ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ରୁଷ୍- ୟୁକ୍ରେନ ଯୁଦ୍ଧ : ରୁଷିଆର ଆକ୍ରମଣ ପରେ ଜେନେଲସ୍କି ବିଶ୍ବନେତାଙ୍କ ସମର୍ଥନ ପାଇଁ କଲେ ଆହ୍ୱାନ

ନୂଆଦିଲ୍ଲୀ- ଖାର୍କିଭରେ ରୁଷ୍‌ର ବିନାଶକାରୀ ହମଲା। ରବିବାର ( ୧୫ ସେପ୍ଟେମ୍ୱର) ରୁଷ୍‌ର ଶେଲିଂ ଷ୍ଟ୍ରାଇକ୍‌ରେ ଏକ ଉଚ୍ଚ ଆବାସୀୟ କୋଠାକୁ ଟାର୍ଗେଟ୍ କରାଯାଇଥିଲା। ଯେଉଁଥିରେ ୩ଜଣ ଶିଶୁଙ୍କ ସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମେୟର ଇଗୋର ତେରେଖୋଭ କହିଛନ୍ତି, ରବିବାର ଦ୍ୱିପ୍ରହରରେ ଖାର୍କିଭରେ ଏକ ଉଚ୍ଚ ବିଲ୍ଡିଂର ଆବାସୀୟ କୋଠାରେ, ରୁଷ୍‌ ଏୟାର ବୋମା ପକାଇବାରୁ ୩୫ ଲୋକ ଆହତ ହୋଇଛନ୍ତି। ସେ କହିଛନ୍ତି ବୋମା କୋଠାର ପ୍ରଥମ ମହଲାରେ ପଡ଼ିଥିଲା। ଯେଉଁଥିରେ ନିଆଁ ୪ଟି ବିଲ୍ଡିଂକୁ ବ୍ୟାପି ଯାଇଥିଲା।  

ଏକ୍ସରେ ପୋଷ୍ଟ କରାଯାଇ ଥିବା ଭିଡ଼ିଓରେ , ଉଦ୍ଧାରକାରୀ ଦଳ ବିଲ୍ଡିଂରେ ରହୁଥିବା କିଛି ବୟସ୍କ ନିବାସୀଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ , ଏହାର କିଛି ଘଣ୍ଟା ପୂର୍ବରୁ ୟୁକ୍ରେନର କାଲା ସାଗର ବିମାନବନ୍ଦର ସହର ଓଡେସାରେ ମିସାଇଲ ହମଲାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା, ଯାହାକି ମସ୍କୋ ଓ କିଭ୍‌ ମଧ୍ୟରେ ଡ୍ରୋନ୍‌ ଓ ମିସାଇଲ ହମଲାର ଆଦାନ-ପ୍ରଦାନ ହୋଇଥିଲା। ୟୁକ୍ରେନୀ ବାୟୁ ସେନା ରବିବାର କହିଛି, ସେ ୧୪ଟି ଡ୍ରୋନ୍‌ ମଧ୍ୟରୁ ୧୦ଟି ତଥା ରୁଷ୍‌ ଦ୍ୱାରା ରାତିରେ ମାଡ଼ କରାଯାଇ ଥିବା ୩ଟି ମିସାଇଲ ମଧ୍ୟରୁ ଗୋଟିକୁ ମାରି ଖସେଇ ଦେଇଛନ୍ତି। 

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି , ରବିବାର ସୋସିଆଲ ମିଡ଼ିଆରେ ଲମ୍ୱା ଦୂରଗାମୀ ଅସ୍ତ୍ରର ବ୍ୟବହାର ପାଇଁ ପାଶ୍ଚାତର ନୀତିରେ ପରିବର୍ତ୍ତନ ପାଇଁ ଅପିଲ କରି କହିଛନ୍ତି , ରୁଷ୍‌ ଏହି ସପ୍ତାହରେ ୟୁକ୍ରେନ ବିରୋଧରେ ବିଭିନ୍ନ ପ୍ରକାରର ପାଖାପାଖି ୩୦ଟି ମିସାଇଲ, ୮୦୦ରୁ ଅଧିକ ନିର୍ଦ୍ଦେଶିତ ଏୟାର ବୋମା ଓ ପାଖାପାଖି ୩୦୦ ଆକ୍ରମଣକାରୀ ଡ୍ରୋନ୍‌ ଲଞ୍ଚ କରିଛି। 

ରୁଷ୍ ଆତଙ୍କରୁ ଜୀବନ ବଞ୍ଚାଇବା ପାଇଁ ୟୁକ୍ରେନକୁ ଆମର ପାର୍ଟନରସିପ୍‌ରେ ଦୃଢ ସମର୍ଥନର ଆବଶ୍ୟକ ରହିଛି। ବାୟୁ ପ୍ରତିରକ୍ଷା, ଅଧିକ ଦୂରଗାମୀ କ୍ଷମତା , ଆମ ଯୋଦ୍ଧାଙ୍କ ପାଇଁ ସମର୍ଥନ। ସେସବୁ ଯାହା ରୁଷ୍‌କୁ ଏହି ଯୁଦ୍ଧକୁ ଶେଷ କରିବା ପାଇଁ ବାଧ୍ୟ କରିବାରେ ସାହାଯ୍ୟ କରିବ।  ଜେଲେନସ୍କି ଏସବୁ ଏକ୍ସରେ ଲେଖିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.