ପ୍ରମୂଖ ଖବର
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାଓ୍ବାରଙ୍କ ବଡ ବୟାନ, କହିଲେ ‘ମୁଁ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି’...

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଆଗମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ଆଉ ଏହାରି ମଧ୍ୟରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାର ଏକ ବଡ଼ ବିବୃତ୍ତି ଦେଇଛନ୍ତି । ପ୍ରଥମ ଥର ପାଇଁ ନିଜର ନୀରବତା ଭାଙ୍ଗି ସେ କହିଛନ୍ତି ଯେ, ସେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ବହୁତ ଆଗ୍ରହୀ ଅଛନ୍ତି । 

ଆଇଏଏନ୍ଏସ୍ ରିପୋର୍ଟ ଅନୁଯାୟୀ, ପୁଣେରେ ଗଣପତି ମନ୍ଦିରରେ ପୂଜା କରିବା ପରେ ଗଣମାଧ୍ୟମ ସହ ଆଲୋଚନା କରି ଅଜିତ ପାୱାର କହିଛନ୍ତି ଯେ, ସମସ୍ତେ ଚାହାନ୍ତି ଯେ ସେମାନଙ୍କ ନେତା ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ଯେତେବେଳେ ମୁଁ ଏହା କହୁଛି, ମୁଁ ମଧ୍ୟ ଏଥିରେ ସାମିଲ କିନ୍ତୁ ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ପଡିବ । ସମସ୍ତଙ୍କର ଇଚ୍ଛା ପୂରଣ ହୁଏ ନାହିଁ ।

ପାୱାର ଆହୁରି ମଧ୍ୟ କହିଛନ୍ତି,“ସମସ୍ତଙ୍କର ମତ ଏବଂ ଇଚ୍ଛା ଅଛି,କିନ୍ତୁ ସମସ୍ତେ ଯାହା ଚାହାଁନ୍ତି ତାହା ପାଆନ୍ତି ନାହିଁ। କିନ୍ତୁ ଏଥିପାଇଁ ଡକ୍ଟର ବାବାସାହେବ ଆମ୍ବେଦକର ଭୋଟ୍ ଦେବାର ଅଧିକାର ଦେଇଛନ୍ତି ଏବଂ ଏହା ଭୋଟରଙ୍କ ହାତରେ। ଏଥିପାଇଁ ୨୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ୧୪୫ ସଂଖ୍ୟାରେ ପହଞ୍ଚିବା ମଧ୍ୟ ଜରୁରୀ । 

ଏଥିସହ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିଜେପି, ଶିବ ଶିବସେନା ଏବଂ ଏନସିପିର ମହାମେଣ୍ଟ ରାଜ୍ୟ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ସେ କହିଛନ୍ତି, “ଆମେ ସମସ୍ତେ ମହାମେଣ୍ଟ ସରକାରକୁ କ୍ଷମତାକୁ ଫେରାଇ ଆଣିବାକୁ ଚେଷ୍ଟା କରୁଛୁ । ମହାମେଣ୍ଟ ସରକାର ଗଠନ ପରେ ଆମେ ସମସ୍ତେ ଏକାଠି ବସି ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ନିଷ୍ପତ୍ତି ନେବୁ।

ନିକଟରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏନସିପି କର୍ମୀମାନେ ଅଜିତ ପାୱାରଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ପୋଷ୍ଟର ଲଗାଇଥିଲେ, ଯାହା ପରେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଆହୁରି ବଢିଥିଲା। ଏଥି ସହ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ବିଜେପିର ସଂସଦୀୟ ବୋର୍ଡ ମୁଖ୍ୟମନ୍ତ୍ରୀ ପଦ ଉପରେ ନିଷ୍ପତ୍ତି ନେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.