ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଜିମ୍ବାୱେରେ ଭୟଙ୍କର ମରୁଡ଼ି, ୨ ଶହ ହାତୀଙ୍କୁ ମାରି ଲୋକଙ୍କୁ ମାଂସ ବାଣ୍ଟିବେ ସରକାର

ହରାରେ, ୧୮/୦୯ : ମରୁଡ଼ି କବଳରେ ଆଫ୍ରିକା ମହାଦେଶ । ଅଧିକାଂଶ ଦେଶରେ ଲୋକେ ଖାଇବାକୁ ନ ପାଇ ଛଟପଟ ହେଉଛନ୍ତି । କିଛି ଦେଶରେ ସ୍ଥିତି ଏତେ ଖରାପ ହୋଇଛି ଯେ ସରକାର ଜଙ୍ଗଲୀ ଜୀବଜନ୍ତୁ ମାରି ଖାଇବାକୁ ଆଦେଶନାମା ଜାରି କରିଛନ୍ତି । ପ୍ରଥମ ଆଫ୍ରିକୀୟ ଦେଶ ଭାବେ ନାମ୍ବିଆ ହାତୀ ମାରି ମାଂସ ଖାଇବାକୁ କହିଥିଲା । ସଦ୍ୟ ଘଟଣାରେ ଜିମ୍ବାୱେ ସରକାର ମଧ୍ୟ ସମାନ ନିଷ୍ପତ୍ତି ନେଇଛନ୍ତି । ଲୋକଙ୍କ ଭୋକ ଜ୍ୱାଳାକୁ ଶାନ୍ତ କରିବା ପାଇଁ ୨ ଶହ ହାତୀ ମାରି ତା’ର ମାଂସ ବାଣ୍ଟିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି । ଜିମ୍ବାୱେ ଓ ନାମ୍ବିଆ ଭଳି ଦେଶର ଲୋକମାନେ କିଛିଦିନ ହେଲା କ୍ଷୁଧା ମେଣ୍ଟାଇବା ପାଇଁ ଜଙ୍ଗଲରେ ପଶୁ ଶିକାର କରିଆସୁଛନ୍ତି । ଏବେ ଶିକାରୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି । 

ଜିମ୍ବାୱେ ଜନସଂଖ୍ୟାର ପ୍ରାୟ ଅଧା ବର୍ତ୍ତମାନ ମରୁଡ଼ି କବଳରେ ପଡ଼ି ଆର୍ତ୍ତ ଚିତ୍କାର କରୁଛନ୍ତି । ସେମାନଙ୍କ ପାଟିରେ ଦାନା ଦେବା ପାଇଁ ସରକାର ବି ନାଚାର । ତେଣୁ ଲୋକଙ୍କ ଜୀବନ ରକ୍ଷା ପାଇଁ ପଶୁଙ୍କ ଜୀବନ ନେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି ସରକାର । ଜିମ୍ବାୱେର ଉଦ୍ୟାନ ଓ ବନ୍ୟଜନ୍ତୁ ପ୍ରାଧିକରଣ ମୁଖପାତ୍ର ତିନ୍‌ଶେ ଫରାୱ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ସତ୍ୟ ବୋଲି ଦର୍ଶାଇଛନ୍ତି । କହିଛନ୍ତି, ୨ ଶହ ହାତୀଙ୍କୁ ମାରି ଲୋକଙ୍କୁ ମାଂସ ବାଣ୍ଟିବା ପାଇଁ ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ହ୍ୱାଙ୍ଗେ, ଏମ୍‌ବିରେ, ସୋଲୋସୋ ଏବଂ ଚିରେଜି ଜିଲ୍ଲାରେ ହାତୀ ଶିକାର କରାଯିବ । କାରଣ ଏଠାରେ ମରୁଡ଼ିର ପ୍ରଭାବ ମାତ୍ରାଧିକ ରହିଛି । ଲୋକେ ଭୋକରେ କଲବଲ ହୋଇ ମରୁଛନ୍ତି । ୧୯୮୮ ପରେ ପ୍ରଥମ ଥର ପାଇଁ ଏହିସବୁ ଜିଲ୍ଲାରେ ହାତୀ ମରାଯିବ । ତାଙ୍କ ମୁତାବକ, ଜିମ୍ବାୱେରେ ବର୍ତ୍ତମାନ ୮୪ ହଜାରରୁ ଅଧିକ ହାତୀ ରହିଛନ୍ତି । ଯେବେ କି ଦେଶ ୪୫ ହଜାର ହାତୀ ରଖିପାରିବା ଭଳି କ୍ଷମତା ରଖିଛି । ହାତୀ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବା ଯୋଗୁ ବି ଲୋକମାନେ ହଇରାଣ ହେଉଛନ୍ତି । ସେମାନେ ଜନବସତି ଆଡ଼କୁ ବହୁ ସଂଖ୍ୟାରେ ମାଡ଼ି ଆସି ଲୋକଙ୍କୁ ମାରୁଛନ୍ତି । ଏଠାରେ ହାତୀ-ମଣିଷ ସଂଘର୍ଷ ଏବେ ଚରମ ସୀମାରେ ପହଞ୍ଚିଛି । ତେଣୁ ହାତୀଙ୍କୁ ମାରିବା ପାଇଁ ନିଷ୍ପତ୍ତି ହୋଇଛି । 

ଉଲ୍ଲେଖଯୋଗ୍ୟ, ଗତମାସ ନାମ୍ବିଆରେ ୭ ଶହ ଜଙ୍ଗଲୀ ହାତୀ ମାରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଏ ପର୍ଯ୍ୟନ୍ତ ଦେଶରେ ୧୫୦ ହାତୀଙ୍କୁ ହତ୍ୟା କରାଯାଇ ୫୬ ହଜାର ୬୯୯ କିଲୋଗ୍ରାମ ମାଂସ ଲୋକଙ୍କୁ ବିତରଣ କରାଗଲାଣି । ମହିଳାମାନଙ୍କୁ ହାତୀ ମାଂସ ଶୁଖାଇ ଏହାକୁ ପ୍ୟାକେଟ୍‌ରେ ଭର୍ତ୍ତି କରି ବାଣ୍ଟିବା ଲାଗି ଦାୟିତ୍ୱ ଦିଆଯାଇଛି । ଯେଉଁ ଲୋକଙ୍କଠାରେ ପ୍ରୋଟିନ୍‌ର ଅଭାବ ରହିଛି, ସେମାନଙ୍କୁ ପ୍ରଥମେ ମାଂସ ଦେବା ଲାଗି କୁହାଯାଇଛି । ସୂଚନାଯୋଗ୍ୟ, ୫ଟି ଆଫ୍ରିକୀୟ ଦେଶ ଯଥା ଜିମ୍ବାୱେ, ଜାମ୍ବିଆ, ବୋତ୍ସ୍ୱାନା, ଆଙ୍ଗୋଲା ଏବଂ ନାମ୍ବିଆର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ବର୍ତ୍ତମାନ ୨ ଲକ୍ଷରୁ ଅଧିକ ହାତୀ ରହିଥିବା ଆକଳନ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.