ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ୟୁକ୍ରେନ୍‌ର ‘କୁର୍ସକ’ ଆକ୍ରମଣ ଯୋଜନା ସଂପର୍କରେ ଜାଣିଥିଲା ଋଷ: ରିପୋର୍ଟ

ନୂଆଦିଲ୍ଲୀ: ୟୁକ୍ରେନର କୁର୍ସକ ଆକ୍ରମଣ ଯୋଜନା ସଂପର୍କରେ ଜାଣିଥିଲା ଋଷିଆ । ଏପରିକି ଏହାକୁ ପ୍ରତିହତ କରିବା ଲାଗି ପୁଟିନ୍‌ ସରକାର ଯୋଜନା ମଧ୍ୟ କରିଥିଲେ । ୟୁକ୍ରେନୀୟ ସେନା ଦ୍ବାରା ଜବତ ହୋଇଥିବା ଋଷିଆର କିଛି ଦସ୍ତାବିଜ୍‌ରୁ ଏନେଇ ଖୁଲାସା ହୋଇଛି । ଏହି ଦସ୍ତାବିଜକୁ ନେଇ ‘ଦ ଗାର୍ଡିଆନ୍‌’ରେ ରିପୋର୍ଟ ପ୍ରକାଶ ପାଇଛି ଯେ, ୟୁକ୍ରେନ ଯୁଦ୍ଧରେ ସୈନିକଙ୍କ ମନୋବଳ ଦୁର୍ବଳ ହେବାକୁ ନେଇ ଋଷିଆ ଚିନ୍ତାରେ ରହିଛି । 

ଋଷର ସୈନିକ ଅଧିକ ଦିନ ଯୁଦ୍ଧରେ ନିୟୋଜିତ ହେବା ପରେ ଆତ୍ମହତ୍ୟା କରିଥିଲେ । ଏନେଇ ଖବର ପ୍ରକାଶ ପାଇବା ପରେ ଋଷ ସୈନିକଙ୍କ ମନୋବଳ ଆହୁରି ଭାଙ୍ଗିପଡ଼ିଥିଲା । ତେଣୁ ଋଷ ସରକାର ନିଜର ସୈନିକଙ୍କୁ ଅଧିକରୁ ଅଧିକ ଦେଶ ସପକ୍ଷରେ ଖବର ପ୍ରସାରଣ କରୁଥିବା ନ୍ୟୁଜ ଚ୍ୟାନେଲ ଦେଖିବାକୁ  ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ବାରା ସୈନିକଙ୍କ ମନୋବଳ ବଢ଼ାଇବାକୁ ଉଦ୍ୟମ କରିଥିଲା ଋଷ । ତେବେ କୁର୍ସକ କ୍ଷେତ୍ରର ପରିତ୍ୟକ୍ତ ଅଞ୍ଚଳରୁ ଏହି ଦସ୍ତାବିଜ ପାଇଥିବା ନେଇ ୟୁକ୍ରେନ ସେନା ଦାବି କରିଛି । ସେପଟେ ଡକ୍ୟୁମେଣ୍ଟର ସତ୍ୟାସତ୍ୟ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ନଥିବା ଦ ଗାର୍ଡିଆନ୍‌ରେ ଉଲ୍ଲେଖ କରାଯାଇଛି । କିନ୍ତୁ ଏହି ଦସ୍ତାବିଜ ଉପରେ ଋଷ ସେନାର ହଲମାର୍କ ରହିଛି । 

ୟୁକ୍ରେନ ସେନା ପାଇଥିବା ଏହି ଦସ୍ତାବିଜ ଋଷିଆର ଗୃହ ମନ୍ତ୍ରାଳୟ ଏବଂ ଗୁଇନ୍ଦା ଏଜେନ୍ସି ଏଫଏସବିର ବୋଲି କୁହାଯାଉଛି । ୟୁକ୍ରେନ୍ କୁର୍ସକ ଉପରେ ଆକ୍ରମଣ କରିବାର ମାତ୍ର ୬ ମାସ ପୂର୍ବରୁ ଏହି ଡକ୍ୟୁମେଣ୍ଟ ଲେଖା ହୋଇଥିବା ଜଣାପଡିଛି ।  ଜାନୁଆରୀ ୪ ତାରିଖ ଲେଖାଥିବା ଏକ ଦସ୍ତାବିଜ୍‌ରେ ଋଷ ସୀମା ଭିତରେ ୟୁକ୍ରେନ ସେନା ଦ୍ବାରା ଆକ୍ରମଣ ହେବା ନେଇ ଉଲ୍ଲେଖ ରହିଛି । ଆଉ ଏଥିପାଇଁ ଉପଯୁକ୍ତ ପ୍ରଶିକ୍ଷଣ ସହ ସମ୍ଭାବ୍ୟ ଆକ୍ରମଣକୁ ପ୍ରତିହତ ଲାଗି ପ୍ରସ୍ତୁତ ରହିବାକୁ ନିଜର ସେନାକୁ ନିର୍ଦ୍ଦେଶ ଦେଇଥିଲା ମସ୍କୋ । ଏହା ବ୍ୟତୀତ ସୁମି କ୍ଷେତ୍ରରେ ୫୦ କିଲୋମିଟର ପର୍ଯ୍ୟନ୍ତ ୟୁକ୍ରେନ ସେନା ପଶିଆସିବ ବୋଲି ଋୁଷ ସେନା ଜାଣିଥିଲା ।  ସେପଟେ ୟୁକ୍ରେନ୍‌ର ସୀମା ପାର ଆକ୍ରମଣକୁ ପଣ୍ଡ କରିବା ଲାଗି ସଜାଗ ରହିବାକୁ ଋଷ ସେନାକୁ ମଧ୍ୟ ନିର୍ଦ୍ଦେଶ ମିଳିଥିଲା ବୋଲି ଡକ୍ୟୁମେଣ୍ଟରୁ ଜଣାପଡ଼ିଛି । 

  • Russia
  • Ukraine
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.