚି ବାବା କାଶୀ ବିଶ୍ୱନାଥଙ୍କୁ ଜଳାଭିଷେକ କରିଥିଲେ। ମହାକୁମ୍ଭ ମେଳା ସୁରୁଖୁରୁରେ ସମାପ୍ତ ହେବାପାଇଁ ସେ କାଶୀ ବିଶ୍ୱନାଥଙ୍କୁ ପ୍ରାର୍ଥନା କରିଥିଲେ ବୋଲି ସୂଚନା ମିଳିଛି। 

ତା ପରଦିନ ଅର୍ଥାତ ରବିବାର ଦିନ ସନ୍ଧ୍ୟାରେ ସେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ କୈଳାସନନ୍ଦ ଗିରିଙ୍କ ପ୍ରୟାଗରାଜ ସ୍ଥିତ ଆଶ୍ରମରେ ଆସି ପହଞ୍ଚିଥିଲେ। ସୋମବାର ନିରଞ୍ଜନୀ ଆଖଡା ଦ୍ୱାରା ତାଙ୍କୁ ତାଙ୍କ ହିନ୍ଦୁ ନାମ ‘କମଳା’ ପ୍ରଦାନ କରାଯାଇଥିଲା। ତେବେ ସେ ମହାକୁମ୍ଭରେ ଯୋଗଦେଇଥିଲେ ମଧ୍ୟ ଖବର ଲେଖାହେବା ଯାଏ ତ୍ରିବେଣୀ ସଙ୍ଗମଠାରେ ବୁଡ ପକେଇନଥିବା ଖବର ମିଳିଛି।

2025ରେ ହେଉଥିବା ଏହି ମହାକୁମ୍ଭ ୪୫ ଦିନ ଧରି ଚାଲିବ। ୧୨ଟି କୁମ୍ଭମେଳା ଅନୁଷ୍ଟିତ ହେବା ପରେ ମହାକୁମ୍ଭ ପ୍ରତି ୧୪୪ ବର୍ଷରେ ଥରେ ପଡିଥାଏ। ଏହି ମେଳାରେ ପ୍ରାୟ ୪୫ କୋଟି ଲୋକ ତ୍ରିବେଣୀ ସଂଙ୍ଗମରେ ବୁଡ ପକେଇବେ ବୋଲି ଆଶା କରାଯାଉଛି। ଆସନ୍ତା ଫ୍ରେବୃୟାରି ୨୬ ତାରିଖ ଯାଏ ମହାକୁମ୍ଭ ମେଳା ଚାଲୁ ରହିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.