ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସୁନୀତାଙ୍କୁ ଆଣିବାକୁ ଯାଉଥିବା ସ୍ପେସକ୍ରାଫ୍ଟକୁ ନେଇ ଆସିଲା ଅପଡେଟ୍ , କ୍ରୁ-୯ କେବେ ଯିବ କହିଲା ନାସା ...

ନୂଆଦିଲ୍ଲୀ - ଭାରତୀୟ ବଂଶୋଦ୍ଭବ ନାସାର ଆଷ୍ଟ୍ରୋନାଟ୍ ସୁନୀତା ୱିଲିୟମ୍ସ ଏହି ସମୟରେ ଖୁବ୍‌ ଚର୍ଚ୍ଚାରେ। ସେ ଆଉ ଜଣେ ଆଷ୍ଟ୍ରୋନାଟ୍‌ ବୁଚ୍‌ ୱିଲମୋରଙ୍କ ସହ ମହାକାଶରେ ଫସି ରହିଛନ୍ତି। ସୁନୀତା ଓ ୱିଲମୋର ଜୁନ୍‌ ପୂର୍ବ ସପ୍ତାହରେ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନକୁ ଯାଇ ଥିଲେ, କିନ୍ତୁ ବୋଇଂ ଷ୍ଟାରଲାଇନରରେ ସମସ୍ୟା ଆସିବା କାରଣରୁ ଏବେ ଉଭୟ ସ୍ପେସ୍ଏକ୍ସ କ୍ରୁ-୯ ସ୍ପେସ୍‌କ୍ରାଫ୍ଟ ମାଧ୍ୟମରେ ଆଗାମୀ ବର୍ଷ ଜାନୁୟାରୀରେ ଫେରି ଆସିବେ। ଏହି ମିଶନ ପାଇଁ ମହାକାଶକୁ ଯାଉଥିବା କ୍ରୁ-୯କୁ ନେଇ ବଡ଼ ଅପଡେଟ୍‌ ଆସିଛି। 

କ୍ରୁ-୯କୁ ପ୍ରଥମେ ୨୫ ସେପ୍ଟେମ୍ୱରରେ ସ୍ପେସ୍ ପାଇଁ ଲଞ୍ଚ କରାଯିବାର ଥିଲା , କିନ୍ତୁ ଏବେ ଏଥିରେ ଗୋଟିଏ ଦିନର ବିଳମ୍ୱ ହୋଇଛି। ଏବେ ଏହାର ଲଞ୍ଚିଂ ୨୫ ସେପ୍ଟେମ୍ୱର ନୁହେଁ ବରଂ ୨୬ ସେପ୍ଟେମ୍ୱରରେ ହେବ। ହେଲେ ଏଥିରେ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କର ପୃଥିବୀକୁ ଫେରିବା ନେଇ ବର୍ତ୍ତମାନ କୌଣସି ପ୍ରଭାବ ନାହିଁ , କାରଣ ଦୁହେଁ ଆଗାମୀ ବର୍ଷ ଫେବ୍ରୁଆରୀରେ ଏହି ସ୍ପେସ୍‌କ୍ରାଫ୍ଟରେ ଫେରିବେ। 

ନାସା କମର୍ସିଆଲ କ୍ରୁ ଏକ୍ସରେ ପୋଷ୍ଟ କରିଛନ୍ତି , ନାସା ଓ ସ୍ପେସ୍‌ଏକ୍ସ ସ୍ପେସ୍‌ ଷ୍ଟେସନ ପାଇଁ କ୍ରୁ-୯ର ଲଞ୍ଚିଂର ତାରିଖକୁ ୨୬ସେପ୍ଟେମ୍ୱର ପୂର୍ବରୁ ଟାର୍ଗେଟ୍‌ କରୁନାହିଁ । ଏହାସହ ୨୭ ଓ ୨୮ ସେପ୍ଟେମ୍ୱରକୁ ବ୍ୟାକଅପ୍‌ ଡେଟ୍ସ ଭାବେ ମଧ୍ୟ ରଖାଯାଇଛି। ମିଳିତ ଟିମ୍‌ କେପ୍‌ କାନଭେରଲ ସ୍ପେସ୍‌ ଫୋର୍ସ ଷ୍ଟେସନରେ ସ୍ପେସ ଲଞ୍ଚ କମ୍ପ୍ଲେକ୍ସ ୪୦ରୁ ଲଞ୍ଚ ପୂର୍ବରୁ ପ୍ରିଲଞ୍ଚ୍ ଅପରେସନ ଓ ହାର୍ଡୱେୟର ପ୍ରୋସେସିଂ ମାଧ୍ୟମରେ ନିଜ କାମ ଜାରି ରଖିବ। ଏହା ବ୍ୟତୀତ ଲିଫ୍ଟ ଅଫ୍‌ ପୂର୍ବରୁ ପାଗର ଅନୁଧ୍ୟାନ ବି କରିବ। କେନେଡି ସ୍ପେସ୍‌ ସେଣ୍ଟରରେ ଚାଳକ ଦଳ ( କ୍ରୁ ମେମ୍ୱର) ର ଆଗମନ ଏବେ ୨୧ସେପ୍ଟେମ୍ୱର ପାଇଁ ନିର୍ଦ୍ଧାରିତ ରହିଛି। 


କହି ରଖୁଛୁ କି , ଏହା ପୂର୍ବରୁ ନାସା କ୍ରୁ-୯ ମିଶନର ଲଞ୍ଚିଂ ପାଇଁ ୨୫ ସେପ୍ଟେମ୍ୱରର ତାରିଖ ସ୍ଥିର କରିଥିଲା। ଏବେ ଏହା ୨୬ ସେପ୍ଟେମ୍ୱର କରି ଦିଆ ଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.