ପ୍ରମୂଖ ଖବର
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଦିଲ୍ଲୀରେ ବସିବ ଆପ୍‌ର ବିଧାୟକ ଦଳ ବୈଠକ, ନୂଆ ମୁଖ୍ୟମନ୍ତ୍ରୀ ନାଁ ଉପରେ ଲାଗିପାରେ ମୋହର: ଆଜି ଇସ୍ତଫା ଦେବେ କେଜରିୱାଲ

ନୂଆଦିଲ୍ଲୀ,୧୭/୦୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଇସ୍ତଫା ଦେବାକୁ ଘୋଷଣା କରିବା ପରେ ଜାତୀୟ ରାଜଧାନୀରେ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ପରବର୍ତ୍ତୀ  ମୁଖ୍ୟମନ୍ତ୍ରୀ କିଏ ହେବେ ତାହାକୁ ନେଇ  ଚର୍ଚ୍ଚା ଜାରି ଥିବାବେଳେ ନିଜ ଘୋଷଣା  ଅନୁସାରେ କେଜରିୱାଲ ମଙ୍ଗଳବାର ଇସ୍ତଫା ଦେବାକୁ ଯାଉଛନ୍ତି । ଏଥିପାଇଁ ସେ  ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ସମୟ  ମାଗିଥିଲେ । ଉପରାଜ୍ୟପାଳ ତାଙ୍କୁ ମଙ୍ଗଳବାର  ଅପରାହ୍ନ ସାଢ଼େ ୪ଟାରେ ଭେଟିବାକୁ ସମୟ  ଦେଇଛନ୍ତି । ଏହି ସମୟରେ ସେ ତାଙ୍କ  ଇସ୍ତଫା ପତ୍ର ଉପରାଜ୍ୟପାଳଙ୍କୁ ଦେଇପାରନ୍ତି । 

ଅନ୍ୟପକ୍ଷରେ ମଙ୍ଗଳବାର ପୂର୍ବାହ୍ନ  ସାଢ଼େ ୧୧ଟାରେ ଆମ୍‌ ଆଦମୀ ପାର୍ଟି(ଆପ୍‌) ର ବିଧାୟକ ଦଳ ବୈଠକ ବସିବ । ଏହି  ବୈଠକରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର  ଲାଗିପାରେ । ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ  ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ରାଘବ  ଚଢ଼ା କେଜରିୱାଲଙ୍କ ବାସଭବନରେ ପହଞ୍ଚି  ତାଙ୍କୁ ସାକ୍ଷାତ କରିଥିଲେ । ଦୁଇ ନେତାଙ୍କ  ମଧ୍ୟରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଚର୍ଚ୍ଚା ହୋଇଥିବା କୁହାଯାଉଛି । ଦିଲ୍ଲୀ ପରିବହନ ମନ୍ତ୍ରୀ  କୈଳାସ ଗେହଲଟ ଏବଂ ମନ୍ତ୍ରୀ ଗୋପାଳ ରାୟ  କେଜରିୱାଲଙ୍କ ଘରେ ପହଞ୍ଚିଥିଲେ । ଉଭୟେ  ଆପ୍‌ର ରାଜନୈତିକ ମାମଲା ଦେଖୁଥିବା  ପଲିଟିକାଲ ଆଫେୟାର୍ସ କମିଟି(ପିଏସି)  ବୈଠକରେ ଯୋଗ ଦେଇଥିଲେ । ସିସୋଦିଆ,  ସଞ୍ଜୟ ଶର୍ମା, ଆତିଶି, ଇମ୍‌ରାନ ହୁସୈନ,  ରାଘବ ଚଢ଼ା, ପଙ୍କଜ ଗୁପ୍ତା ପ୍ରମୁଖ ବୈଠକରେ  ଉପସ୍ଥିତ ଥିଲେ । ଏହି ବୈଠକରେ ନୂଆ  ମୁଖ୍ୟମନ୍ତ୍ରୀ ଚୟନ ସମେତ ଦଳର ଆଗାମୀ  ରଣନୀତି ଉପରେ ଆଲୋଚନା ହୋଇଛି । 

ଗତ ୧୩ ତାରିଖରେ କେଜରିୱାଲ ମଦ  ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ  ଜାମିନ ପାଇ ମୁକୁଳିବା ପରେ ଇସ୍ତଫା ଦେବା  ଲାଗି ଘୋଷଣା କରିଥିଲେ । ସୁପ୍ରିମକୋର୍ଟରୁ  ନ୍ୟାୟ ମିଳିଛି । ସେ ନିର୍ଦ୍ଦୋଷ ବୋଲି ଜନତା  କହିବା ପରେ ମୁଖ୍ୟମନ୍ତ୍ରୀ ଚୌକିରେ ବସିବେ  ବୋଲି କେଜରିୱାଲ କହିଥିଲେ । ତାଙ୍କ ଇସ୍ତଫା  ପରେ କୈଳାସ ଗେହଲଟ, ଗୋପାଳ ରାୟ,  ଆତିଶି କିମ୍ବା କେଜରିୱାଲଙ୍କ ସ୍ତ୍ରୀ ସୁନୀତା  କେଜରିୱାଲଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ  ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.