ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଡୋଲାନ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ କିଏ? ଅତୀତରେ ମଧ୍ୟ ରହିଛି ଅନେକ ଅପରାଧିକ ମାମଲା..

ନୂଆଦିଲ୍ଲୀ,୧୬।୯: ଆମେରିକାରେ ନିର୍ବାଚନୀ ମାହୋଲକୁ ନେଇ ପରିବେଶ ଖୁବ୍ ସରଗରମ୍ ରହିଛି। ଆଉ ଏହା ମଧ୍ୟରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେହତ୍ୟା ଉଦ୍ୟମ । ଜୁଲାଇରେ ଏକ ନିର୍ବାଚନୀ ରାଲିରେ ଗୁଳିମାଡ଼ ପରେ ଗତକାଲି ପୁଣି ତାଙ୍କ ଉପରେ ହୋଇଛି ହମଲା । ସବୁଠାରୁ ବଡ଼ କଥା ହେଲା ପୁଣିଥରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ। ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଏକେ-୪୭ ରାଇଫଲ ସହ ଗିରଫ କରିଛି ପୋଲିସ।  ଗିରଫ ଅଭିଯୁକ୍ତର ପରିଚୟ ମଧ୍ୟ ମିଳିଛି। ସେ ହେଉଛନ୍ତି ଡେମୋକ୍ରାଟ ପାର୍ଟିର ସମର୍ଥକ ଏବଂ ତାଙ୍କ ନାଁ ହେଲା ରିଆନ ୱେସଲି ରୌଥ (୫୮)। ଅତୀତରେ ସେ ଏଭଳି ଅପରାଧ ଘଟଣାରେ ସମ୍ପୃକ୍ତ ଥିବାର ଜଣାପଡିଛି।  

ରୌଥଙ୍କ ୨୦୦୨ ରୁ ୨୦୧୦ ମଧ୍ୟରେ ଉତ୍ତର କାରୋଲିନାରେ ବହୁ ଗୁରୁତର ଅପରାଧରେ ସମ୍ପୃକ୍ତ ଥିଲା। ଏହି ଅପରାଧ ମଧ୍ୟରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର, ପୋଲିସ ଅଧିକାରୀଙ୍କ ଦ୍ବାରା ଗିରଫ ପରେ ବିରୋଧ, ରଦ୍ଦ କରାଯାଇଥିବା ଲାଇସେନ୍ସରେ ଗାଡି ଚଳାଇବା, ଚୋରି ସମ୍ପତ୍ତି ଉପରେ ଦଖଲ କରିବା ଭଳି ସଙ୍ଗୀନ ମାମଲା ରହିଛି।

ରୌଥ୍ ଉତ୍ତର କାରୋଲିନାର ଗ୍ରିନ୍ସବୋରେରେ ଜଣେ ପୂର୍ବତନ କନଷ୍ଟ୍ରକସନ୍ ଓ୍ବାର୍କର। ତାଙ୍କର କୌଣସି ଔପଚାରିକ ସାମରିକ ପୃଷ୍ଠଭୂମି ନାହିଁ, କିନ୍ତୁ ସେ ଅତୀତରେ ସଶସ୍ତ୍ର ସଂଘର୍ଷରେ ସାମିଲ ହେବାର ଇଛା ପ୍ରକାଶ କରିସାରିଛନ୍ତି। ବିଶେଷ ଭାବରେ ୟୁକ୍ରେନ୍ ଉପରେ ୨୦୨୨ ରେ ଋଷର ଆକ୍ରମଣ ପରେ ସେ ଏକ୍ସରେ ପୋଷ୍ଟ କରି ୟୁକ୍ରେନ୍ ପାଇଁ ଲଢିବାକୁ ଓ ମରିବାକୁ ପ୍ରସ୍ତୁତ ବୋଲି ବୋଲି କହିଥିଲେ। ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ସେ ୟୁକ୍ରେନ ରାଜଧାନୀ କିଭ୍ ଯାଇଥିବା କହିଥିଲେ। 

୨୦୨୦ରେ ରୌଥ ଟ୍ରମ୍ପଙ୍କୁ ନେଇ ଏକ ଟ୍ବିଟ୍ କରିଥିଲେ। ସେ କହିଥିଲେ, ୨୦୧୬ ରେ ତୁମେ ଦେଶର ରାଷ୍ଟ୍ରପତି ହେବା ବେଳେ ମୁଁ ତୁମକୁ ସମର୍ଥନ କରୁଥିଲି। ଭାବୁଥିଲି ଆପଣ ଅନ୍ୟମାନଙ୍କଠାରୁ ଭିନ୍ନ ଏବଂ ଆଗକୁ ବହୁତ ପରିବର୍ତ୍ତନ ହେବ। ହେଲେ ଆପଣ ଆମକୁ ନିରାଶ କଲେ। ଏବେ ଆପର ଯେବେ ଯିବେ ସେ ଦିନ ମୁଁ ଖୁସି ହେବି। ମାତ୍ର ଏବେ  ସେ କେଉଁ ଉଦ୍ଦେଶ୍ୟରେ ଟ୍ରମ୍ପ ଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାର ତଦନ୍ତ ଚାଲିଥିବା ଆମେରିକା ତଦନ୍ତକାରୀ ସଂସ୍ଥା କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.