ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଟ୍ରମ୍ପଙ୍କ ଉପରେ ଗୁଳିମାଡ଼କୁ ନେଇ ମୁହଁ ଖୋଲିଲେ ଏଲନ୍‌ ମସ୍କ; 'ବାଇଡେନ ଓ କମଳା ହାରିସଙ୍କୁ କେହି ହତ୍ୟା କରିବାକୁ ଚେଷ୍ଟା କରୁନାହାନ୍ତି'

ନୂଆଦିଲ୍ଲୀ,୧୬/୦୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣି ଥରେ ହତ୍ୟା ଉଦ୍ୟମ ଘଟଣାର ପ୍ରତିକ୍ରିୟାରେ ବିଲିୟନେୟର ତଥା ଟେସଲା ମାଲିକ ଏଲନ୍ ମସ୍କ ଏକ ବିବାଦୀୟ ବୟାନ ଦେଇଛନ୍ତି। ମସ୍କ କହିଥିଲେ ଯେ, 'ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସଙ୍କ ଉପରେ କାହିଁକି ହତ୍ୟା ଉଦ୍ୟମ କରାଯାଉ ନାହିଁ? ରବିବାର ଦିନ ଯେତେବେଳେ ଫ୍ଲୋରିଡାର ଏକ ଗଲ୍ଫ କୋର୍ସ ବାହାରେ ଟ୍ରମ୍ପ ଗଲ୍ଫ ଖେଳୁଥିଲେ ସେତେବେଳେ ତାଙ୍କ ଉପରକୁ ଦ୍ୱିତୀୟଥର ପାଇଁ ହତ୍ୟା ଉଦ୍ୟମ କରାଯାଇଥିଲା। ତେବେ ତମାମ ମାମଲାକୁ ନେଇ ଏଫବିଆଇ ତଦନ୍ତ ଆରମ୍ଭ କରିଛି। ରିପବ୍ଲିକାନ୍ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ଅଭିଯାନ ଏବଂ ଆଇନ ପ୍ରଣୟନକାରୀ ସଂସ୍ଥା କହିଛନ୍ତି ଯେ ସେ ନିରାପଦରେ ଅଛନ୍ତି।

ତାମାମ ମାମଲାକୁ ନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି। ଜଣେ ଏକ୍ସ ବ୍ୟବହାରକାରୀ ପ୍ରଶ୍ନ କରିଛନ୍ତି ଯେ, 'ଡୋନାଲ୍ଡ ଟ୍ରମ୍ପଙ୍କୁ କାହିଁକି ହତ୍ୟା କରିବାକୁ ଜଣେ ଚାହୁଁଛି?' ଏହାର ଉତ୍ତରରେ ଟେସଲା ସିଇଓ ଲେଖିଛନ୍ତି, କେହି ବି ବାଇଡେନ ଓ କମଳା ହାରିସଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁନାହାଁନ୍ତି।' ଟେସଲା ଏବଂ ସ୍ପେସ୍ ଏକ୍ସର ମୁଖ୍ୟ ଟ୍ରମ୍ପଙ୍କ ଦୃଢ଼ ସମର୍ଥକ ଏବଂ ତାଙ୍କ ସପକ୍ଷରେ ଅନେକ ସମୟରେ ସେ ଅନେକ ପୋଷ୍ଟ ଲେଖିଛନ୍ତି। ସେପଟେ ଆମେରିକାର ସିକ୍ରେଟ୍ ସର୍ଭିସ ସ୍ପଷ୍ଟ କରିଛି ଯେ ଏହାର ଏଜେଣ୍ଟ ଟ୍ରମ୍ପଙ୍କ ଗଲ୍ଫ କୋର୍ସ ସୀମା ନିକଟରେ ବନ୍ଧୁକଧାରୀଙ୍କ ଉପରକୁ ଗୁଳି ଚଳାଇଥିଲେ ଏବଂ ଅଭିଯୁକ୍ତଠାରୁ ଏକ ଭିଡିଓ କ୍ୟାମେରା ସହିତ ଏକ 'AK-47 ରାଇଫଲ' ଜବତ କରାଯାଇଥିଲା।

ସ୍ଥାନୀୟ ସୁରକ୍ଷାକର୍ମୀଙ୍କ ସୂଚନା ମୁତାବକ ଯେଉଁଠାରୁ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା, ସେଠାରୁ ଏକ AK-47 ରାଇଫଲ ମିଳିଥିଲା। ' ପେନସିଲଭାନିଆରେ ଏକ ନିର୍ବାଚନ ରାଲିରେ ଟ୍ରମ୍ପଙ୍କ ଉପରକୁ ଗୁଳି ମାଡ଼ର ଘଟଣାର ଦୁଇ ମାସ ପରେ ଟ୍ରମ୍ପଙ୍କ ଉପରକୁ ଏହା ହେଉଛି ଦ୍ବିତୀୟ ହତ୍ୟା ଉଦ୍ୟମ। ପୂର୍ବ ଘଟଣାକୁ ନେଇ ହ୍ବାଇଟ ହାଉସ ଏକ ବିବୃତ୍ତି ଜାରି କରି କହିଛି ଯେ, ନଭେମ୍ବର ନିର୍ବାଚନରେ ଟ୍ରମ୍ପଙ୍କ ଡେମୋକ୍ରାଟିକ୍ ପ୍ରତିଦ୍ୱନ୍ଦ୍ୱୀ ଉଭୟ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମ ଦେଶରେ ରାଜନୈତିକ ହିଂସା କିମ୍ବା କୌଣସି ପ୍ରକାରର ହିଂସା ପାଇଁ ସ୍ଥାନ ନାହିଁ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.