ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ସ୍ପେସ୍‌ଏକ୍ସର ମିଶନ ସଫଳ, ପୃଥିବୀକୁ ଫେରିଲେ ପୋଲାରିସ୍‌ ଡନ୍‌ କ୍ରୁ’ର ୪ ମହାକାଶଚାରୀ

ଫ୍ଲୋରିଡା ୧୬/୦୯: ୪୦ରୁ ଊଦ୍ଧ୍ୱର୍ ପରୀକ୍ଷଣ, ସ୍ପେସ୍‌ୱାକ ପରେ ସଫଳତାର ସହ ରବିବାର ପୃଥିବୀକୁ ଫେରିଛନ୍ତି ସ୍ପେସ୍‌ଏକ୍ସର ପୋଲାରିସ୍‌ ଡନ୍‌ କ୍ରୁ’ର ୪ ମହାକାଶଚାରୀ । ଅପରାହ୍ନ ପ୍ରାୟ ୧ଟା ୬ରେ ସ୍ପେସ୍‌କ୍ରାଫ୍ଟଟି ଫ୍ଲୋରିଡାର ଡ୍ରାଇ ଟୋର୍ଟୁଗାସ୍‌ କୋଷ୍ଟରେ ଅବତରଣ କରିଥିଲା । ଏଲନ୍‌ ମସ୍କଙ୍କ କମ୍ପାନୀର ଫାଲ୍‌କନ-୯ ରକେଟରୁ ପୋଲାରିସ୍‌ ଡନ୍‌ ମିଶନକୁ ଗତ ୧୦ ତାରିଖରେ ଲଞ୍ଚ୍‌ କରାଯାଇଥିଲା । ଏଥିରେ ୪ ମହାକାଶଚାରୀ ୫ ଦିନିଆ ସ୍ପେସ୍‌ ମିଶନରେ ଯାଇଥିଲେ । ସେମାନେ ଯାଇଥିବା ଅର୍ବିଟ (୧,୪୦୮.୧ କିମି)କୁ ୫୦ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲା କୌଣସି ମହାକାଶଚାରୀ ଯାଇ ନ ଥିଲେ । 

ଏହି ମିଶନର ଉଦ୍ଦେଶ୍ୟ ଥିଲା ପ୍ରଥମ ପ୍ରାଇଭେଟ ଏକ୍ସଟ୍ରା ଭେହିକୁଲାର ଆକ୍ଟିଭିଟି ବା ସ୍ପେସ୍‌ୱାକ୍‌ । ଏଥିସହ ମଣିଷର ସ୍ୱାସ୍ଥ୍ୟ ସହ ଜଡ଼ିତ ପ୍ରାୟ ୪୦ ପରୀକ୍ଷଣ ଏବଂ ଅନୁସନ୍ଧାନ ବି ଏହି ମିଶନରେ କରାଯାଇଛି । ଗତ ୧୨ ତାରିଖରେ ୨ ମହାକାଶଚାରୀ ପୃଥିବୀରୁ ପ୍ରାୟ ୭୦୦ କିମି ଉପରେ ସ୍ୱେସ୍‌ୱାକ୍‌ କରିଥିଲେ । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ବେଳେ ସ୍ପେସ୍‌କ୍ରାଫ୍ଟର ଗତି ଘଣ୍ଟା ପ୍ରତି ୨୭ ହଜାର କିମି ରହିଥିଲା । ବାୟୁ ସହ ଘର୍ଷଣ ହେବା ଯୋଗୁ ଏହାର ତାପମାତ୍ରା ୧୯୦୦ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ପହଞ୍ଚିଥିଲା । ୪ ମିଟର ଚଉଡ଼ା ସ୍ପେସ୍‌କ୍ରାଫ୍ଟର ତଳେ ଲାଗିଥିବା ହିଟ୍‌ଶିଲ୍ଡ ମହାକାଶଚାରୀଙ୍କୁ ତାପମାତ୍ରାରୁ ସୁରକ୍ଷିତ ରଖିଥିଲା । ସ୍ପେସ୍‌କ୍ରାଫ୍ଟ ତଳକୁ ଆସିବା କ୍ଷଣି ଏହା ଗତିକୁ କମା ଯାଇଥିଲା । ଏହି ସମୟରେ ପାରାଶୁଟ୍‌ ଖୋଲାଯାଇଥିଲା ଏବଂ ପାଣିରେ ତାହା ଲ୍ୟାଣ୍ଡିଂ କରିଥିଲା । ସେଠାରେ ପୂର୍ବରୁ ଥିବା ସ୍ପେଶାଲ ବୋଟ୍‌ ଏବଂ ଉଦ୍ଧାରକାରୀ ଦଳ ମହାକାଶଚାରୀଙ୍କୁ ଉଦ୍ଧାର କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.