ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ପେଜର-ଓ୍ବାକି ଟକି ବିସ୍ଫୋରଣର ପ୍ରତିଶୋଧ ନେଲା ହିଜବୁଲ୍, ଇସ୍ରାଏଲ ଉପରେ ମାଡ କଲା ୧୪୦ ରକେଟ…

ନୂଆଦିଲ୍ଲୀ: ଲେବାନାନର ରାଜଧାନୀରେ ଗତ ଦୁଇ ଦିନ ମଧ୍ୟରେ ପ୍ରଥମେ ପେଜର ଏବଂ ପରେ ଓ୍ବାକି ଟକିରେ ବିସ୍ଫୋରଣ ପରେ ହିଜବୁଲ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଲଜାଜିରା ରିପୋର୍ଟ ଅନୁଯାୟୀ, ହିଜବୁଲ ଆଜି (ଶୁକ୍ରବାର) ଉତ୍ତର ଇସ୍ରାଏଲରେ ୧୪୦ ରକେଟ ମାଡ କରିଛି । ହିଜବୁଲ ନେତା ହାସନ ନାସରାଲ୍ଲା ଏହି ବିସ୍ଫୋରଣ ପାଇଁ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ପ୍ରତିଜ୍ଞା କରିବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି। ଇସ୍ରାଏଲ୍ ସେନା ଏବଂ ଆତଙ୍କବାଦୀ ଗୋଷ୍ଠୀ ଏହି ସୂଚନା ଦେଇଛନ୍ତି । ଇସ୍ରାଏଲ ସେନା କହିଛି ଯେ ଶୁକ୍ରବାର ଅପରାହ୍ନରେ ଲେବାନନ ସୀମାବର୍ତ୍ତୀ ଅଂଚଳରେ ଟାର୍ଗେଟ କରାଯାଇଥିଲା ।

ଅଲ ଜଜିରା ରିପୋର୍ଟ ଅନୁଯାୟୀ, ହିଜବୁଲ କହିଛି ଯେ, ଏହା ପ୍ରଥମ ଥର ପାଇଁ ଆକ୍ରମଣ କରିଛି, ଏଥିରେ ଅନେକ ବାୟୁ ପ୍ରତିରକ୍ଷା ବେସ ଏବଂ ଇସ୍ରାଏଲର ସଶସ୍ତ୍ର ବ୍ରିଗେଡର ମୁଖ୍ୟାଳୟ ସମେତ ଅନେକ ସ୍ଥାନକୁ ଟାର୍ଗେଟ କରାଯାଇଛି ।

ଇସ୍ରାଏଲ୍ ସେନା ଦାବି କରିଛି ଯେ ହିଜବୁଲ ପକ୍ଷରୁ ହୋଇଥିବା ରକେଟ ମାଡରେ କୌଣସି ମୃତାହତ ହୋଇନାହାଁନ୍ତି । ଆଇଡିଏଫ୍ କହିଛି, ରକେଟ ମାଡ ପାଇଁ ହୋଇଥିବା ବର୍ଜ୍ୟବସ୍ତୁ ଯୋଗୁଁ ଘଟିଥିବା ନିଆଁ ଲିଭାଇବା ପାଇଁ ଦେଶର ସେନା କାର୍ଯ୍ୟ କରୁଛି।

ତେବେ ପୂର୍ବରୁ, ଲେବାନନର ବେରୁଟରେ ପେଜର୍ ଏବଂ ୱାକି-ଟକିରେ ବିସ୍ଫୋରଣ ହେତୁ ଅନେକ ଲୋକ ପ୍ରାଣ ହରାଇଥିଲେ, ଯାହା ପରେ ହିଜବୁଲ୍ ମୁଖ୍ୟ ଲେବାନନ୍ ଲୋକଙ୍କୁ ସମ୍ବୋଧିତ କରିଥିଲେ । ହିଜବୁଲ ମୁଖ୍ୟଙ୍କ ଭାଷଣ ସମାପ୍ତ ହେବା ମାତ୍ରେ ଇସ୍ରାଏଲ ପୁଣିଥରେ ହିଜବୁଲ ସ୍ଥିତିକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ ଆରମ୍ଭ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.