ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ଇସ୍ରାଏଲ ସୈନିକଙ୍କ ବର୍ବରତାର ଭିଡ଼ିଓ ଭାଇରାଲ , ମୃତଦେହକୁ ଗୋଇଠା ମାରି ଛାତରୁ ତଳକୁ ପକାଇଲେ

ନୂଆଦିଲ୍ଲୀ : ୱେଷ୍ଟ ବ୍ୟାଙ୍କ୍‌ର କବାତିଆ ସହରରେ ଇସ୍ରାଏଲର ହମଲାରେ ଅତି କମ୍‌ରେ ୭ଜଣ ଫଲିସ୍ତିନିଙ୍କ ମୃତ୍ୟୁ ହୋଇଛି। ଏହି ମଧ୍ୟରେ ଇସ୍ରାଏଲୀୟ ସେନାର ଭିଡ଼ିଓ ଫୁଟେଜ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ସୈନିକମାନେ ଏକ ଛାତରୁ ମୃତଦେହକୁ ତଳକୁ ପକାଉ ଥିବାର ନଜର ଆସୁଛି। ଫିଲିସ୍ତିନ ଏହି ଭିଡ଼ିଓରେ ପ୍ରତିକ୍ରିୟା ଦେଇ ଏହାକୁ ଅତି କ୍ରୁରତା ଭାବେ କହିଛି। 

ଏକ୍ସରେ ଏକ ପୋଷ୍ଟରେ ଫିଲିସ୍ତିନ ବିଦେଶ ମନ୍ତ୍ରଣାଳୟ ଏହି ହରକତକୁ ଏକ ଅପରାଧ ଭାବେ ଦର୍ଶାଇଛି , ଯାହା ଇସ୍ରାଏଲ ସେନାର କ୍ରୁରତାକୁ ଜାଗ୍ରତ କରୁଛି। ବିଦେଶ ମନ୍ତ୍ରୀ ଶୁକ୍ରବାର କହିଛନ୍ତି କି, ଇସ୍ରାଏଲୀୟ ସେନା ପ୍ରଥମେ ତାଙ୍କୁ ଛାତ ଉପରେ ଗୁଳି କରିଥିଲେ, ଏହାପରେ ବିଲ୍ଡିଂରୁ ୩ଜଣଙ୍କୁ ତଳକୁ ପକାଇ ଥିଲେ। ପରେ ଏକ ସେନା ବୁଲଡୋଜର ସେହି ମୃତଦେହକୁ ନେଇ ଯାଇ ଥିଲା। 

ଅଲ୍ ଜଜିରା ଅନୁସାରେ, ମିଳିଥିବା ଭିଡ଼ିଓ ଫୁଟେଜ୍‌ରେ ସୈନିକମାନେ ଏକ ବିଲ୍ଡିଂର ଛାତରୁ ସ୍ପଷ୍ଟ ରୂପେ ଠେଲିବାର ଦେଖିବାକୁ ମିଳୁଛି। ଏହା ପୂର୍ବରୁ ସେମାନେ ଏହି ସ୍ଥାନକୁ ଘେରି ଯାଇ ଥିଲେ ଏବଂ ଆଣ୍ଟିଟ୍ୟାଙ୍କ୍ ରାଇଫଲ ଗ୍ରେନେଡ୍‌ରେ ହମଲା କରିଥିଲେ। ଜଣେ ସୈନିକଙ୍କୁ ସ୍ପଷ୍ଟ ରୂପେ ଏକ ମୃତଦେହକୁ ସେପର୍ଯ୍ୟନ୍ତ ଗୋଇଠା ମାରିବାର ଦେଖିବାକୁ ମିଳୁଛି, ଯେପର୍ଯ୍ୟନ୍ତ ମୃତଦେହଟି ତଳକୁ ଖସି ପଡ଼ି ନାହିଁ।

ଫିଲିସ୍ତିନୀ ଅଧିକାରୀ ମୁସ୍ତଫା ବରଘୌତି କହିଛନ୍ତି କି, ଫୁଟେଜ୍‌ରେ ଦେଖାଯାଉ ଥିବା ବ୍ୟବହାର ବର୍ବରତା ପୂର୍ଣ୍ଣ ଓ ଅମାନବୀୟ। ଉଲ୍ଲେଖନୀୟ ଯେ , ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ,ସୈନିକଙ୍କୁ ଏହା ସ୍ପଷ୍ଟ କରିବା ଉଚିତ ଯେ, ଶତ୍ରୁପକ୍ଷର ମୃତଦେହ ସହ ଶାଳୀନତାର ସହ ବ୍ୟବହାର କରାଯାଉ।

ଅନ୍ୟପଟେ , ଇସ୍ରାଏଲୀୟ ସେନାର ଦାବି କି , ସେମାନେ ସଂଘର୍ଷ ବେଳେ ୪ ଜଣ ଫିଲିସ୍ତିନି ବନ୍ଧୁକଧାରୀଙ୍କୁ ମାରିଛନ୍ତି । ସେନା ଏହି ଭିଡ଼ିଓକୁ ନେଇ କହିଛି କି ଏହାର ଯାଞ୍ଚ ଚାଲିଛି। 

ସୂଚନା ଯେ, ୭ ଅକ୍ଟୋବରରୁ ନେଇ ବର୍ତ୍ତମାନ ସୁଦ୍ଧା ୱେଷ୍ଟବ୍ୟାଙ୍କରେ ୬୦୦ରୁ ଅଧିକ ଫିଲିସ୍ତିନୀଙ୍କୁ ହତ୍ୟା କରାଯାଇ ସାରିଛି।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.