ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସୁନା ଖଣି ଖନନକୁ ନେଇ ପପୁଆ ନ୍ୟୁ ଗିନିରେ ଗୋଷ୍ଠୀ ସଂଘର୍ଷ; ୩୦ ମୃତ, ଶତାଧିକ ମହିଳା ଓ ଶିଶୁ ବାସହରା

ନୂଆଦିଲ୍ଲୀ, ୧୬।୯: ପ୍ରଶାନ୍ତ ମହାସାଗରୀୟ ଦେଶ ପପୁଆ ନ୍ୟୁ ଗିନିରେ ହିଂସାକାଣ୍ଡ । ଏଙ୍ଗା ପ୍ରାନ୍ତର ପାହାଡ଼ିଆ ଅଞ୍ଚଳରେ ଶତାଧିକ ଆଦିବାସୀ ସମୂଦାୟଙ୍କ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ ହୋଇଥିବା ସୂଚନା । ଏହି ହିଂସାକାଣ୍ଡରେ ୩୦ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଏକାଧିକ ଆହତ ହୋଇଥିବା ଜଣାପଡ଼ିଛି । ହିଂସାକାଣ୍ଡରେ ଘର ପୋଡ଼ି ଦେବାରୁ ଶତାଧିକ ମହିଳା ଓ ଛୋଟ ପିଲା ବାସହରା ହୋଇଛନ୍ତି । 

ଦ ଡେଲି ଷ୍ଟାରର ରିପୋର୍ଟ ଅନୁଯାୟୀ, ଆଦିବାସୀଙ୍କ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ଅଗଷ୍ଟ ମାସରେ ବେଆଇନ ଖଣି ଖନନକୁ ନେଇ ଆରମ୍ଭ ହୋଇଛି । ପୋରଗେରା ଘାଟି ପାପୁଆ ନ୍ୟୁଗିନିର ସବୁଠୁ ବଡ଼ ସୁନା ଭଣ୍ଡାର ମଧ୍ୟରୁ ଗୋଟିଏ । ପାରଗେରା ଘାଟିଠାରେ ପ୍ରଥମେ ଗୋଟିଏ ଆଦିବାସୀ ସମ୍ପ୍ରଦାୟ ଅନ୍ୟ ଏକ ଆଦିବାସୀ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଯାହା ପରେ ହିଂସା ଭୟଙ୍କର ରୂପ ଧାରଣ କରିଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ରବିବାର ୩୦୦ ଗୁଳି ଚାଳନା ହୋଇଥିଲା । ଯେଉଁଥିରେ ୩୦ ଜଣ ପ୍ରାଣ ହରାଇଥିଲେ । ଏହି ହିଂସାକାଣ୍ଡରେ ୨ ବରିଷ୍ଠ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି ଲଢ଼େଇ ଗତ ୪ ବର୍ଷ ହେଲା ଲାଗି ରହିଥିବା କୁହାଯାଉଛି । ସୁନା ଖଣିରୁ ଆରମ୍ଭ ହୋଇଥିଲା ଏହି ବିବାଦ । ବେଆଇନ ଖନନକାର୍ଯ୍ୟ କରୁଥିବା ଅବୈଧ ପ୍ରବାସୀଙ୍କ ପ୍ରବେଶକୁ ନେଇ ଏହି ବିବାଦ ଉପୁଜିଛି । ଏମାନେ ସ୍ଥାନୀୟ ଆଦିବାସୀ ସମୁଦାୟଙ୍କୁ ଭୟଭୀତ କରିବା ଲାଗି ଏଭଳି ହିଂସା କାର୍ଯ୍ୟ କରୁଥିବା କୁହାଯାଉଛି ।

ଖାଦାନର ନିକଟରେ ରହୁଥିବା ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀ ଉପରେ ଆକ୍ରମଣ କରିଦେଇଥିଲା । ଅପରାଧିକତ୍ତ୍ୱ ପୂରା ସହରକୁ କବଜା କରିନେଇଛନ୍ତି । ପୋର୍ଗାରା ସମୁଦାୟ ସୁନା ଖଣିରେ ଉତ୍ତୋଳନ ଉପରେ ରୋକ୍ ଲଗାଇଛନ୍ତି । ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳରେ ୧୨୨ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି । ଯେଉଁଥିରେ ମୋବାଇଲ୍ ୟୁନିଟ୍ ଏବଂ ପିଏନଜି ସୁରକ୍ଷାବଳର ଯବାନ ସାମିଲ ରହିଛନ୍ତି । ଏହି ଗୋଷ୍ଠୀ ସଂଘର୍ଷ ପରେ ମଦ ଉପରେ ପ୍ରତିବନ୍ଧକ ଲଗାଯାଇଥିବା ବେଳେ ଏଙ୍ଗା ପ୍ରାନ୍ତରେ କର୍ଫ୍ୟୁ ଜାରି କରାଯାଇଛି । ସ୍ଥାନୀୟ ଆଇନଜୀବୀ ଏବଂ ଆଦିବାସୀ ସମ୍ପ୍ରଦାୟ ନେତା ଲୋକିସ୍ ରୁଇଙ୍ଗ କହିଛନ୍ତି, ହିଂସାକାରୀଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ପୋଲିସ ଏବଂ ସୁରକ୍ଷାବଳ ସଂଖ୍ୟା ରହିଛି । ତେଣୁ ହିଂସା ରୋକିବାକୁ ସେମାନେ ସମର୍ଥନ ନୁହନ୍ତି । ତେଣୁ ଅଧିକରୁ ଅଧିକ ସେନା ମୁତୟନ କରିବାକୁ ସେ ସରକାରଙ୍କ ନିବେଦନ କରିଛନ୍ତି । ତେବେ ପୂର୍ବରୁ ମଧ୍ୟ ପାପୁଆ ନ୍ୟୁ ଗିନିର ପାର୍ବତ୍ୟ ଅଞ୍ଚଳରେ ଆଦିବାସୀ ସମୁଦାୟଙ୍କ ମଧ୍ୟରେ ଏଭଳି ସଂଘର୍ଷ ଦେଖାଯାଏ । କିନ୍ତୁ, ବର୍ତ୍ତମାନ ବହୁ ପରିମାଣରେ ଆଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ପାଇଁ ଏହି ସଂଘର୍ଷ ଦିନକୁ ଦିନ ଘାତକ ସାଜୁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.