ନୂଆଦିଲ୍ଲୀ : ରୁଷ୍ ଓ ୟୁକ୍ରେନ ମଧ୍ୟରେ ହେଉଥିବା ମହା ସଂଗ୍ରାମ ମଧ୍ୟରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି। ଏମିତି ସୂଚନା ମିଳିଛି କି, ସେ ଭ୍ଲାଦିମିର ପୁଟିନଙ୍କ ସେନା ପାଇଁ ଯୁଦ୍ଧ ଲଢୁଥିଲେ। ଯୁବକ ଜଣଙ୍କର ଘର କେରଳରେ। ତାଙ୍କର ସଂପର୍କୀୟ ସାମ୍ୱାଦିକଙ୍କୁ କହିଛନ୍ତି କି ମସ୍କୋରେ ଭାରତୀୟ ଦୂତାବାସ ତାଙ୍କୁ ସୂଚନା ଦେଇଛି କି ସେ ରୁଷୀୟ ସେନା ସହାୟତା ସେବାରେ କାର୍ଯ୍ୟରତ ଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଛି। ହେଲେ ଅଫିସିଆଲି ଭାବେ ଏମିତି କୌଣସି ସୂଚନା ସାମନାକୁ ଆସିନାହିଁ।
କେରଳର ତ୍ରିଶୂଳରେ ରହୁଥିବା ବିନିଲ୍ ପେଶାରେ ଜଣେ ଇଲେକ୍ଟ୍ରିଆନ ଥିଲେ ଏବଂ ନିଜର ଜଣେ ସଂପର୍କୀୟଙ୍କ ସହ ରୁଷ୍କୁ ଆସିଥିଲେ। ସୋମବାର ତାଙ୍କର ସଂପର୍କୀୟ ସନିଶ କହିଛନ୍ତି କି, ବିନିଲ ଓ ତାଙ୍କର ସଂପର୍କୀୟ ଭାଇ ଜୈନ ଟିଙ୍କୁ ରୁଷ୍ ଓ ୟୁକ୍ରେନ ଯୁଦ୍ଧରେ ଜବରଦସ୍ତି ନିଆ ଯାଇଥିଲା। ତାଙ୍କୁ ଫେରେଇ ଆଣିବାକୁ ଲଗାତାର ପ୍ରୟାସ କରାଯାଉ ଥିଲା , ଏହି ଭିତରେ ବିନିଲଙ୍କ ମୃତ୍ୟୁ ଖବର ସାମନାକୁ ଆସିଛି।
ସନିଶ ମିଡ଼ିଆ ସହ କଥାବାର୍ତ୍ତା ବେଳେ କହିଛନ୍ତି, ମସ୍କୋରେ ଭାରତୀୟ ଦୂତାବାସ ଆମକୁ ତାଙ୍କ ମୃତ୍ୟୁର ସୂଚନା ଦେଇଛି। ଏହି ଖବର ଶୁଣିବା ପରେ ଜାଇସି ( ବିନିଲଙ୍କ ପତ୍ନୀ) ଦୁଃଖରେ ଅଛନ୍ତି। ସେ ଦାବି କରିଛନ୍ତି କି ଅଧିକାରୀଙ୍କୁ ଏହି ସୂଚନା ରୁଷୀୟ ସେନାରୁ ମିଳିଛି। ତ୍ରିଶୂର ଜିଲ୍ଲାର ବଡକ୍କନଚେରୀ ନିକଟସ୍ଥ କୁଟ୍ଟାନେଲ୍ଲୁରର ନିବାସୀ ବିନିଲ ଓ ଜୈନଙ୍କୁ ଘରକୁ ଆଣିବାକୁ ଅପିଲ କରୁଥିଲେ। ବିନିଲ (୩୨) ଓ ଜୈନ (୨୭)ଆଇଟିଆଇ ମେକାନିକାଲ ଡିପ୍ଲୋମାଧାରୀ ଏବଂ ଇଲେକ୍ଟ୍ରିସିଆଲ ଓ ପ୍ଲମ୍ୱର ଭାବେ କାମ କରିବା ଆଶାରେ ୪ ଅପ୍ରେଲରେ ରୁଷ୍ ଯାଇଥିଲେ। ହେଲେ ସଂପର୍କୀୟଙ୍କ ଅନୁସାରେ , ରୁଷ୍ ପହଞ୍ଚିବା କ୍ଷଣି ତାଙ୍କର ଭାରତୀୟ ପାସପୋର୍ଟ ଜବତ କରି ନିଆ ଯାଇ ଥିଲା ଏବଂ ପରେ ତାଙ୍କୁ ରୁଷୀୟ ସେନା ସହାୟତା ସେବା ଭାବେ ଯୁଦ୍ଧ କ୍ଷେତ୍ରରେ ମୁତୟନ କରାଯାଇ ଥିଲା। ତାଙ୍କର ସଂପର୍କୀୟମାନେ କହିଛନ୍ତି କି ୟୁକ୍ରେନର ଯୁଦ୍ଧଗ୍ରସ୍ତ କ୍ଷେତ୍ରରେ କେଉଁଠି ଫସି ହୋଇଅଛି , ଯିଏ ଏବେ ରୁଷୀୟ ନିୟନ୍ତ୍ରଣରେ ଅଛନ୍ତି,ବିନିଲ ଓ ଜୈନ ନିଜର ମୋବାଇଲ ଫୋନ୍ ଓ ଅନ୍ୟ ଦାମୀ ଜିନିଷ ହରାଇ ଦେଇଛନ୍ତି, ଯେଉଁଥିରେ ତାଙ୍କର ମୁସ୍କିଲ ଆହୁରି ବଢି ଯାଇଛି ଏବଂ ସେ ନିଜର ଫେରିବାକୁ ଅଧିକାରୀଙ୍କ ସାହାଯ୍ୟ ମାଗୁ ଥିଲେ।
ସଂପର୍କୀୟମାନେ କହିଛନ୍ତି କି ,ଜୈନ ମଧ୍ୟ ଆହତ ହୋଇଛନ୍ତି ଏବଂ ତାଙ୍କର ମସ୍କୋରେ ଚିକିତ୍ସା ଚାଲୁ ରହିଛି। ବିନିଲ ପରିବାରକୁ ସୂଚିତ କରିଥିଲେ କି, ତାଙ୍କୁ ଓ ତାଙ୍କର ସାଥିଙ୍କୁ ଯୁଦ୍ଧର ମୋର୍ଚ୍ଚାରେ ଅଗ୍ରିମ ସେବା ପାଇଁ ନିଯୁକ୍ତ କରାଯାଇଛି।