ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମହାକାଶରେ ଫଶିଥିବା ସୁନୀତା ଓ୍ବିଲିୟମ ଖୋଲିଲେ ରହସ୍ୟ, କହିଲେ କାହାକୁ ସବୁଠାରୁ ଅଧିକ କରୁଛନ୍ତି ମିସ୍ ?

ନୂଆଦିଲ୍ଲୀ,୧୮।୯: ଭାରତୀୟ ବଂଶୋଦ୍ଭବ ନାସାର ମହାକାଶଯାତ୍ରୀ ସୁନିତା ଓ୍ବିଲିୟନ୍ସ ଗତ କିଛି ମାସ ହେବ ମହାକାଶରେ ଫଶି ରହିଛନ୍ତି। ତାଙ୍କ ସହ ବୁଚ୍ ଓ୍ବିଲମୋର ମଧ୍ୟ ଅଛନ୍ତି, ଦୁହେଁ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀକୁ ଫେରିବାର ଆଶା ରହିଛି। ଜୁନ୍ ପ୍ରଥମ ସପ୍ତାହରେ ସୁନିତା ଓ ଓ୍ବିଲମୋର ଏକ ସପ୍ତାହ ପାଇଁ ଯାଇଥିଲେ, କିନ୍ତୁ ମହାକାଶ ଯାନ ବୋଇଂ ଷ୍ଟାରଲାଇନରରେ ଟେକ୍ନିକାଲ ସମସ୍ୟା ଆସିବା ପରେ ଦୁହିଁଙ୍କ ଫେରିବାର ବାଟ ଏକ ପ୍ରକାର ବର୍ତ୍ତମାନ ପାଇଁ ବନ୍ଦ ହୋଇଯାଇଛି। ମହାକାଶରେ ଥିବା ସୁନିତା ଓ ଓ୍ବିଲମୋର ବିଭିନ୍ନ ପ୍ରକାର କାମ କରୁଛନ୍ତି। ସୁନିତା ଏହି ସମୟରେ ନିଜର ଦୁଇ କୁକୁର, ସାଙ୍ଗ ଓ ପରିବାରକୁ ଖୁବ୍ ମନେ ପକାଉଛନ୍ତି। ସେ ଏନେଇ ବହୁ ରାଜ୍ ଖୋଲିଛନ୍ତି। ସୁନିତା ମହାକାଶରେ କହିଛନ୍ତି, ମୋତେ ଜଣାଅଛି ସେମାନେ ମଧ୍ୟ ମୋତେ ଖୁବ୍ ମିସ୍ କରୁଥିଲେ, କିନ୍ତୁ ସେମାନେ ସବୁ ଜାଣନ୍ତି। ସମସ୍ତେ ଚାହୁଁଛନ୍ତି, ଆମେ ସ୍ପେସ୍‌ଏକ୍ସ କ୍ରୁ-୯ ସହ ଫେରିଯାଉ।’ 

ଉଲ୍ଲେଖନୀୟ ଯେ, ସୁନୀତା ଓ ଓ୍ବିଲମୋର ଏଲନ୍‌ ମସ୍କଙ୍କ ସ୍ପେସ୍‌ ଏକ୍ସର କ୍ରୁ-୯ ଜରିଆରେ ଫେବୃଆରୀ ୨୦୨୫ ରେ ପୃଥିବୀକୁ ଫେରି ପାରନ୍ତି। ସୁନିତା ଆହୁରି କହିଛନ୍ତି, ପୃଥିବୀ ଉପରେ ମୁଁ ଦୌଡୁଥାଏ କିମ୍ବା ଚାଲୁଥାଏ। ମୁଣ୍ଡରେ ବହୁତ କିଛି ଜିନିଷ ମଧ୍ୟ ଚାଲୁଥାଏ। ତଥାପି ମୁଁ ପୃଥିବୀରେ ରଖିବାକୁ ପସନ୍ଦ କରେ। ମୋତେ ନିଜର କୁକୁରଙ୍କୁ ସକାଳୁ ମର୍ଣ୍ଣିଂ ଓ୍ବାକ୍‌ରେ ନେଇକି ଯିବା ଖୁବ୍ ପସନ୍ଦ, ପକ୍ଷୀଙ୍କ ସ୍ବର ଶୁଣିବା ମୋର ବହୁତ ପସନ୍ଦ। ଏସବୁ ଜିନିଷକୁ ମୁଁ ଖୁବ୍ ମିସ୍ କରୁଛି। ’

ସୁନିତା ଏହା ମଧ୍ୟ କହିଛନ୍ତି ଯେ, କେବଳ ଏତିକି ନୁହେଁ ବହୁତ କିଛି ଜିନିଷକୁ ମୁଁ ଏଠାରେ ମିସ୍ କରୁଛି। ହେଲେ ଏବେ ସ୍ପେସ୍‌ ଷ୍ଟେସନ୍‌ରେ ଗୋଟିଏ ଜିନିଷ କରିବାକୁ ଖୁବ୍ ପସନ୍ଦ ଲାଗୁଛି, ତାହା ହେଲା ଜର୍ଣ୍ଣାଲିଂ। ଏହି କାମର ମୋର ଖୁବ୍ ପସନ୍ଦ। ସେ ସପ୍ତାହକର ରିକ୍ୟାପ୍ ଲେଖି ଓ ତା ପରେ ତାକୁ ତଳକୁ ଲୋକଙ୍କ ନିକଟକୁ ପଠାଉଛି। ସ୍ପେସ୍‌ ଷ୍ଟେସନ୍‌ରେ କିଭଳି କାମ କରିବା ମଜା ଓ କେତେ ୟୁନିକ୍ କାମ ଆମେ କରୁ ତାହା ସମସ୍ତେ ଜାଣିବା ଦରକାର। ପୃଥିବୀର ଜୀବନ ତୁଳନାରେ ଏହା ଖୁବ୍ ଅଲଗା ଓ ନୂଆ ଜିନିଷ ବିଷୟରେ ଭାବିବାକୁ ମଧ୍ୟ ବୁଦ୍ଧି ଆସେ। ସେଭଳି ଓ୍ବିଲମୋର ବୁଚ୍ ମଧ୍ୟ ମହାକାଶରୁ କହିଛନ୍ତି, ସେ ନିଜର ପିଲାଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ସମୟକୁ ଖୁବ୍ ମିସ୍ କରିବେ।ତାଙ୍କ ସାନ ଝିଅ ହାଇସ୍କୁଲର ଶେଷ ବର୍ଷରେ ପଢୁଛନ୍ତି, ସେଭଳି ବଡ଼ ଝିଅ କଲେଜରେ ପଢୁଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.