ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଇସ୍ରାଏଲର ସିକ୍ରେଟ୍ ୟୁନିଟ୍‌ 8200 କ’ଣ ? ଲେବାନନ୍ ଉପରେ ପେଜର ପରେ ଓ୍ବାକିଟକି ଆଟାକ୍ କରି ଚର୍ଚ୍ଚାରେ...

ନୂଆଦିଲ୍ଲୀ,୧୯।୯:  ଅସ୍ତ୍ରଶସ୍ତ୍ର ନୁହେଁ ଏବେ ଆରମ୍ଭ ହୋଇଛି ସାଇବର ଓ୍ବାର। ଲେବାନନ୍ ଉପରେ ପେଜର ପରେ ଓ୍ବାକି ଟକି ଆଟାକ୍ କରି ସାରା ବିଶ୍ବର ଚର୍ଚ୍ଚାକୁ ଆସିଛି ଇସ୍ରାଏଲର ।ଶତ୍ରୁ ରାଷ୍ଟ୍ର ଉପରେ ଏପର୍ଯ୍ୟନ୍ତ ଇସ୍ରାଏଲ ମିସାଇଲ ଓ ଆଇରନ୍ ଡୋମ୍‌ ଦ୍ବାରା କରୁଥିଲା ବୋମା ବର୍ଷା। କିନ୍ତୁ ଏବେ  ହ୍ୟାକିଂ କରି କିଛି ସେକେଣ୍ଡରେ ନେଉଛି ଶତ୍ରୁପକ୍ଷର ଜୀବନ। ଦୁଇ ଦିନରେ ଦୁଇଟି ଆକ୍ରମଣ ପରେ ଏବେ ଇସ୍ରାଏଲର ସିକ୍ରେଟ ୟୁନିଟ୍ 8200 ଚର୍ଚ୍ଚାରେ ଆସିଛି।

ଲେବାନନରେ ୨୪ ଘଣ୍ଟାରେ ଘଟିଛି ଦ୍ବିତୀୟ ବିସ୍ଫୋରଣ। ପେଜର୍‌ ପରେ ଏବେ ଓ୍ୱକି-ଟକିରେ ହୋଇଛି ବ୍ଲାଷ୍ଟା।  ବର୍ତ୍ତମାନ ସୁଦ୍ଧା ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୪୫୦ରୁ ଅଧିକ ହୋଇଛନ୍ତି ଆହତ। ହେଜବୁଲ୍ଲାର ଗଡ଼ର ବେରୁଟରେ ଘଟିଛି ଏହି ବିସ୍ଫୋରଣ। ଗତ କାଲି ପେଜର ବ୍ଲାଷ୍ଟରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦୦ରୁ ଅଧିକ ଆହତ ହୋଇଥିଲେ। ଲଗାତାର ବିସ୍ପୋରଣ ପରେ ଏବେ ଭୟରେ ଲେବାନନ୍‌ବାସୀ। ଏହି ଘଟଣା ପରେ ଚର୍ଚ୍ଚାରେ ଇସ୍ରାଏଲର ସିକ୍ରେଟ ୟୁନିଟ୍ 8200।  ଏହା ହେଉଛି ସେନାର ଇଣ୍ଟେଲିଜେନ୍ସ ୟୁନିଟ୍। 

ଏପର୍ଯ୍ୟନ୍ତ ଇସ୍ରାଏଲ ଏହି ଆକ୍ରମଣ ପରେ ବି ଚୁପ୍ ରହିଛି। ଏପରିକି ଇସ୍ରାଏଲ ସେନା କିମ୍ବା ପିଏମ୍ ଅଫିସ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। କିନ୍ତୁ ପାଶ୍ଚାତ୍ୟ ଦେଶ ଓ ଲେବାନନକୁ ସନ୍ଦେହ ରହିଛି ଏହା ପଛରେ ରହିଛି ଇସ୍ରାଏଲର ସିକ୍ରେଟ ୟୁନିଟର ହାତ।  ବିଶେଷଷଜ୍ଞଙ୍କ ମତରେ ୫୦୦ ପେଜର ଉପରେ ଏକାଠି ଆକ୍ରମଣ ହୋଇଛି। ତା ଭିତରେ ୩ ଗ୍ରାମ୍‌ର ବିସ୍ଫୋରକ ଥଲା। 8200 ର ସମ୍ପର୍କ ଇସ୍ରାଏଲ ସେନା ସହ ରହିଛି। ଏହାର ନେତୃତ୍ବ ମୋସାଦ ନେଉ ନାହିଁ। ଇଲୋକ୍ଟେ୍ରାନିକ୍ ଡିଭାଇସ୍‌ରେ କିଭଳି ବିସ୍ଫୋରକ ରଖିହେବ ତାକୁ ନେଇ ଦୀର୍ଘ ସମୟ ଧରି ଗବେଷଣା ଜାରି ରଖିଥିଲା। ସିକ୍ରେଟ ୟୁନିଟ 8200ର ମେମ୍ବର ସେନାର ସବୁଠାରୁ ଦକ୍ଷ କମାଣ୍ଡର। ଏହି ୟୁନିଟ୍‌ରେ ବିଶେଷ ଭାବରେ ଯୁବ ଓ ସ୍ବତନ୍ତ୍ର ଶ୍ରେଣୀର ସୈନିକ ରହିଥାନ୍ତି।  ଏହାର ଦାୟିତ୍ବ ହେଲା ଗୁଇନ୍ଦା ରିପୋର୍ଟ ଏକାଠି କରିବା। ୨୦୧୮ ରେ ଇସ୍ରାଏଲର ଏହି ୟୁନିଟ୍ ଇସଲାମିକ୍ ଷ୍ଟେଟ୍‌ର ଏକ ଏୟାର ଆଟାକ୍‌କୁ ନଷ୍ଟ କରିଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.